ETV Bharat / state

ଦଳ ଭିତରେ ପରିଚୟ ଖୋଜୁଛି ପୂଣ୍ୟତୋୟା ପ୍ରାଚୀ: ଦିନେ ଥିଲା ନୌବାଣିଜ୍ୟର ମୂକସାକ୍ଷୀ, ଆଜି ପିଣ୍ଡଦାନ ପାଇଁ ନାକ ଟେକୁଛନ୍ତି ଲୋକେ - Prachi river revival demands

Prachi River Revival Demand: ଗଙ୍ଗାନଦୀ ଠାରୁ ପୁରାତନ ପୂଣ୍ୟତୋୟା ପ୍ରାଚୀ । ଏହା କୂଳରେ ଅନେକ ଦେବୀପୀଠ ଓ ଶୈବପୀଠ ଅବସ୍ଥିତ । ଏହି ନଦୀ ଓଡିଆ ଜାତିର ନୌବାଣିଜ୍ୟର ମୂକସାକ୍ଷୀ ମଧ୍ୟ । ମାତ୍ର ଆଜି ସେହି ପୂଣ୍ୟତୋୟା ପ୍ରାଚୀ ଆଜି ବିଲୁପ୍ତପ୍ରାୟ । ଦଳରେ ଭର୍ତ୍ତି ହୋଇ ଖୋଜୁଛି ନିଜର ଅସ୍ଥିତ୍ବ । ଅଧିକ ପଢନ୍ତୁ

ଦଳ ଭିତରେ ପରିଚୟ ଖୋଜୁଛି ପୂଣ୍ୟତୋୟା ପ୍ରାଚୀ; ଅବହେଳିତ ତ୍ରିବେଣୀ ଘାଟ, ପିଣ୍ଡଦାନ ପାଇଁ ନାକ ଟେକୁଛନ୍ତି ଲୋକେ
ଦଳ ଭିତରେ ପରିଚୟ ଖୋଜୁଛି ପୂଣ୍ୟତୋୟା ପ୍ରାଚୀ; ଅବହେଳିତ ତ୍ରିବେଣୀ ଘାଟ, ପିଣ୍ଡଦାନ ପାଇଁ ନାକ ଟେକୁଛନ୍ତି ଲୋକେ (ETV Bharat Odisha)
author img

By ETV Bharat Odisha Team

Published : Jul 19, 2024, 8:24 PM IST

ନିଆଳି: ଓଡ଼ିଶାର ଏକ ସର୍ବପୁରାତନ ନଦୀ ପୂଣ୍ୟତୋୟା ପ୍ରାଚୀ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲୀରେ ପ୍ରବାହିତ ପ୍ରାଚୀ ନଦୀ ଗଙ୍ଗାନଦୀ ଠାରୁ ମଧ୍ୟ ପୁରାତନ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଅନେକ ପ୍ରାଚୀନ ଶୈବପୀଠ, ଦେବୀପୀଠ ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳେ ଏହି ନଦୀ ତଟରେ । ଦ୍ବାଦଶ ହରିପୀଠ, ଦ୍ବାଦଶ ଅମ୍ବିକାପୀଠ, ମାଧବ ମନ୍ଦିର, କାକଟପୁର ମଙ୍ଗଳାପୀଠ ସହିତ ଶତାଧିକ ମଠ, ବୌଦ୍ଧପୀଠ ପ୍ରାଚୀ କୂଳରେ ଅବସ୍ଥିତ । ଏମିତିକି କାକଟପୁର ଅଧିଷ୍ଠାତ୍ରୀ ମା' ମଙ୍ଗଳା ଏହି ନଦୀଗର୍ଭରୁ ଆବିର୍ଭୂତ ହୋଇଥିବା କୁହାଯାଏ । ମାତ୍ର ବିଡମ୍ବନାର ବିଷୟ, ପୂଣ୍ୟତୋୟା ପ୍ରାଚୀ ଆଜି ବିଲୁପ୍ତପ୍ରାୟ । ଫୁଲନଖରା ଠାରୁ କାକଟପୁର ଅସ୍ତରଙ୍ଗ ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଚୀ ଗର୍ଭ ଦଳରେ ଭର୍ତ୍ତି ହୋଇଛି । ଅନେକ ସ୍ଥାନରେ ନଦୀଗର୍ଭ ଶୁଖିଲା ପଡିଛି । ଯେତିକି ବଞ୍ଚି ରହିଛି, ସେତିକି ବି ନିଜର ପରିଚୟ ଖୋଜୁଛି ।

ଦଳ ଭିତରେ ପରିଚୟ ଖୋଜୁଛି ପୂଣ୍ୟତୋୟା ପ୍ରାଚୀ (ETV Bharat Odisha)

