ETV Bharat / state

କଟକରେ ବିଜେଡିର ଶୋଚନୀୟ ପରାଜୟ, ଜାଣନ୍ତୁ କଣ ରହିଥିଲା ମୁଖ୍ୟ କାରଣ - WHY BJD MP CANDIDATE LOST IN CUTTACK

author img

By ETV Bharat Odisha Team

Published : Jun 10, 2024, 12:24 PM IST

Updated : Jun 10, 2024, 1:08 PM IST

WHY BJD MP CANDIDATE LOST IN CUTTACK: ପ୍ରଥମ ଥର ପାଇଁ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେବା ପରେ ତାଙ୍କୁ କଟକରୁ ସାଂସଦ ପ୍ରାର୍ଥୀ କରିଥିଲା ଦଳ । ହେଲେ ସେ ଲୋକମତ ହାତେଇ ପାରିନଥିବା ବେଳେ ତାଙ୍କର ଶୋଚନୀୟ ପରାଜୟ ହୋଇଛି । ହେଲେ କଣ ରହିଛି ଏହା ପଛର କାରଣ ଜାଣନ୍ତୁ

WHY BJD MP CANDIDATE LOSE IN CUTTACK
WHY BJD MP CANDIDATE LOSE IN CUTTACK (ETV Bharat Odisha)

କଟକ: ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ବିଜେପିର ଅଦ୍ଭୁତପୂର୍ବ ସଫଳତା ହୋଇଥିବା ବେଳେ ବିଜେଡିର ଶୋଚନୀୟ ପରାଜୟ ହୋଇଛି । ତେବେ ବର୍ତ୍ତମାନ ବିଜେଡିର ପରାଜୟକୁ ନେଇ କାରଣ ଖୋଜା ଚାଲିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଅନେକ ନିର୍ବାଚନ ମଣ୍ଡଳୀରେ ଅଳ୍ପ ମାର୍ଜିନରେ ପ୍ରାର୍ଥୀମାନଙ୍କର ପରାଜୟ ଦେଖିବାକୁ ମିଳିଛି । ଏହାରି ଭିତରେ କଟକ ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ରଙ୍କୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ରାଜ୍ୟର ସବୁଠାରୁ ଧନୀ ପ୍ରାର୍ଥୀ କୁହାଯାଉଥିବା ସଂତୃପ୍ତ କାହିଁକି ଏବଂ କେଉଁ କାରଣ ପାଇଁ ହାରିଲେ ସେ ନେଇ ତର୍କ ବିତର୍କ ଆରମ୍ଭ ହୋଇଛି ।

କେଉଁ ନିର୍ବାଚନ ମଣ୍ଡଳୀରୁ କାହାକୁ କେତେ ଭୋଟ ମିଳିଛି: କଟକ ସଂସଦୀୟ କ୍ଷେତ୍ରରେ ୭ ଟି ନିର୍ବାଚନ ମଣ୍ଡଳୀରୁ ସଂତୃପ୍ତ ମିଶ୍ରଙ୍କୁ ମିଳିନାହିଁ ସନ୍ତୋଷ ଜନକ ଫଳ । କେବଳ ବାଙ୍କିରୁ ଅଳ୍ପ ମାର୍ଜିନରେ ସେ ଲିଡ୍ କରିଛନ୍ତି । ଵାକି କୌଣସି ନିର୍ବାଚନ ମଣ୍ଡଳୀରୁ ସନ୍ତୋଷ ଜନକ ଫଳ ମିଳିନାହିଁ ।ବଡମ୍ବା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ 93 ହଜାର 373 ଖଣ୍ଡ ମିଳିଥିବା ବେଳେ ବିଜେଡି ପାର୍ଥି ଡ଼ଃ ମିଶ୍ରଙ୍କୁ ମିଳିଛି ମାତ୍ର 73 ହଜାର ୬ ଶହ 73 ଖଣ୍ଡ ଭୋଟ । ବାଙ୍କିରେ ବିଜେପି ପାର୍ଥି ଙ୍କୁ 66 ହଜାର 51 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିକୁ ମିକିଛି 68 ହଜାର 349 ଖଣ୍ଡ ଭୋଟ । ଆଠଗଡ଼ରୁ ବିଜେପି 84 ହଜାର ୨୮୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିକୁ ମିଳିଛି 81 ହଜାର ୩୪୦ ଖଣ୍ଡ ଭୋଟ ।ବାରବାଟୀ କଟକରୁ ବିଜେପିକୁ ମିଳିଛି 59 ହଜାର 136 ଖଣ୍ଡ ଭୋଟ ଏବଂ ବିଜେଡିକୁ ମିଳିଛି 51 ହଜାର 112 ଖଣ୍ଡ ଭୋଟ । କଟକ ଚୌଦ୍ୱାରରେ ବିଜେପିକୁ 67 ହଜାର 839 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପାଇଛି 61 ହଜାର 108 ଖଣ୍ଡ ଭୋଟ । କଟକ ସଦରରେ ବିଜେପିକୁ 78 ହଜାର 821 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିକୁ ମିଳିଛି ମାତ୍ର 73 ହଜାର 269 ଖଣ୍ଡ ଭୋଟ । ସେହିପରି ଖଣ୍ଡପଡାରେ ବିଜେପିକୁ 79 ହଜାର 767 ମିକିଥିବା ବେଳେ ବିଜେଡି ପାଇଛି 64 ହଜାର 592 ଖଣ୍ଡ ଭୋଟ । କହିବାକୁ ଗଲେ ବାଙ୍କିକୁ ଛାଡି ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେପି ଭଲ ଭୋଟ ପାଇଛି । ଯାହାକି ବିଜେଡି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥିଲା।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାର ଅସ୍ମିତା ଦୁର୍ବଳ ନୁହେଁ ଯେ, ହାତ ଲଗାଇ ଦେଲେ ମଉଳିଯିବ: ବିଜେଡି - BJD Press Conference

