ETV Bharat / state

ଜୁନ 30 ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ - No Leave For Odisha Govt Officials - NO LEAVE FOR ODISHA GOVT OFFICIALS

No Leave For Odisha Govt Officials: ଜୁନ 30 ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ଚିଠି ଲେଖି ଅବଗତ କଲେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଅଧିକ ପଢ଼ନ୍ତୁ

ଜୁନ 30 ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
ଜୁନ 30 ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ (ETV Bharat Odisha)
author img

By ETV Bharat Odisha Team

Published : Jun 11, 2024, 10:54 PM IST

ଭୁବନେଶ୍ବର: ଜୁନ 30 ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏ ନେଇ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଶପଥ ଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସରକାରୀ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ ।

ଆସନ୍ତାକାଲି ଅପରାହ୍ନରେ ଶପଥ ନେବାକୁ ଯାଉଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ସହ ନୂଆ ମନ୍ତ୍ରିମଣ୍ଡଳୀ ଶପଥ ଗ୍ରହଣ କରିବେ । ଆଗକୁ ସେମାନେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିବେ । ଏସବୁ ମଧ୍ୟରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଆଜି ବିଭିନ୍ନ ରାଜ୍ୟ ସରକାରଙ୍କ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଜୁନ 30 ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଅଧିକାରୀମାନଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ...ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ; ସରପଞ୍ଚରୁ ରାଜ୍ୟ ମୁଖିଆ; କେମିତି ଥିଲା ଯାତ୍ରା - New CM OF Odisha

ମୁଖ୍ୟ ଶାସନ ସଚିବ ଜାରି କରିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହ 12.06.2024ରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ନୂତନ ସରକାରଙ୍କ ଦ୍ୱାରା ଚାର୍ଜସିଟ ଗ୍ରହଣ କରାଯିବା ସହିତ ସରକାରଙ୍କ ବିଭିନ୍ନ ସ୍ତରରେ ଅନେକ କାର୍ଯ୍ୟକଳାପ ହେବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ ମୁଖ୍ୟାଳୟରେ ଉରସ୍ଥିତ ରହିବା ଜରୁରୀ ଅଟେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.