ETV Bharat / state

ରାଜ୍ୟରେ ଗୁରୁଚାପ ସକ୍ରିୟ, ଆହୁରି 2 ଦିନ ବର୍ଷିବ

author img

By ETV Bharat Odisha Team

Published : Jan 23, 2024, 7:55 PM IST

Odisha Weather Update: ରାଜ୍ୟରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଫଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଝିପି ଝିପି ବର୍ଷା ଲାଗି ରହିବ । ପାଣିପାଗର ପରିବର୍ତ୍ତନ ହେତୁ ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଅନୁଭୁତ ହେବ । ଅଧିକ ପଢ଼ନ୍ତୁ

ଆହୁରି 2 ଦିନ ବର୍ଷିବ
ଆହୁରି 2 ଦିନ ବର୍ଷିବ

ଆହୁରି 2 ଦିନ ବର୍ଷିବ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଫଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଝିପି ଝିପି ବର୍ଷା ଲାଗି ରହିବ । ପାଣିପାଗର ପରିବର୍ତ୍ତନ ହେତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଅନୁଭୁତ ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଛି । ତେବେ ଦକ୍ଷିଣ ଉପକୂଳ ଓଡିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଝିପ ଝିପ ବର୍ଷା ଲାଗି ରହିବ । ଆସନ୍ତାକାଲି ଅର୍ଥାତ 24 ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବ । ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳର କିଛି କିଛି ସ୍ଥାନରେ ବର୍ଷାର ପରିମାଣ ସାମାନ୍ୟରୁ ଅଧିକ ରହିବ ।

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ କୋହଲା ପାଗ । ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳ ବିଶେଷ ଭାବେ ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ବଙ୍ଗୋପସାଗରରେ ଥିବା ଏକ ଗୁରୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦେଖିବାକୁ ମିଳିବ । ଢେଙ୍କାନାଳ, ଭଦ୍ରକ, କେନ୍ଦୁଝର, ସମ୍ବଲପୁର, ବାଲେଶ୍ବରରେ ଘନ କୁହୁଡ଼ି ରହିବ । ୨୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏଭଳି ପାଗ ବଳବତ୍ତର ରହିବା ନେଇ କହିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ......ରାଜ୍ୟରେ କୋହଲା ପାଗକୁ ଝିପିଝିପି ବର୍ଷା, ଆହୁରି 3 ଦିନ ବର୍ଷିବ

ସେପଟେ ଆସନ୍ତା ୨୬ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବା ସହ ରାତି ତାପମାତ୍ରା ସ୍ବଭାବିକ ଠାରୁ ସାମାନ୍ୟ କମ୍ ରହିବ ତଥା ସାମାନ୍ୟ ଥଣ୍ଡା ଅନୁଭୂତ ହେବ ଏବଂ ଦିନରେ ତାପମାତ୍ରା ବଦଳିବା ନେଇ କହିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ କୋହଲା ପାଗ ସହ ଅନେକ ସ୍ଥାନରେ ହାଲୁକାରୁ ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲା କଣ୍ଟାପଡ଼ାରରେ ରାଜ୍ୟର ସର୍ବାଧିକ ୧୧.୦୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଭବାନୀପାଟଣା, ବଲାଙ୍ଗୀର ଓ ବାରିପଦାରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଶୀତ ଜାରି ରହିଥିବା ବଳେ ସମତଳ ଅଂଚଳରେ ସର୍ବନିମ୍ନ ତାପମାତ୍ରା ବାରିପଦାରେ ୧୦.୬ ଡିଗ୍ରୀ ଓ ପାହାଡିଆ ଅଂଚଳରେ କୋରାପୁଟରେ ୧୦.୦୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.