ETV Bharat / state

ଭାରତ ବର୍ଷରେ ଅହଙ୍କାର ପତନ ହୋଇଛି, ଗଣତନ୍ତ୍ରର ବିଜୟ ହୋଇଛି: କଂଗ୍ରେସ - election results 2024 - ELECTION RESULTS 2024

Odisha Congress Press Meet: ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଓଡ଼ିଶାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଭାରତ ବର୍ଷରେ ଅହଙ୍କାର ପତନ ହୋଇଛି । ଗଣତନ୍ତ୍ରର ବିଜୟ ହୋଇଛି । ବୋଲି କହିଲେ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି ।

CONGRESS PRESS MEET
CONGRESS PRESS MEET (ETV BHARAT ODISHA)
author img

By ETV Bharat Odisha Team

Published : Jun 6, 2024, 3:16 PM IST

ଭୁବନେଶ୍ୱର: ରାଜ୍ୟ ରାଜନୀତିକୁ ଚମକାଇ ଦେଇଛି ନିର୍ବାଚନୀ ଫଳାଫଳ । ବିଜେଡି ଦୁର୍ଗକୁ ଭାଙ୍ଗି ସରକାର ଗଠନ ପ୍ରକ୍ରିୟା ନେଇ ସଜବାଜ ହେଉଛି ପଦ୍ମ ଦଳ । ସେପଟେ କଂଗ୍ରେସ ଦଳ ଜାତୀୟ ସ୍ତରରେ ଭଲ ପଦର୍ଶନ କରିବା ବେଳେ ଓଡ଼ିଶାରେ ଗୋଟିଏ ଲୋକସଭା ସହ 14ଟି ବିଧାନସଭା କ୍ଷେତ୍ରରେ ଜିତିବାର ସମର୍ଥ ହୋଇପାରିଛି । 9 ରୁ 90 ମିଶନ ନେଇଥିବା କଂଗ୍ରେସ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିବାରେ ପଛରେ ପଡିଯାଇଛି । ମାତ୍ର 14ଟି ସିଟ ଜିତିବାକୁ ସକ୍ଷମ ହୋଇଛି । କଂଗ୍ରେସ ରାଜ୍ୟରେ ବିଜେଡି ବିଜେଡିର ବିକଳ୍ପ ବୋଲି ନାରା ଦେଇ ଆସୁଥିବା କଂଗ୍ରେସ କାହିଁକି ଓଡିଶାବାସୀଙ୍କ ଭାବାବେଗ ସହ ଯୋଡି ହୋଇ ପାରିଲା ନାହିଁ, କାହିଁକି ଓଡିଶା ଫର ଓଡ଼ିଆ,ଏହି ଓଡ଼ିଆ ଅସ୍ମିତା ସ୍ଲୋଗାନକୁ ଓଡିଶାବାସୀଙ୍କ ପାଖରେ ପହଞ୍ଚାଇ ପାରିଲା ନାହିଁ ? କଣ ରହିଛି ଏହା ପଛର କାରଣ ? ସେପଟେ ମୁଦା ବିଜେପି ଉଠାଇ ପୂର୍ଣ୍ଣ ମାତ୍ରାରେ ସଦୁପଯୋଗ କରି ସଫଳତା ପାଇଲା । ସେପଟେ ଓଡ଼ିଶାର ନିର୍ବାଚନ ଫଳାଫଳକୁ ଆମେ ନମ୍ରତା ସହ ଗ୍ରହଣ କରୁଛୁ । ଆମେ କେଉଁଠି ପଛରେ ରହିଲୁ ତାହାକୁ ମଧ୍ୟ ଅନୁଧ୍ୟାନ କରିବା ଆରମ୍ଭ କରିଛୁ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି ।

