ETV Bharat / state

ବରଗଡ଼ରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସହ ଅଛନ୍ତି - VK PANDIAN in BARGARH - VK PANDIAN IN BARGARH

VK PANDIAN ELECTION CAMPAIGN: ଦୁଇ ଦିନିଆ ବରଗଡ ଜିଲ୍ଲାଗସ୍ତରେ ଆସିଛନ୍ତି ବିଜେଡିର ଷ୍ଟାର୍ ପ୍ରଚାରକ ଭି.କେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ବିଧାନସଭା ବୁଲି ବୁଲି ଡବଲ୍ ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ କଲେ ଅପିଲ୍ । ଅଧିକ ପଢନ୍ତୁ

ବରଗଡ଼ରେ ମାରାଥନ ପ୍ରଚାର କଲେ ପାଣ୍ଡିଆନ
ବରଗଡ଼ରେ ମାରାଥନ ପ୍ରଚାର କଲେ ପାଣ୍ଡିଆନ (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 9:56 PM IST

ବରଗଡ଼ରେ ମାରାଥନ ପ୍ରଚାର କଲେ ପାଣ୍ଡିଆନ (ETV Bharat Odisha)

ବରଗଡ଼: ପଶ୍ଚିମ ଓଡ଼ିଶାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ଦୁଇ ଦିନିଆ ବରଗଡ ଜିଲ୍ଲାଗସ୍ତରେ ପାଣ୍ଡିଆନ । ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଗସ୍ତକରି ଦଳୀୟ ପ୍ରାର୍ଥୀଙ୍କର ପାଇଁ ପ୍ରଚାର କରିଛନ୍ତି ସେ । ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା ପରେ ବରଗଡ ସହରରେ ରୋଡ ଶୋ ଏବଂ ରାତ୍ରିଯାପନ କରିଛନ୍ତି । ଆସନ୍ତାକାଲି ସକାଳେ ସେ ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ବିଜେଡିର ଷ୍ଟାର କାମ୍ପେନର 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ପଦ୍ମପୁରରେ ପହଞ୍ଚି ଥିବାବେଳେ ରାଜ ବୋରାସମ୍ବର ମାଟିରେ ତାଙ୍କୁ ଭବ୍ୟ ସ୍ଵାଗତ କରଯାଇଥିଲା । ପୂଜାରୀପାଲି ବୁଡ଼ି ଅଞ୍ଚଳବାସୀ ପାଣ୍ଡିଆନଙ୍କୁ ଭେଟି ନିଜ ସମସ୍ୟା ଜଣାଇଥିଲେ । ପରେ R.B ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପଦ୍ମପୁରରେ ଗୋଟିଏ ପରେ ଗୋଟିଏ ବିକାଶ ମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଜିଲ୍ଲା ଗଠନ ପାଇଁ ବିରୋଧୀ ବାଧା ସୃଷ୍ଟି କରିଥିବା କହିଛନ୍ତି ପାଣ୍ଡିଆନ । ସେ କହିଛନ୍ତି ଯେ, ବିରୋଧୀ ହାଇକୋର୍ଟ ଦ୍ବାରସ୍ଥ ହୋଇ ପଦ୍ମପୁରକୁ ଜିଲ୍ଳା ନ କରେଇ ଦେବା ପାଇଁ ରାଜନୈତିକ ଷଡ଼ଯନ୍ତ୍ର କରୁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି ଓ ସେ ପଦ୍ମପୁରବାସୀଙ୍କ ସାଙ୍ଗରେ ଅଛନ୍ତି ଓ ବିକାଶ ଧାରା ଅନବରତ ଜାରି ରହିବ ।

ଏହାପରେ ବିଜେପୁର ନିର୍ବାଚନ ମଣ୍ଡଳୀ ସ୍ଥିତ ଏମ ଗଣ୍ଡପାଲିରେ ପହଞ୍ଚିଥିଲେ । ବିଧାୟିକା ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନିର୍ବାଚନୀ ପ୍ରଚାର କରି ସେଠାକାର ଭୋଟରଙ୍କୁ ଏଥର ଡବଲ ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଥିଲେ । ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେପୁରରେ 'କୋର୍ଟ ନାହିଁ ତ ଭୋଟ ନାହିଁ' ବୋଲି ନାରା ଲଗାଇ କଳା ପତାକା ଧରି ବିରୋଧ ପ୍ରଦର୍ଶନ କରିଥିଲେ ବିଜେପୁରବାସୀ । ପରେ ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଦେନ ବ୍ଲକକୁ ଯାଇ ବିଧୟିକା ପ୍ରାର୍ଥୀ ସ୍ନେହଙ୍ଗିନୀ ଛୁରିଆଙ୍କ ପ୍ରଚାର କରିଥିଲେ ଓ ଲୋକଙ୍କ ସହିତ ମିଶିଥିଲେ । ଭେଡେନରେ ମଧ୍ୟ ଭୋଟରମାନଙ୍କୁ ମତଦାନ ସମୟରେ ଡବଲ୍ ଶଙ୍ଖରେ ଭୋଟ ଦେବାକୁ ଭୁଲିବେ ନାହିଁ ବୋଲି କହିଥିଲେ ପାଣ୍ଡିଆନ ।

ଏହା ମଧ୍ୟ ପଢନ୍ତୁ....ଖଡ଼ିଆଳରରେ ଭୋଟ ମାଗିଲେ ନବୀନ, ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ - CM Naveen Patnaik Election Campaign

ସେହପରି ଭଟଲି ବ୍ଲକ ଅନ୍ତର୍ଗତ ଷୋହେଲା ସ୍ଥିତ ହଳଦୀପାଳିରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଭଟଲି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂ ଏବଂ ସାଂସଦ ପ୍ରାର୍ଥୀ ପରିନିତା ମିଶ୍ରକୁ ଭୋଟ ଦେଇ ଓଡିଶାରେ ନବୀନ ସରକାରଙ୍କ ଡବଲ୍ ଇଞ୍ଜିନ ଗଠନ କରିବାକୁ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ କହିଥିଲେ ।

ଇଟିଭି ଭାରତ,ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.