ETV Bharat / state

ବ୍ରହ୍ମପୁର ଲୋକସଭା ସହ ସବୁ ବିଧାନସଭା ଆସନରେ ବିଜେପି ବିଜୟୀ ହେବ: କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ - Bhupender Yadav Visit Berhampur

author img

By ETV Bharat Odisha Team

Published : May 9, 2024, 12:15 PM IST

Bhupender Yadav Visits Berhampur: ନିର୍ବାଚନ ପାଖେଇ ଆସୁଥିବା ବେଳେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି କେନ୍ଦ୍ରୀୟ ନେତା । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବ୍ରହ୍ମପୁର ଗସ୍ତରେ ଆସି ମୋଦିଙ୍କ ଜନମଙ୍ଗଳକାରୀ କାର୍ଯ୍ୟକୁ ବଖାଣିବା ସହିତ ବ୍ରହ୍ମପୁରରେ ବିଜେପି ବାଜି ମାରିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Bhupender Yadav Visit Berhampur
Bhupender Yadav Visit Berhampur (ETV Bharat Odisha)

ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ସମେତ 7 ଗୋଟି ବିଧାନସଭାରେ ବିଜୟୀ ହେବାକୁ ଯାଉଛି ବିଜେପି । ବ୍ରହ୍ମପୁର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଓଡ଼ିଶା ନିର୍ବାଚନରେ ଏକ ଐତିହାସିକ ମୋଡ ନେବାକୁ ଯାଉଥିବା କହିବା ସହିତ ଏଠାକାର ଜନତା ଓଡ଼ିଶାର ସଂସ୍କୃତି, ଅସ୍ମିତା ଏବଂ ଗୌରବକୁ ନେଇ ମତଦାନ କରିବାକୁ ଯାଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଉଭୟ ଲୋକସଭା ଏବଂ ବିଧାନସଭା ଆସନରେ ଭଲ ସଫଳତା ମିଳିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଭୂପେନ୍ଦ୍ର ଯାଦବ । ଚାଷୀକୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ପ୍ରଦାନ କରିବା, ମହିଳାଙ୍କ ପାଇଁ ବିଶେଷ ଭାବରେ ଦୁଇଟି ଭାଉଚର ମାଧ୍ୟମରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇ ଆର୍ଥିକ ଉନ୍ନତିର ବିକାଶ ପାଇଁ ମୋଦିଙ୍କ ପକ୍ଷରୁ କରାଯାଇଥିବା ଯୋଜନାକୁ ଭାରତୀୟ ଜନତା ପାର୍ଟି ନେଇ ଆସିଥିବାବେଳେ ଏହାକୁ ସମସ୍ତ ବର୍ଗରେ ସ୍ୱାଗତ କରାଯାଉଛି । ଏପରିକି ଗତ ଦଶ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଗତ ଦୁଇଟି ନିର୍ବାଚନରେ ୯୫ ପ୍ରତିଶତ ସଫଳତା ସହିତ ସମୁଦାୟ ୨୩୫ଟି ପ୍ରତିଶ୍ରୁତି ମଧ୍ୟରୁ ଇତିମଧ୍ୟରେ ୨୨୨ ଗୋଟି ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ମୋଦି ।

'ରିଫର୍ମ-ପରଫର୍ମ–ଟ୍ରାନ୍ସଫର୍ମ'କୁ ମୂଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର 'ସୁରକ୍ଷିତ ଭାରତ–ସମୃଦ୍ଧ ଭାରତ' ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ଗତ ୧୦ ବର୍ଷର ବିଶ୍ୱାସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଥିବା ବେଳେ ଯାହାର କେହି ନାହିଁ, ତା' ପାଖରେ ମୋଦି ଗ୍ୟାରେଣ୍ଟି ରହିଛି ବୋଲି ବ୍ରହ୍ମପୁର ଗସ୍ତ ସମୟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଯାଦବ ।

ଏହା ମଧ୍ୟ ପଢନ୍ତୁ: ମୁଁ ଆପଣଙ୍କ ହୃଦୟରେ ଅଛି, ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି: ମୋଦି - PM Modi Berhampur Rally

ବ୍ରହ୍ମପୁରରେ ଆଇଟି ପାର୍କ: ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶେଷ ଭାବରେ ୮୦ କୋଟି ଦେଶବାସୀଙ୍କୁ ପ୍ରତି ମାସରେ ମାଗଣା ରାସନ ପ୍ରଦାନ କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଗରୀବ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ ଯୋଗାଇବା, ସମସ୍ତଙ୍କୁ ପାନୀୟ ଜଳ ଓ ବିଜୁଳି ଯୋଗାଣ, ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ, ପାଇପ ଜରିଆରେ ରୋଷେଇ ଗ୍ୟାସ ଯୋଗାଣ, ମୁଦ୍ରା, ସ୍ୱନିଧି ଯୋଜନାରେ ଯୁବକଙ୍କୁ ଆତ୍ମନିର୍ଭରତା, ଏସଏଚଜି ଜରିଆରେ ମହିଳା ସଶକ୍ତିକରଣ କରାଯିବା ସହିତ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାନ, ଶ୍ରୀଅନ୍ନର ଗୁରୁତ୍ୱ, ପି.ଏମ କିଷାନ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ଭଳି କୃଷକ କଲ୍ୟାଣକୁ ପ୍ରାଧାନ୍ୟ ଦେଇଛନ୍ତି ମୋଦି । ଏହାବ୍ୟତୀତ ପର୍ଯ୍ୟଟନ ଶିଳ୍ପର ବିକାଶକୁ ମଧ୍ୟ ଗରୁତ୍ୱ ଦିଆଯାଇଛି । ଓଡ଼ିଶାରେ ହେବାକୁ ଥିବା ଚାରୋଟି ଆଇଟି ପାର୍କ ମଧ୍ୟରୁ ବ୍ରହ୍ମପୁରଠାରେ ଗୋଟିଏ ଆଇଟି ପାର୍କ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ ।

ମୋଦି ଗ୍ୟାରେଣ୍ଟି ଦ୍ବାରା ଲାଭାନ୍ୱିତ ହୋଇଛି ଓଡ଼ିଶା: ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଜୋନ୍ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶ୍ରମ ଓ ରୋଜଗାର, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ସମସ୍ତ ମୋଦିଙ୍କ ଗ୍ୟାରେଣ୍ଟି ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ ବୋଲି କହିଛନ୍ତି ।

ଏହି ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ଲୋକସଭା ପ୍ରଭାରୀ ଅଶୋକ ମିଶ୍ର, ସଂଯୋଜକ ସରୋଜ ସାବତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁ ଓ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.