ETV Bharat / state

ମନ୍ଦିର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେଉନି ଦେବୋତ୍ତର ବିଭାଗ ! ଶ୍ରଦ୍ଧାଳୁ ନିରାଶ - Subarnapur temple administration

author img

By ETV Bharat Odisha Team

Published : Mar 29, 2024, 9:55 AM IST

Subarnapur temple development: ସୁବର୍ଣ୍ଣପୁରରେ ଥିବା ଦେବାଦେବୀଙ୍କ ପୀଠର ମରାମତି ତଥା ସୌନ୍ଦର୍ଯ୍ୟକରଣ ଦିଗରେ ବିଭାଗ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Subarnapur temple development
Subarnapur temple development
Subarnapur temple development

ସୁବର୍ଣ୍ଣପୁର: ଜିଲ୍ଲାର ଦେବୋତ୍ତର ବିଭାଗ ନାଁରେ ସାଂଘାତିକ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଦେବାଦେବୀଙ୍କ ପୀଠର ମରାମତି ତଥା ସୌନ୍ଦର୍ଯ୍ୟକରଣ ଦିଗରେ ବିଭାଗ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ମନ୍ଦିର ଗୁଡିକର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 5 କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ଦେବୋତ୍ତର ବିଭାଗର ଅବହେଳା ଯୋଗୁ ଏବେସୁଦ୍ଧା କାର୍ଯ୍ୟ ଆଗେଇ ପାରିନଥିବା କୁହାଯାଉଛି ।

ରାଜଧାନୀ ଭୁବନେଶ୍ବର ପରେ ସୁବର୍ଣ୍ଣପୁର ସହରରେ ବହୁ ପ୍ରାଚୀନ ଓ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଦେଖିବାକୁ ମିଳେ । ଏଠାରେ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀ ଓ ଅଷ୍ଟ ହନୁମାନଙ୍କ ସମେତ ରହିଛି ଅଷ୍ଟେ।ତ୍ତର 108 ମନ୍ଦିର । ବିଶେଷକରି ସପ୍ତମ ଅଷ୍ଟମ ଶତାବ୍ଦୀରୁ ଆରମ୍ଭ କରି ବିଂଶ ଶତକର ପ୍ରଥମାର୍ଦ୍ଧ ଯାଏଁ ବିଭିନ୍ନ ଦେବଦେବୀଙ୍କ ଛୋଟ ବଡ଼ ମନ୍ଦିର ନିର୍ମାଣ ହୋଇଥିବା ଐତିହାସିକ ପ୍ରମାଣ ରହିଛି । ସେ ଭିତରେ ମହାନଦୀ ବକ୍ଷରେ ରହିଛି ଦେବୀ ମା’ ଲଙ୍କେଶ୍ୱରୀଙ୍କ ତାନ୍ତ୍ରିକ ପୀଠ । ସହର ପାର୍ଶ୍ୱରେ ପ୍ରବାହିତ ଚିରସ୍ରୋତା ମହାନଦୀର ତେନ୍ତୁଳି ଘାଟରୁ ପ୍ରାୟ 500 ମିଟର ନଦୀ ଭିତରେ ଏକ ବିରାଟ ପ୍ରସ୍ତର ଖଣ୍ଡ ଉପରେ ରହିଛି କୈବର୍ତ୍ତ୍ୟ ସମାଜର ଇଷ୍ଟଦେବୀଙ୍କ ମନ୍ଦିର । ତେଲନଦୀ କୂଳରେ ରହିଛି ବାବା ସୁବର୍ଣ୍ଣମେରୁଙ୍କ ମନ୍ଦିର । ମହାନଦୀ, ତେଲନଦୀ ଓ କର୍ପୂର ନଦୀର ତ୍ରିବେଣୀ ସଂଗମରେ ରହିଛି ବାବା ରାମେଶ୍ୱରଙ୍କ ପ୍ରାଚୀନ ମନ୍ଦିର । ଉଭୟ ଶୈବ ପୀଠ ମଧ୍ୟ ଭାଗରେ ରହିଛି ସୋନପୁର ଗଡଜାତର ଇଷ୍ଟ ଦେବୀ ମାଆ ସୁରେଶ୍ୱରୀଙ୍କ ମନ୍ଦିର ।

ଏହାମଧ୍ୟ ପଢନ୍ତୁ.. ଜବରଦଖଲ ଉଚ୍ଛେଦ ଦାବି, ବୋଲଗଡ ତହସିଲ ଘେରିଲେ ଅସନାପଲ୍ଲୀ ଗ୍ରାମବାସୀ - Illegal Land Encroachment Issue

