ETV Bharat / state

ରାଜନୈତିକ ହିଂସା ରୋକିବାକୁ ଗଞ୍ଜାମ ପୋଲିସର ନୂଆ କଟକଣା, ଜୁନ ୪ ଯାଏଁ ରାତିରେ ଖୋଲିବନି ହୋଟେଲ, ଢାବା ଓ ଚା’ ଦୋକାନ - security arrangements for counting

author img

By ETV Bharat Odisha Team

Published : May 28, 2024, 9:05 AM IST

Updated : May 28, 2024, 2:55 PM IST

Hotel and restaurant to be closed in Ganjam: ଗଞ୍ଜାମରେ ଆଇନଶୃଙ୍ଖଳା ଦୃଷ୍ଟିରୁ ଭୋଟଗଣତି ପୂର୍ବରୁ ଜାରି ହେଲା କଟକଣା , ରାତ୍ର ସାଢ଼େ ୮ ପରେ ବନ୍ଦ ରହିବ ହୋଟଲ, ଢାବା, ଚା ଦୋକାନ । ଅଧିକ ପଢନ୍ତୁ

ଗଞ୍ଜାମରେ ଭୋଟଗଣତି ପୂର୍ବରୁ ଜାରି ହେଲା କଟକଣା, ରାତିରେ ହୋଟଲ,ଢାବା ଓ ଚା’ ଦୋକାନ ବନ୍ଦ
ଗଞ୍ଜାମରେ ଭୋଟଗଣତି ପୂର୍ବରୁ ଜାରି ହେଲା କଟକଣା, ରାତିରେ ହୋଟଲ,ଢାବା ଓ ଚା’ ଦୋକାନ ବନ୍ଦ (ETV Bharat Odisha)

ବ୍ରହ୍ମପୁର: ରାଜ୍ୟରେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ବାକିଥିବା ବେଳେ ଭୋଟଗଣତିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲାରେ ଜୁନ ୪ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା । ଏଣିକି ଗଞ୍ଜାମରେ ରାତି ସାଢ଼େ ୮ଟା ପରେ ହୋଟଲ, ଢାବା, ଚା' ଦୋକାନ ବନ୍ଦ ରହିବ । ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସ୍ଥିତ ପୋଲିସ ମୁଖ୍ୟାଳୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।

ଗଞ୍ଜାମରେ ଭୋଟଗଣତି ପୂର୍ବରୁ ଜାରି ହେଲା କଟକଣା (ETV Bharat Odisha)

ଇତିମଧ୍ୟରେ ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ପ୍ରାୟ ୧୦୦ ଜଣ ଅପରାଧୀଙ୍କୁ ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଗିରଫ କରିଥିବା ବେଳେ ଏଥିରେ ହତ୍ୟାଠାରୁ ଆରମ୍ଭ କରି ଆର୍ମସ ଆକ୍ଟରେ ସମ୍ପୃକ୍ତ ରହିଥିବା ଅପରାଧୀ, ବହୁ ପୁରାତନ ମାମଲାରେ ରହିଥିବା ୱାରେଣ୍ଟକୁ ଗିରଫ କରାଯାଇଛି । ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୋଲିସ ଓ ସିଆରପିିଏଫ ପକ୍ଷରୁ ମିଳିତ ଫ୍ଲାଗମାର୍ଚ୍ଚ କରାଯାଉଥିବା ବେଳେ ଗଞ୍ଜାମ ପୋଲିସ ଜିଲ୍ଲାର ସମସ୍ତ ଥାନାଧିକାରୀମାନେ ଏନେଇ ରାତ୍ର ସାଢ଼େ ୮ଟା ପରେ ନିଜ ଅଞ୍ଚଳରେ ରହିଥିବା ହୋଟଲ, ଢାବା, ଚା'ଦୋକାନ ବନ୍ଦ ରଖିବା ପାଇଁ ସେମାନଙ୍କ ଅଞ୍ଚଳର ସମ୍ପୃକ୍ତ ମାଲିକଙ୍କୁ ଅବଗତ କରାଇବାକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କହିଲେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି - CM Naveen Patnaik campaign

ମୁଖ୍ୟତଃ ଏଭଳି ସ୍ଥାନରେ ଦୁଇ ପାର୍ଟିର ବ୍ୟକ୍ତିବିଶେଷ ଏକତ୍ରିତ ହୋଇ ସାମାନ୍ୟ କଥାକୁ ନେଇ ଉଚ୍ଚବାଚ ହେବା ଏବଂ ପରବର୍ତ୍ତୀ ସମୟରେ ତାହା ଉଗ୍ରରୂପ ନେଉଥିବା ଯୋଗୁଁ ପୋଲିସ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପୂର୍ବରୁ ଏବଂ ପରେ ବିଭିନ୍ନ ଘଟଣା ଘଟିଥିବା ବେଳେ ନିର୍ବାଚନ ଫଳ ଘୋଷଣା ପରିପ୍ରେକ୍ଷୀରେ ହିଂସା ବୃଦ୍ଧି ହେବାର ଆଶଙ୍କା ରହିଉଥିବାରୁ ଏହାକୁ ରୋକିବା ଉଦ୍ଦେଶ୍ୟରେ ଗଞ୍ଜାମ ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ରାତ୍ର ସାଢେ ୮ଟା ପରେ ଦୋକାନ ବଜାର, ଢାବା, ହୋଟେଲ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପୋଲିସ ।

ଇଟିଭି ଭାରତ, ଓଡିଶା

Last Updated : May 28, 2024, 2:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.