ଧାର୍ମିକ କାର୍ଯ୍ୟ ପାଇଁ ଅମଙ୍ଗ ହେଉଛନ୍ତି ଲୋକେ: କଟକ ଜିଲ୍ଲା ଅଁଳୋ ପଞ୍ଚାୟତ ସ୍ଥିତ ସୁଜାନଗର ପାଟଣା ଠାରେ ରହିଛି ପ୍ରାଚୀ ନଦୀର ତ୍ରିବେଣୀ ଘାଟ । ଏହି ଘାଟ ଗଙ୍ଗା, ଯମୁନା ଓ ସରସ୍ଵତୀ ନାମରେ ପରିଚିତି । ଏଠାରେ ପିତୃପୁରୁଷଙ୍କ ଲାଗି ପିଣ୍ଡଦାନ, ଅସ୍ଥି ବିସର୍ଜନ କରାଯାଏ । ତ୍ରିବେଣୀ ଘାଟରେ ବୁଡ ପକାଇଲେ ପୂର୍ବଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ଵାସ ରହିଛି ।‌ କିନ୍ତୁ ଏହି ପୂଣ୍ୟତୋୟା ନଦୀ ଆଜି ଅସ୍ଥିତ୍ବ ହରାଇବାକୁ ବସିଥିବାବେଳେ ତ୍ରିବେଣୀ ଘାଟ ବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କୁଢ କୁଢ ଆବର୍ଜନା ଓ ଦଳ ଭର୍ତ୍ତି ହୋଇଥିବାରୁ ଏଠାରେ କୌଣସି ଧାର୍ମିକ କାର୍ଯ୍ୟ କରିବାକୁ ଲୋକେ ନାକ ଟେକୁଛନ୍ତି ।

ନୌବାଣିଜ୍ୟର ଥିଲା ମୂକସାକ୍ଷୀ: ଏକଦା କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଜୀବନରେଖା ଥିଲା ପ୍ରାଚୀ । ମହାନଦୀରୁ ଉତ୍ପତ୍ତି ପୂଣ୍ୟତୋୟା ପ୍ରାଚୀ ଓଡିଆ ଜାତିର ନୌବାଣିଜ୍ୟର ମଧ୍ୟ ମୂକସାକ୍ଷୀ ।‌ କିନ୍ତୁ ଏହି ପୂଣ୍ୟତୋୟା ନଦୀ ଆଜି ନିଜର ପରିଚୟ ଖୋଜୁଛି । ଅତୀତରେ ଜଳପଥରେ ଗମନାଗମନ, ବାଣିଜ୍ୟ ଓ ପରିବହନ ପାଇଁ ପ୍ରାଚୀର ଭୂମିକା ରହିଥିଲା ବେଶ୍ ଗୁରୁତ୍ଵପୂର୍ଣ୍ଣ ।‌ ସାଧବ ଓ ବଣିକମାନେ ପ୍ରାଚୀ ନଦୀର ଜଳପଥ ଦେଇ ସମୁଦ୍ରକୁ ପ୍ରବେଶ କରି ସୁଦୂର ବାଲି ସୁମାତ୍ରା ଓ ସିଂହଳ ଦେଶକୁ ଯାଇ ବଣିଜ ବ୍ୟବସାୟ କରୁଥିଲେ ।‌ ଏହି ନଦୀ ତୀରେ ପୁରାତନ ଦେବୀ ପୀଠ ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳେ । ଏହାର ତଟରେ ଅଷ୍ଟଶମ୍ଭୁ ବିରାଜମାନ ।‌

ଏହା ମଧ୍ୟ ପଢନ୍ତୁ: ଅନ୍ଧକାରରେ ବୌଦ୍ଧର ଐତିହ୍ୟ ପୀଠ ରାମେଶ୍ବର ମନ୍ଦିର; ପ୍ରତିଶ୍ରୁତିରେ ସୀମିତ ବିକାଶ - Rameshwar temple

ଦୃଷ୍ଟି ଦେଉନାହାନ୍ତି ସରକାର !

ସରକାରଙ୍କ ଦୂରଦୃଷ୍ଟି ହେଉ କିମ୍ବା ରାଜନୀତିକ ଇଚ୍ଛାଶକ୍ତି ଅଭାବ, ପ୍ରାଚୀ ଗରିମା ଆଜି ଧ୍ବଂସାଭିମୁଖୀ କହିଲେ କିଛି ଅତୁକ୍ତି ହେବନି । ପ୍ରାଚୀ ଜବରଦଖଲ ସାଙ୍ଗକୁ କିଏ ପାର୍କ କଲାଣି ତ ଆଉ କିଏ ସୁଇମିଂପୁଲ କଲାଣି । ତା' ଉପରେ ପୁଣି ନଦୀଗର୍ଭରେ ଦଳ ଭର୍ତ୍ତି ହୋଇରହିଛି । ରାଜଧାନୀ ଉପକଣ୍ଠରେ ଥିବା ଓଡ଼ିଶାର ଐତିହ୍ୟ ବହନ କରଥିବା ଏହି ପୂଣ୍ୟତୋୟା ନଦୀର ପୁନରୁଦ୍ଧାର ସରକାର ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । ଯେଉଁଥି ପାଇଁ ପାଇଁ ଏବେ ପ୍ରାଚୀ ନିଜର ଅସ୍ଥିତ୍ବ ହରାଇବାରେ ଲାଗିଛି । ତେଣୁ ସରକାର ଏହି ନଦୀର ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.