ବର୍ଷସାରା ଏହି ମନ୍ଦିରଗୁଡିକୁ ଦୈନିକ ହଜ଼ାର ହଜ଼ାର ଭକ୍ତ ଦେବଦେବୀଙ୍କ ଦର୍ଶନ ପାଇଁ ଆସୁଛନ୍ତି । ବିଶେଷକରି ଚୈତ୍ର ଓ ଆଶ୍ୱିନ ମାସରେ ଦେବୀ ମା’ ସୁରେଶ୍ୱରୀ ଓ ଦେବୀ ମା’ ଲଙ୍କେଶ୍ୱରୀଙ୍କ ମନ୍ଦିରରେ ଅସଂଖ୍ୟ ଭିଡ଼ ଦେଖିବାକୁ ମିଳେ । ସେହିପରି ଶ୍ରାବଣର ପ୍ରତିଟି ସୋମବାର ଓ ଶିବରାତ୍ରି ପର୍ବରେ ଉଭୟ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଜିଲ୍ଲାର ଅର୍ଥନୀତିରକୁ ସୁଦୃଢ କରିବାରେ ଏହି ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିଶେଷ ଭୂମିକା ରହିଥିବା ବେଳେ ସେଗୁଡିକର ମରାମତି ତଥା ଉନ୍ନତିକରଣରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି ।

ଏହି ଦେବଦେବୀଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଓଟିଡିସି ବିଭାଗ 5 କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରିଥିଲେ ମଧ୍ୟ ଏବେ ସୁଦ୍ଧା ମନ୍ଦିର ଗୁଡିକର ମରାମତି ତଥା ସୌନ୍ଦର୍ଯ୍ୟକରଣ ହୋଇପାରିନାହିଁ । ଏନେଇ ଦେବୋତ୍ତର ବିଭାଗ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ମନ୍ଦିର ଗୁଡିକର ମରାମତି, ସୌନ୍ଦର୍ଯ୍ୟକରଣ, ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବା ସହିତ ପାନୀୟ ଜଳ, ବିଜୁଳି, ସ୍ୱଚ୍ଛତା ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ, ପାର୍କିଂ, ବିଶ୍ରାମ କକ୍ଷ, ଯାତ୍ରୀ ବିଶ୍ରାମଗାର, ଲଗେଜ, ମୋବାଇଲ ଓ ଜୋତା ଷ୍ଟାଣ୍ଡ୍ ସହିତ ଶୌଚାଳୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ହେଲେ ଜବରଦଖଲକାରୀଙ୍କ ଯୋଗୁଁ ଯୋଜନା ରୂପାୟନ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ଦେବୋତ୍ତର ବିଭାଗର ବୈଠକରେ ଆଲୋଚନା ପରେ ଆଲୋଚନା କରାଯାଉଥିଲେ ମଧ୍ୟ ଫଳ ଶୂନ । ମନ୍ଦିରର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେଲେ ଜବରଦଖଲକାରୀଙ୍କୁ ହଟାଇବା ଏକ ମୁଖ୍ୟ ସମସ୍ୟା ଭାବେ ଛିଡା ହୋଇଛି । ଏହି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି । ହେଲେ ବୈଠକରେ ସବୁ ସୀମିତ ରହି ଯାଉଥିବାରୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ପାରିନାହିଁ ।

ଜିଲ୍ଲାରେ କୃଷି ଓ ବୟନଶିଳ୍ପ ପରେ ପର୍ଯ୍ୟଟନ ଅର୍ଥନୀତିକୁ ସମୃଦ୍ଧ କରିବା ଦିଗରେ ଏକ ବଳିଷ୍ଠ ଭୂମିକା କରେ ଉପରେ ନିର୍ଭର କରୁଛି । ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଜିଲ୍ଲାର ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି । ତେବେ ପ୍ରାଚୀନ ସଂସ୍କୃତିର ପୁନଃରୁଦ୍ଧାର ସାଙ୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଦିଗରେ ଦେବୋତ୍ତର ବିଭାଗ କାର୍ଯ୍ୟ କଲେ ଏହା ଜିଲ୍ଲାର ଅର୍ଥନୈତିକ ପ୍ରଗତି ପାଇଁ ସହାୟକ ହୋଇପାରନ୍ତା ବୋଲି କୁହାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.