CONGRESS PRESS MEET (ETV BHARAT ODISHA)
ରାଜ୍ୟରେ କଂଗ୍ରେସ ଆଶା ଅନୁଯାୟୀ ପ୍ରଦର୍ଶନ ନକରିବାର ପ୍ରମୁଖ କାରଣ ହେଉଛିପ୍ରାର୍ଥୀଙ୍କୁ ପାଣ୍ଠି ଯୋଗାଇବାରେ ଦଳ ସକ୍ଷମ ନହେବା, ଟିକେଟ ବଣ୍ଟନ ପ୍ରକ୍ରିୟାରେ ଟାଳଟୁଳ ନୀତି, ସାଙ୍ଗଠନିକ କ୍ଷେତ୍ରରେ ଅଧିକାଂଶ ସିଟରେ ଦୁର୍ବଳ କଂଗ୍ରେସ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାର ଓଡିଶା ପ୍ରତି ପର୍ଯ୍ୟାପ୍ତ ହେଲାନାହିଁ ବୋଲି କଂଗ୍ରେସ ରାଜ୍ୟରେ ଭଲ ପ୍ରଦର୍ଶନ କରିପାରି ନାହିଁ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-ଆଜି ଦିଲ୍ଲୀ ଯିବେ ଓଡିଶାର 20 ବିଜେପି ସାଂସଦ, କାଲି ଦଳର ସଂସଦୀୟ ବୋର୍ଡ ବୈଠକ - BJP ALL MP TO VISIT DELHI

ଓଡ଼ିଶାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଭାରତ ବର୍ଷରେ ଅହଙ୍କାର ପତନ ହୋଇଛି । ଗଣତନ୍ତ୍ରର ବିଜୟ ହୋଇଛି । ଗଣତନ୍ତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାକୁ ଚେଷ୍ଟା ଚାଲିଥିଲା ତାହାର ମଧ୍ୟ ପତନ ହୋଇଛି । ଓଡ଼ିଶାର ନିର୍ବାଚନ ଫଳାଫଳକୁ ଆମେ ନମ୍ରତା ସହ ଗ୍ରହଣ କରୁଛୁ । ରାଜ୍ୟରେ କଂଗ୍ରେସ ପାର୍ଥୀ ଭଲ ଲଢେଇ କରିଛନ୍ତି । ତଥାବି ଆମର ଯେଉଁଠି ଲାକୁନା ରହିଛି ଆମେ ତାହାକୁ ମଧ୍ୟ ଅନୁଧ୍ୟାନ କରିବା ଆରମ୍ଭ କରିଛୁ । ଏଥର କଂଗ୍ରେସ ଫିଲ୍ଡରେ ଭଲ କାମ କରିବ । ଆମେ ବିରୋଧୀ ଦଳ ଭାବରେ ଲଢେଇ ଜାରି ରଖୁବୁ । ଆଗକୁ ଲଢେଇ ଜୋରଦାର ହେବ । ରାଜ୍ୟରେ ଗୋଟିଏ ବଡ ବିକଳ୍ପ ଭାବରେ ବିଜେପିକୁ ଚୟନ କରିଛନ୍ତି ଜନତା । କିନ୍ତୁ ଯାହା ଭାରତ ବର୍ଷର ସ୍ଥିତି ରହିଛି । ସେହିଭଳି ରାଜ୍ୟ ବିଜେପିର ମଧ୍ୟ ସ୍ଥିତି । ରାଜ୍ୟ ବିଜେପି ସବୁ ଠିକ ନାହିଁ । ଆଗକୁ ଦେଖିବେ ସେଠାରେ କଣ ସ୍ଥିତି ହେବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି ।

ସେପଟେ ଜାତୀୟ ସ୍ତରରେ ସରକାର ଗଠନ ନେଇ ଚାଲିଛି ପ୍ରକ୍ରିୟା । ଆଜି ଉଭୟ NDA ଏବଂ ଇଣ୍ଡିଆ ମେଣ୍ଟର ବୈଠକ ଗତକାଲି ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ସରକାର ଗଠନ ପାଇଁ ଆଲୋଚନା ହୋଇଛି । NDA ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ମୋଦି । ଟିଡିପିର ଚନ୍ଦ୍ରବାବୁ ନାଇଡୁ,ଜେଡିୟୁର ନୀତିଶ କୁମାର,ମହାରାଷ୍ଟ୍ରର ଶିବସେନା ନେତା ଏକନାଥ ସିନ୍ଧେ, ବିହାରର ଏଲଜେପିର ଚିରାଗ ପାଶ୍ୱନ ଏବଂ ଅନ୍ୟ ଦଳ ନେତା ମାନେ ଏହି ବୈଠକରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.