ETV Bharat / state

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତ, ମାଓ ଗତିବିଧି ନିର୍ବାଚନୀ ହିଂସା ଉପରେ ନଜର - SECURITY ARRANGEMENT FOR 2nd PHASE

author img

By ETV Bharat Odisha Team

Published : May 19, 2024, 8:35 PM IST

Security Arrangement For Election: ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ସୁରକ୍ଷା ବ୍ୟବସ୍ଥା କିପରି ହୋଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛି ‘ଇଟିଭି ଭାରତ’ । ଜାଣନ୍ତୁ କିପରି ରହିଛି ସୁରକ୍ଷା ବ୍ୟବସ୍ଥା ।

Security Arrangement
Security Arrangement (ETV Bharat Odisha)

ଭୁବନେଶ୍ବର: ରାତି ପାହିଲେ ନିର୍ବାଚନ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୧ଟି ଜିଲ୍ଲାରେ ୫ଟି ଲୋକସଭା କ୍ଷେତ୍ର ଓ ୩୫ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ୫ଟି ମାଓ ଅଧ୍ୟୁଷିତ ଜିଲ୍ଲା ଉପରେ ଫୋକସ ସହିତ ନିର୍ବାଚନୀ ହିଂସା ଏଡାଇବାକୁ ସମସ୍ତ ପ୍ରକାର‌ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ଦେଶର ପଞ୍ଚମ ପର୍ଯ୍ୟାୟ ତଥା ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରକାର‌ ବ୍ୟବସ୍ଥା ହୋଇଛି । ତେଣୁ ୫ଟି ମାଓ ଅଧ୍ୟୁଷିତ ଜିଲ୍ଲା ବିଶେଷ କରି କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ରେ ମାଓ ଗତିବିଧିକୁ ଦୃଷ୍ଟିରେ ରଖି ସୁରକ୍ଷା ନେଇ ପ୍ରାଧାନ୍ୟ ଦିଆଯାଉଛି । ଏନେଇ ୫୫୬ଟି ବୁଥରେ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି ।

ଏନେଇ ଡିଜିପି କହିଛନ୍ତି, "କନ୍ଧମାଳ ଓ ବୌଦ୍ଧ‌ରେ ଛତିଶଗଡ଼ରୁ ଆସି ଗୋଟିଏ ଗ୍ରୁପ ଗତିବିଧି ଦେଖି ଅପରେସନ ଜାରି ରହିଛି । ପୂର୍ବରୁ ବୌଦ୍ଧରେ ଅପରେସନ ହୋଇଥିଲା । କନ୍ଧମାଳରେ କେକେବିଏନ ଡିଭିଜନ କମାଣ୍ଡର ଦଶ୍ରୁ ନିହତ ହୋଇଥିଲା । ୩ ଦିନ ହେବ ସୁରକ୍ଷା ପାର୍ଟି ଜଙ୍ଗଲ ଭିତରେ‌ ରହିଛନ୍ତି । ଗତ ନିର୍ବାଚନ ସମୟରେ ପୋଲିଂ ପାର୍ଟିର ମହିଳା କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନଜରରେ ରଖି ସିକ୍ୟୁରିଟି ଭେଇକିଲ ଅଧିକ ଦିଆଯାଇଛି । ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତ ଜାନୁଆରୀରୁ ଏଯାବତ ୫୫୦ଟି ଆଣ୍ଟି ଅପରେସନ ହୋଇଛି । ୧୩ଟି ଗୁଳିବିନିମୟ ହୋଇଛି । ୧୧୭ଟି ଟିମ୍ ଅପରେସନରେ ମୁତୟନ ଅଛନ୍ତି ।"

ଡିଜିପି ଆହୁରି କହିଛନ୍ତି, "ଛତିଶଗଡ ଓ ଝାଡଖଣ୍ଡ ବର୍ଡର ଯୋଗୁଁ ସେଠାକାର ଡିଜିଙ୍କୁ ଅନୁରୋଧ କରିଛୁ ଆଣ୍ଟି ନକ୍ସଲ ଅପରେସନ ଜାରି ରଖିବେ‌ । ୭ ହଜାର ୯୩୯ଟି ସ୍ଥାନରେ ମତଦାନ ହେବ ଯେଉଁଥିରୁ ୨୦ ପ୍ରତିଶତ ଅଞ୍ଚଳ‌ ସମ୍ବେଦନଶୀଳ ରହିଛି, ଯାହାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ଏଥର ୩୩ ହଜାର‌ ପୋଲିସ କର୍ମଚାରୀ ନିୟୋଜିତ ହେବେ । ୧୦୨ଟି ସିଏପିଏଫ ଫୋର୍ସ ସହ ୬୬ ଓଡି଼ଶା ସୁରକ୍ଷା ବଳ ସହ ଅତିରିକ୍ତ ଏସପି ୪୭ ଜଣ ୮୮ଡିଏସପି ୨୩୬ଜଣ ଇନସ୍ପେକ୍ଟର, ୨ହଜାର ଏସଆଇ ଓ ଏଏସଆଇଙ୍କ ସମେତ ୮ ହଜାର ହାବିଲଦାର‌, କନଷ୍ଟେବଳ ସହ ୫ହଜାର‌ ହୋମଗାର୍ଡ ମଧ୍ୟ ନିୟୋଜିତ କରାଯିବ । ୬୫୫ଟି ମୋବାଇଲ ପାର୍ଟି ରହିଛନ୍ତି ଯେଉଁମାନେ ୧୦ରୁ ୧୨ଟି ବୁଥକୁ ପ୍ରତି ଏକ ଘଣ୍ଟାରେ‌ କଭର କରିବେ।"

ଏହା ବି ପଢନ୍ତୁ...ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ପିଙ୍କ ବୁଥରେ ପହଞ୍ଚିଲେ ମହିଳା ଅଧିକାରୀ - ELECTION PREPARATION IN Boudh

ସେହିପରି "ହିଂସାକୁ ନଜରରେ ରଖି କୁଇକ ରିଆକ୍ସନ ଟିମ୍ ତୁରନ୍ତ ସେଠାରେ‌ ପହଞ୍ଚିବେ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ଫୋର୍ସ ମୁତୟନ ହେବେ । କଡ଼ା ସୁରକ୍ଷା ବଳୟରେ ମତଦାନ କରାଯିବ । ୪୮ଷ୍ଟେଟ ବର୍ଡର ଚେକ୍ ପୋଷ୍ଟ ଅଛି ଯେଉଁଠି ଚେକ୍ ଜୋରଦାର‌‌ ହେଉଛି । ଜିଲ୍ଲା ଭିତରେ ୯୩ ଟି ଚେକ୍ ପୋଷ୍ଟ ଅଛି । ୨୫୭ଟି ଫ୍ଲାଇଂ ସ୍କ୍ୱାଡ୍ ଓ ୩୫୧ ଟି ଷ୍ଟାଟିକ ସର୍ଭିଲାନସ ଟିମ୍ ମଧ୍ୟ ଜଣେ ଲେଖାଏଁ ଏକଜକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାରିଆଡ଼େ ବିଚରଣ କରୁଛନ୍ତି । ୮୭୦ଟି ମୋବାଇଲ ନେଟୱର୍କ ବିହୀନ ଅଞ୍ଚଳ‌ ରହିଛି, ସେଥିପାଇଁ ପୋଲିସର ଓ୍ବାର୍କି ଟକି ଓ ଭେଇକିଲ ରିପୋର୍ଟ ସେନ୍ସର ବ୍ୟବସ୍ଥା କରଯାଇଛି" ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.