ETV Bharat / state

ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ପାରମ୍ପରିକ ବାଜାରେ କମ୍ପୁଛି ଢେଙ୍କାନାଳ

ଢେଙ୍କାନାଳରେ ଆଜି ମା' ଲକ୍ଷ୍ମୀଙ୍କ ଭସାଣ ଉତ୍ସବ । ପାରମ୍ପରିକ ବାଦ୍ୟଯନ୍ତ୍ରରେ ମା'ଙ୍କୁ ବିଦାୟ ଦିଆଯିବ ।

LAXMI PUJA
LAXMI PUJA (ETV BHARAT ODISHA)
author img

By ETV Bharat Odisha Team

Published : 3 hours ago

Updated : 44 minutes ago

ଢେଙ୍କାନାଳ: ଢେଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 11 ଦିନ ଧରି ଜାକଜକମରେ ପୂଜା ଚାଲିବା ପରେ ଆଜି ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ ମା’ ଲକ୍ଷ୍ମୀ । ସହରରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଭସାଣ ଉତ୍ସବ । ମିଳିତ ଲକ୍ଷ୍ମୀପୂଜା ଭସାଣରେ ସାମିଲ ହେଉଛି ବିଭିନ୍ନ ମଣ୍ଡପର ମେଢ । ଗତ ରାତ୍ରିରେ ପୂଜା ମଣ୍ଡପ ମାନଙ୍କରେ ମା' ଙ୍କର ଅନ୍ତିମ ପୂଜା ଅର୍ଥାତ ବିସର୍ଜନ ପୂଜା ସରିଥିଲା । ମା' ଙ୍କୁ ବିଦାୟ ପାଇଁ ପୂଜା ପ୍ରତିଷ୍ଠାନ ମାନେ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ବିନା ଡିଜେରେ ଭସାଣ:

ଲକ୍ଷ୍ମୀପୂଜା ଭସାଣରେ ଡିଜେକୁ ବାରଣ କରାଯାଇଛି । କେବଳ ପାରମ୍ପରିକ ବାଦ୍ୟଯନ୍ତ୍ରରେ ମା'ଙ୍କୁ ବିଦାୟ ଦିଆଯିବ । ଏନେଇ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଥିଲା । ଭସାଣରେ ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଚଳିତ ବର୍ଷ ମୋଟ 38 ମଣ୍ଡପରେ ମା'ଙ୍କୁ ଆବାହନ କରାଇଯାଇଥିଲା । ମିଳିତ ଭସାଣ ଶୋଭାଯାତ୍ରାରେ 20ଟି ମେଢ଼ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଏମିତି ହେବ ଭସାଣ ଉତ୍ସବ:

LAXMI PUJA
LAXMI PUJA (ETV BHARAT ODISHA)

ପରମ୍ପରା ମୁତାବକ ପ୍ରଥମ ପୂଜା ପ୍ରତିଷ୍ଠାନ ମିନା ବଜାର ପୂଜା ମଣ୍ଡପ ଠାରେ ଭସାଣ ଉତ୍ସବର ଉଦଘାଟନ ପରେ ସମସ୍ତ ମେଢ ନିଜ ନିଜ ଆସ୍ଥାନ ଛାଡି ରାଜା ନଅର ଠାରେ ମେଳଣକୁ ଯିବେ । ପରେ ନିଜ ନିଜର କ୍ରମିକ ନମ୍ବର ମୁତାବକ କୋର୍ଟ ଛକ, ବସଷ୍ଟାଣ୍ଡ ଓ ପିଡ଼ବ୍ଲ୍ୟୁଡି ଅଫିସ ଦେଇ ପୁଣି ସହରର ମୁଖ୍ୟ ରାସ୍ତାରେ ମିଳିତ ଭସାଣ ଶୋଭାଯାତ୍ରାରେ ୨୦ଟି ମେଢ଼ ସାମିଲ ହୋଇ କାଠ ଶଙ୍ଖ ଅଭିମୁଖେ ଯିବେ । ଅନ୍ୟମେଢ଼ ଗୁଡିକ ନିଜ ନିଜ ରୁଟ ଦେଇ ପୂର୍ବ ନିର୍ଦ୍ଧାରିତ କୁଞ୍ଜକାନ୍ତ, ଜେଲ ପୋଖରୀ, ନୂଆ ପୋଖରୀ ଓ ବାଉଁଶ ପୋଖରୀରେ ମା'ଙ୍କୁ ବିସର୍ଜନ ଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ରାତି ୧୦ଟା ସୁଦ୍ଧା ବିସର୍ଜନ ଶେଷ କରିବାକୁ ସମୟ ନିର୍ଘଣ୍ଟ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ବିନା ଡିଜେରେ ହେବ ଭସାଣ ଉତ୍ସବ