ଅଭିଜ୍ଞତା ଥିଲା ବଡ଼ ଫ୍ୟାକ୍ଟର!: ରାଜନୀତି ସମୀକ୍ଷକ ଓଁକାର ରାଉତଙ୍କ କହିବା ମୁତାବକ, "ଭର୍ତ୍ତୃହରି ୬ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପରିଚାଳନାରେ ତାଙ୍କର ଅଭିଜ୍ଞତା ଯଥେଷ୍ଟ ଅଧିକ । ଅନ୍ୟପଟେ ଯଦି ସଂତୃପ୍ତ କଥା ଦେଖିବା ସେ ରାଜନୀତିରେ ପ୍ରଥମ । ମାତ୍ର ଅଳ୍ପ ଦିନ ବ୍ୟବଧାନରେ ସେ ସମସ୍ତ ଭୋଟରଙ୍କ ପାଖକୁ ପହଁଞ୍ଚି ପାରିଲେ ନାହିଁ । ଏହା ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ ।"

କଟକରେ କାମ କଲା ମୋଦି ଫ୍ୟାକ୍ଟର !: ତେବେ ବିଜେଡି ହାରିବାର ଅନ୍ୟ ଏକ କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନ ଘନ ଗସ୍ତ ମଧ୍ୟ ଏକ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗ୍ରସ୍ତ ମଧ୍ୟ ଅନ୍ୟତମ କାରଣ । ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ, ମୋଦି କଟକରେ ବଡ଼ ସମାବେଶ କରିବା ମଧ୍ୟ ଏକ ପ୍ରମୁଖ କାରଣ । କଟକ ବାଲିଯାତ୍ରା ପଡ଼ିଆରେ ବିଜେପି ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ବିଜେଡିକୁ ଟାର୍ଗେଟ କରିବା ସହ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଥିଲେ । କେବଳ ମୋଦି ନୁହନ୍ତି ବରଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀମାନେ ବିଜେପି ପାଇଁ ପ୍ରଚାର କରିଥିଲେ । ବିଜେଡି ଏହାକୁ ସଠିକ ଭାବରେ କାଉଣ୍ଟର କରି ପାରିନଥିଲା। ଯାହାକି ବିଜେଡି ପରାଜୟର ପ୍ରମୁଖ କାରଣ ଏବଂ ମୋଦି ମ୍ୟାଜିକ କଟକରେ କାମ କରିଥିଲା।

ବଡମ୍ବା ଏବଂ ଖଣ୍ଡପଡା ବିଜେଡି ପାଇଁ କାଳ !: ବଡମ୍ବା ଏବଂ ଖଣ୍ଡପଡାରେ ବିଜେଡିକୁ ଏଥର ଅଶାଠାରୁ କମ ଭୋଟ ମିଳିଛି । ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକଙ୍କ ଶୋଚନୀୟ ପରାଜୟ ଯାହାକି ବିଜେଡି ଲୋକସଭା ପ୍ରାର୍ଥୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିଜେଡି ସପକ୍ଷରେ ଭୋଟ ମିଳିଥାଏ । ମାତ୍ର ଏଥର ଏହି ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କୁ ଅଧିକ ଭୋଟ ଯାଇଛି । ଉଭୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବହୁତ ମାର୍ଜିନରେ ପରାଜୟ କରିବା ଏବଂ ଲୋକସଭା ପ୍ରାର୍ଥୀଙ୍କୁ ଆଶାଠାରୁ କମ ଭୋଟ ମିଳିବା ହିଁ ବିଜେଡି ପାଇଁ କାଳ ହେଲା ଭଳି ମନେ ହେଉଛି । ବଡମ୍ବାରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସଠିକ ଭାବରେ ମ୍ୟାନେଜ କରାଯାଇଥିଲେ ବିଜେଡି ପାଇଁ ଭଲ ହୋଇଥାନ୍ତା ବୋଲି ସମୀକ୍ଷକ କହିଛନ୍ତି । କାରଣ ବିଜେପି ସ୍ୱାଧୀନ ପ୍ରାର୍ଥୀଙ୍କୁ ମ୍ୟାନେଜ କରିବାରେ ସଫଳ ହୋଇଥିଲା ଏବଂ ତାହାର ରେଜଲ୍ଟ ମଧ୍ୟ ତାଙ୍କୁ ସୁହାଇଲା।

ଇଟିଭି ଭାରତ, କଟକ

Last Updated : Jun 10, 2024, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.