ETV Bharat / state

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା ! 'ମୋ ପୋଖରୀ' କାମରେ ବଡ଼ ଘୋଟାଲା ଅଭିଯୋଗ - Mo Pokhari Yojana Corruption

author img

By ETV Bharat Odisha Team

Published : Aug 16, 2024, 9:27 PM IST

Mo Pokhari Yojana Corruption: ମୋ ପୋଖରୀ ଯୋଜନା ନାଁରେ ହରିଲୁଟ୍‌ । ପାଣିରେ ବୁଡ଼ିଗଲା କୋଟି କୋଟି ଟଙ୍କା । ମୋ ପୋଖରୀ କାମରେ ଦୁର୍ନୀତି ଅଭିଯୋଗ । ଅଧିକ ପଢନ୍ତୁ

Mo Pokhari Yojana Corruption
Mo Pokhari Yojana Corruption (ETV Bharat Odisha)

ମାଲକାନଗିରି: ମାଟି ଖୋଳାରେ ଅଟକି ଯାଇଛି ମୋ ପଖୋରୀ ଯୋଜନା । ମାତ୍ର ୧୦ ପ୍ରତିଶତ ମାଟି ଖୋଳାଯାଇଥିବା ବେଳେ ଏବେ ସେହି ମାଟିଗୁଡିକ ପୁଣି ଥରେ ବନ୍ଧ ଭିତରକୁ ଖସିବାରେ ଲାଗିଛି । ୮ଟି ପୋଖରୀର ଉନ୍ନତି କରଣ ପାଇଁ ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ମାଟି କାମରେ ସୀମିତ ରହିଯାଇଛି ମୋ ପଖୋରୀ କାମ । ଯାହାକୁ ନେଇ ସାଧାରଣରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ।

ପାଣିରେ ପଡ଼ିଲା ପୋଖରୀ ଟଙ୍କା:

ମାଲାକାନଗିରି ପୌର ପରିଷଦର ୮ଟି ପୋଖରୀ ପାଇଁ ମୋଟ ୧୩ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା । କିନ୍ତୁ ଦେଢ କୋଟି ଟଙ୍କାର ମାଟି କଢ଼ାଯାଇଥିବା ବେଳେ ପୋଖରୀ ଭିତରେ ଏବେ ପାଣି ଭର୍ତ୍ତି । ବର୍ଷା ପାଣିରେ ପୋଖରୀ ଭର୍ତ୍ତି ହୋଇଥିବା ବେଳେ ପୋଖରୀ କେତେ ଖୋଳାଯାଇଛି ତାହା ଜଣାପଡୁନାହିଁ । ଏପଟେ ଖୋଳାଯାଇଥିବା ମାଟି ଧୋଇ ହୋଇ ପୁଣି ଥରେ ପୋଖରୀ ଭିତରେ ପଶିବା ଆରମ୍ଭ କରିଛି । ଏହାକୁ ନେଇ ପୋଖରୀ ଖୋଳାରେ ମହା ଘୋଟାଲା ହୋଇଥିବା ବେଳେ ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ବାସିନ୍ଦା । ମନ୍ଥର ଗତିରେ କାର୍ଯ୍ୟକରି ଟଙ୍କା ହରିଲୁଟ କରିବା ପାଇଁ ଏହା ଏକ ବିଧିବଦ୍ଧ ଯୋଜନା ବୋଲି ଅଭିଯୋଗ ହୋଇଛି ।

ବାଟମାରଣା ଉଦ୍ଦେଶ୍ୟ ରଖି କାମ:

ଏନେଇ ସ୍ଥାନୀୟ ବାସିନ୍ଦା ଦିନେଶ ପଟ୍ଟନାୟକ କହିଛନ୍ତି, "ମାଲକାନଗିରି ମ୍ୟୁନିସିପାଲଟି ଦୀର୍ଘଦିନରୁ ଦୁର୍ନୀତିରେ ବୁଡ଼ି ରହିଛି । ମ୍ୟୁନିସିପାଲଟି ଅଞ୍ଚଳରେ 8ଟି ପୋଖରୀ ନିର୍ମାଣ ହେବାର ଅଛି, ସେଥିରୁ 7ଟିର କାମ ଆରମ୍ଭ ହୋଇଗଲାଣି । ଏଥିପାଇଁ ପାଖାପାଖି ୧୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ହେଲେ କାମ ଦେଖିଲେ ମନେ ହେଉନି ଏତେ ଟଙ୍କା ଖର୍ଚ୍ଚ ହୋଇଥିବ । ବିଭିନ୍ନ ଉପାୟରେ ଏକ ବାଟମାରଣା ଉଦ୍ଦେଶ୍ୟ ରଖି କାମ କରିଛନ୍ତି । ମ୍ୟୁନିସିପାଲଟି ଅନେକ ଅସାଧୁ କାର୍ଯ୍ୟରେ ଲିପ୍ତ ଅଛି । ଏବେ ଯେହେତୁ ରାଜ୍ୟରେ ନୂଆ ସରକାର ଆସିଛି ତେଣୁ ଏସବୁ କାମର ସଠିକ ତଦନ୍ତ ହେବା ଦରକାର ।"