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା କ୍ରେଜ ବଢ଼ାଉଛି ଚାନ୍ଦି ମେଢ଼; କ୍ୱିଣ୍ଟାଲ କ୍ୱିଣ୍ଟାଲ ରୂପା ଅଳଙ୍କାରରେ ଝଲସୁଛନ୍ତି ମା'

ସୁରକ୍ଷା ବ୍ୟବସ୍ଥା କଡାକଡି:

LAXMI PUJA (ETV BHARAT ODISHA)

ମିଳିତ ଭସାଣ ଶୋଭାଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ 23ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମେଢ଼ ଗୁଡିକ କିପରି ସମୟ ନିର୍ଘଣ୍ଟ ମୁତାବକ ନିଜ ନିଜ ନିଜ ଆସ୍ଥାନ ଛାଡିବେ ସେଥିପାଇଁ ପ୍ରଶାସନ ଓ ପୋଲିସ ଅଧିକାରୀ ମାନେ ତଦାରଖ କରୁଛନ୍ତି । ଚଳିତ ବର୍ଷ ଶୋଭାଯାତ୍ରାରେ ଡିଜେ ବାଜା ଉପରେ କଟକଣା ଜାରି କରିଛି ପ୍ରଶାସନ ।

LAXMI PUJA
LAXMI PUJA (ETV BHARAT ODISHA)

ପାରମ୍ପିରକ ବାଜାରେ କମ୍ପିବ ଢେଙ୍କାନାଳ :

LAXMI PUJA
LAXMI PUJA (ETV BHARAT ODISHA)

ତେବେ ଚଳିତ ବର୍ଷ ବାତ୍ୟା ଦାନା ଆଗମନ ନେଇ ଲୋକ ମାନଙ୍କ ଆନନ୍ଦ ଉଲ୍ଲାସର ଫିକା ପଡିଯାଇଥିଲା । ଫଳରେ ମା'ଙ୍କ ଏହି ଭସାଣ ଉତ୍ସବକୁ ବେଶ ଧୁମ ଧାମରେ ପାଳିବା ପାଇଁ ପୂଜା ପ୍ରତିଷ୍ଠାନ ମାନେ ବିଭିନ୍ନ ପାରମ୍ପରିକ ଆକର୍ଷଣୀୟ ବାଜା,ବ୍ୟାଣ୍ଡ ପାର୍ଟି ଆଦି ସାମିଲ କରିଥିବା ଜଣାପଡ଼ିଛି । ବିଭିନ୍ନ ପାରମ୍ପରିକ ଓ ଅତ୍ୟାଧୁନିକ ବାଜା, ବାଜଣା ସାଙ୍ଗକୁ ନାଚ ଗୀତରେ ମିଳିତ ଭସାଣ ଶୋଭାଯାତ୍ରାରେ ମା' ଙ୍କୁ ବିଦ୍ୟାୟ ଦେବେ ଢେଙ୍କାନାଳ ବାସୀ ।

LAXMI PUJA
LAXMI PUJA (ETV BHARAT ODISHA)

ଇଟିଭି ଭାରତ, ଢେଙ୍କାନାଳ

Last Updated : 44 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.