ETV Bharat / state

ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ଆଇନ ମନ୍ତ୍ରୀ - Law Minister in Puri - LAW MINISTER IN PURI

Law Minister reviewed preparations for Ratha yatra: ପୁରୀରେ ଆଇନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ । ଶୃଙ୍ଖଳିତ ସ୍ନାନ ଓ ରଥଯାତ୍ରା ପାଇଁ କଲେ ଆଲୋଚନା । ଲୋଡିଲେ ସମସ୍ତଙ୍କ ସହଯୋଗ । ଅଧିକ ପଢନ୍ତୁ

ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ଆଇନମନ୍ତ୍ରୀ
ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ଆଇନମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jun 18, 2024, 7:25 AM IST

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତ ୨୨ ତାରିଖରେ ସ୍ନାନ ପୂର୍ଣ୍ଣିମା ଓ ଆସନ୍ତାମାସ (ଜୁଲାଇ) 7ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ସମାପନ କରାଯାଇପାରିବ ସେନେଇ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ । ଗତକାଲି ହୋଇଥିବା ଏହି ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ଆଇନମନ୍ତ୍ରୀ (ETV Bharat Odisha)

ଗତକାଲି ସଂଧ୍ୟାରେ ଆଇନ ମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଚଳିତବର୍ଷର ରଥଯାତ୍ରା ଆୟୋଜନ ସମସ୍ତଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।‌ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଛି । ଏଥିପାଇଁ ଏକ ଯୋଜନା ମଧ୍ୟ ପ୍ରସ୍ତୁତ ହେଉଛି । ବିନା ସମସ୍ୟାରେ ଠିକ୍ ସମୟରେ ଯେଭଳି ଘୋଷଯାତ୍ରା ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ସମସ୍ତଙ୍କ ସହଯୋଗରେ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପଡିବ । ରଥାରୂଢ ଠାକୁରଙ୍କୁ ଭକ୍ତମାନେ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେନେଇ ମଧ୍ୟ ବିଶେଷ ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି, "୧୯୭୧ ମସିହା ପରି ଚଳିତବର୍ଷ ରଥଯାତ୍ରା ଆମ ପାଇଁ ବଡ ଦାୟିତ୍ୱ । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଆସନ୍ତା ୧୯ ତାରିଖରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ସମସ୍ତଙ୍କ ଲକ୍ଷ୍ୟ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ହେଉ । ମହାପ୍ରଭୁଙ୍କ ଆର୍ଶୀବାଦରେ ଚଳିତବର୍ଷ ରଥଯାତ୍ରା ଶୃଙ୍ଖଳିତ ହେବ ବୋଲି ଆଶା ରଖିଛୁ । ତେବେ ଏହି ବିଶ୍ବପ୍ରସିଦ୍ଧ ଯାତ୍ରାରେ କାହାର କ'ଣ ଭୂମିକା ରହିବ, ସେନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଚଳିତବର୍ଷ ରଥଯାତ୍ରା ବିରଳ ଥିବାରୁ ଏହାକୁ ସୁରୁଖୁରୁରେ ଆୟୋଜନ କରିବା ନେଇ ସମସ୍ତଙ୍କର ସହଯୋଗ ରହିବା ଜୁରୁରୀ ।"

ଏହା ମଧ୍ୟ ପଢନ୍ତୁ:- ଆଜିଠୁ ବିଧାନସଭା ଅଧିବେଶନ: ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ, ବଛାଯିବେ ବାଚସ୍ପତି - ODISHA ASSEMBLY SESSION TOMORROW

୧୯୭୧ ମସିହାରେ ହୋଇଥିବା ରଥଯାତ୍ରା ଦିନର ନୀତିନିର୍ଘଣ୍ଟକୁ ସମୀକ୍ଷା କରାଯାଇଥିବା ବେଳେ ଆଗାମୀ ରଥଯାତ୍ରା ଦିନ ଆହୁରି ନୀତି ଶୀଘ୍ର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତକୁ ପ୍ରାଥମିକତା ଦିଆଯିବ । ଦୁଇରୁ ତିନି ମାସ ମଧ୍ୟରେ ଏନେଇ ଏକ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ଆଇନ ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.