ଉଚ୍ଚସ୍ତରୀୟ ତଦନ୍ତ ଦାବି:
ସେହିଭଳି ମାଲକାନଗିରି ମ୍ୟୁନିସିପାଲଟି ସମାଜସେବୀ ଜି.ଶ୍ରୀନିବାସ ରାଓ କହିଛନ୍ତି, "ପୋଖରୀ ପୁନରୁଦ୍ଧାର ପାଇଁ ଆସିଥିବା ଟଙ୍କାକୁ କାମ ପୁର୍ବରୁ ଟେଣ୍ଡର ହେବାକଥା । ଯାହାକି ମ୍ୟୁନିସିପାଲଟି ଟେଣ୍ଡର ନକରି ୮୬ଟି SHG ମହିଳାମାନଙ୍କୁ ଦିଆଯାଇଛି । ବର୍ଷା ପୂର୍ବରୁ ମହିଳା ମାଆମାନଙ୍କୁ ଏହି କାମ ଦେବାପରେ ସେମାନେ କାମ ନ କରିପାରି ଅନ୍ୟ ଠିକାଦାରମାନଙ୍କୁ କାମ ଦେଇଦେଇଛନ୍ତି । ଯାହାଫଳରେ କମ ନ ହୋଇ ଅଧାପନ୍ତରିଆ ଭାବେ ପଡିରହିଛି । ଏହାସହ କାମ ନ ସରୁଣୁ ବନ୍ଧ ଗୁଡିକର ହିଡରେ ବିଭିନ୍ନ ପ୍ରକାର ଫୁଲ ଓ ଡିଜାଇନ୍ ଗଛ ଲଗାଗଲାଣି ଯାହାକି ଏଠାରେ ଦୁର୍ନୀତିର ଗନ୍ଧ ବାରିହଉଛି । ଜନସାଧାରଣଙ୍କର ଟ୍ୟାକ୍ସ ଟଙ୍କାରେ ଏଭଳି କୋଟିକୋଟି ଟଙ୍କା ହରିଲୁଟ୍ କରାଯାଉଛି ଏହାଉପରେ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଯାଉ ।

କୌଣସି ଦୁର୍ନୀତି ହୋଇନାହିଁ:

ଅପରପକ୍ଷରେ ମାଲକାନଗିରି ପୌର ପରିଷଦର ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା କହିଛନ୍ତି, "ମାଟି କାର୍ଯ୍ୟ ଶେଷ ହୋଇଯାଇଛି । କାର୍ଯ୍ୟ ଯଦିଓ ମନ୍ଥର ଗତିରେ ଚାଲିଛି ବର୍ଷା ପରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଯଥାଶୀଘ୍ର ଶେଷ କରାଯିବ । ପୋଖରୀ ଖୋଳାରେ କୌଣସି ଦୁର୍ନୀତି ହୋଇନାହିଁ । ସମସ୍ତ କାମ SOP ଅନୁଯାୟୀ କରାଯାଇଛି । ଏହି କାମ ଦେଖିବାକୁ ରାଜ୍ୟର ବିଭିନ୍ନ ଅଧିକାରୀ ଦେଖି ଯାଉଛନ୍ତି ଏବଂ ଏଥିନେଇ ରାଜ୍ୟସ୍ତରୀୟ ପ୍ରତି ମାସରେ ସମୀକ୍ଷା କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ମନରେଗାରେ ମହାଦୁର୍ନୀତି ! ଫେକ୍‌ ଆକାଉଣ୍ଟକୁ ଯାଇଛି ଲକ୍ଷ ଲକ୍ଷ ଟଙ୍କା - Irregularity in MGNREGA

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.