ETV Bharat / state

ବିଦେଶୀ ମଦ ଦୋକାନ ବିରୋଧରେ ତେଜିଲା ଜନ ଅସନ୍ତୋଷ, ଗାଁ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ - ବିଦେଶୀ ମଦ ଦୋକାନ

Demands To Relocate Liquor Shop: ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ବିକ୍ଷୋଭ ପ୍ରଦର୍ଶନ । ସୁନ୍ଦରଗଡ଼ ଗୁରୁଣ୍ଡିଆ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କଲେ ଜନ ସାଧାରଣ । ଅଧିକ ପଢ଼ନ୍ତୁ,

ବିଦେଶୀ ମଦ ଦୋକାନକୁ ନେଇ ବିକ୍ଷୋଭ ପ୍ରଦର୍ଶନ
ବିଦେଶୀ ମଦ ଦୋକାନକୁ ନେଇ ବିକ୍ଷୋଭ ପ୍ରଦର୍ଶନ
author img

By ETV Bharat Odisha Team

Published : Feb 21, 2024, 1:01 PM IST

ବିଦେଶୀ ମଦ ଦୋକାନକୁ ନେଇ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା: ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ବିକ୍ଷୋଭ ପ୍ରଦର୍ଶନ । ବ୍ୟାପକ ସଂଖ୍ୟାରେ ମଦ ଦୋକାନକୁ ବିରୋଧ କରି ବିଶାଳ ବିକ୍ଷୋଭ କରିଛନ୍ତି ଜନ ସାଧାରଣ । ସୁନ୍ଦରରଗଡ଼ ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସଦର ଥାନା ଓ ଏକଲ ବିଦ୍ୟାଳୟ ତଥା ଅଙ୍ଗନବାଡ଼ିଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବି କରି ସ୍ଥାନୀୟ ଜନ ସାଧାରଣ ଏବଂ ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୁରୁଣ୍ଡିଆ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସାଧାରଣ ଲୋକେ । ବିଦେଶୀ ମଦ ଦୋକାନଟି ଜନବସତି ମଧ୍ୟରେ ଥିବାବେଳେ ପ୍ରାୟ ସମୟରେ ମଦ୍ୟପଙ୍କ ଭିଡ଼ ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ ନିକଟରେ ମଦ ଦୋକାନ ଥିବାରୁ ପିଲାମାନଙ୍କ ପାଠ ପଢାରେ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା ଦେଇ ମହିଳାମାନେ ଯିବା ଆସିବା କରିବା ପାଇଁ ଅସୁରକ୍ଷିତ ମଣୁଛନ୍ତି । ଏହା ବ୍ୟତୀତ ମଦ୍ୟପମାନେ କାଚ ବୋତଲ ଭାଙ୍ଗି ରାସ୍ତା ଘାଟ ଓ କୃଷି କ୍ଷେତ୍ରରେ ପକାଉଥିବାରୁ ପାଦ ଚଲା ବ୍ୟକ୍ତି ତଥା କୃଷି କ୍ଷେତ୍ରରେ କାମ କରୁଥିବା ଲୋକେ ଅନେକ ଥର ଭଙ୍ଗା କାଚ ମାଡ଼ି ଲହୁ ଲୁହାଣ ହେଉଛନ୍ତି । ତେଣୁ ତୁରନ୍ତ ଏହି ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁଣ୍ଡିଆରେ ବହୁ ସଂଖ୍ୟକ ଅଞ୍ଚଳବାସୀ ଏବଂ ସରପଞ୍ଚ ତଥା ପଞ୍ଚାୟତ ସମିତି ସଭ୍ୟଙ୍କ ସହ ଶହ ଶହ ଜନ ସାଧାରଣ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଶୋଭାଯାତ୍ରାରେ ଯାଇ ଗୁରୁଣ୍ଡିଆ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ଆଜି ଓ ୨୨ରେ ବନ୍ଦ ରହିବ ମଦ ବିକ୍ରି

ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ସ୍ଥାନୀୟ ଲୋକେ ୨୦୨୩ ଡିସେମ୍ବର 16 ତାରିଖରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏହି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ । ଗତ 2023 ମେ ମାସରେ ମଧ୍ୟ ଗ୍ରାମ ପଞ୍ଚାୟତରେ ଆୟୋଜିତ ଗ୍ରାମସଭାରେ ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଏହି ମଦ ଦୋକାନ ବନ୍ଦ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରା ନଗଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଜନ ସାଧାରଣ ଏବଂ ନିର୍ବାଚିତ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.