ETV Bharat / state

ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ନାଟ୍ୟ ଜଗତର ବେତାଜ ବାଦଶାହା ଡ.ସଚ୍ଚି ଦାସ - sachi das passed away - SACHI DAS PASSED AWAY

SACHI DAS PASSED AWAY: ନାଟ୍ୟ ସମ୍ରାଟ ସଚ୍ଚି ଦାସ ବିୟୋଗରେ କଳା ଜଗତରେ ଶୋକର ଛାୟା । କଟକର ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ସଚ୍ଚିଙ୍କ ପରଲୋକ ହୋଇଛି ।ଅଧିକ ପଢନ୍ତୁ

ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ନାଟ୍ଯ ଜଗତର ବେତାଦ ବାଦସାହା ଡ.ସଚ୍ଚି ଦାସ

author img

By ETV Bharat Odisha Team

Published : Apr 18, 2024, 10:52 PM IST

Updated : Apr 18, 2024, 10:59 PM IST

ଡ.ସଚ୍ଚି ଦାସ

ଭୁବନେଶ୍ବର/ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ଓଡିଆ ନାଟ୍ୟ ଜଗତର ବେତାଜ ବାଦଶାହା ତଥା ନାଟ୍ୟ ସମ୍ରାଟ ଡ.ସଚ୍ଚି ଦାସ । ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏକାଧାରରେ ସେ ଥିଲେ ଚଳଚ୍ଚିତ୍ର, ଧାରାବାହିକ, ଯାତ୍ରା ଓ ମଞ୍ଚ ନାଟକରେ ଜଣେ ସଫଳ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଆ ନାଟ୍ୟ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଭୂମିକା ଅତୁଳନୀୟ ଥିଲା ।

ତାଙ୍କ ଲେଖନୀ ଓ ନିର୍ଦ୍ଦେଶନାରେ ପ୍ରାଣହୀନ ନାଟକରେ ବି ପ୍ରାଣ ସଞ୍ଚରି ଉଠେ । ତାଙ୍କ ନିର୍ଦ୍ଦେଶିତ ନାଟକ 'ଶାଗୁଣା ବସିଛି ଡେଣା ମେଲେଇ' ବେଶ ଜନାଦୃତ ହୋଇଥିଲା । ମୋ କିଏ ନେଇଗଲା ଜାଇ ଫୁଲକୁ, ପେକାଳି ବଜେଇ ଦେ, ବିଚାର, ନୀଳ ଆକାଶ ଦୂର ବନାନୀ, ଜଣେ ରାଜା ଥିଲେ, ରାତୀ ଗୋ ତମେ କଥା କହ, ଶେଷ ଶ୍ରାବଣ, କାହାଣୀ ନାଁ ଜନ ପଥ, ପରି ଅନନ୍ୟ ଛାପ ଛାଡିଯାଇଛନ୍ତି ସଚ୍ଚି ଦାସ । ତାଙ୍କ ରଚିତ ଓ ନିର୍ଦ୍ଦେଶିତ ଅନେକ ନାଟକ ଆଜି ବି କାଳଜୟୀ ହୋଇ ରହିଛି । ତାଙ୍କ ନିର୍ଦ୍ଦେଶିତ ନାଟକ ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ ସର୍ବ ଭାରତୀୟ ସ୍ଥରରେ ପୁରସ୍କାର ପାଇଥିଲା । ୩୩ ଖଣ୍ଡ ନାଟକ ଓ ଯାତ୍ରା ବହି ରଚନା କରିଥିଲେ ଡଃ ସଚ୍ଚି ଦାସ ।

ତାଙ୍କ ବିୟୋଗରେ ଓଡିଶା ନାଟ୍ୟ ଜଗତର ଅପୂରଣୀୟ କ୍ଷତି ଘଟିଛି । ପ୍ରଥମେ ରବୀନ୍ଦ୍ର ମଣ୍ଡପ ଓ ପରେ ସଙ୍ଗୀତ ନାଟକ ଏକାଡେମୀ ଠାରେ ତାଙ୍କର ପାଥିବ ଶରୀରକୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଅନେକ ନାଟ୍ୟକର୍ମୀ ଏବଂ ନାଟ୍ୟପ୍ରେମୀ । ଯାଜପୁର ଜିଲ୍ଲାର ବରି ସ୍ଥିତ ନେଉଳା ନେଉଳ ଗାଁରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତଃ ଦାସ ଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ଦାସଙ୍କ ସୁପୁତ୍ର l ୧୯୫୮ ମସିହା ଠାରୁ ନାଟକରେ ନିଜକୁ ହଜେଇ ଦେଇଥିବା ସ୍ଵର୍ଗତ ଦାସ ବର୍ତ୍ତମାନ ସୁଦ୍ଧା ସେ ୫୦୦ରୁ ଅଧିକ ନାଟକରେ ଅଭିନୟ, ୪୦୦ରୁ ଅଧିକ ନାଟକର ରଚନା ଏବଂ ୧୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ମଧ୍ଯ ପଢନ୍ତୁ ......ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ - Kamala Das Passes Away

ସଚ୍ଚି ଦାସ ନିଜର ନିକ୍ଷୁଣ ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଅନେକ ସମ୍ମାନ ଏବଂ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ୨୦୧୮ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ସେହି ବର୍ଷ ଉତ୍କଳ ସଂସ୍କୃତି ମହାବିଦ୍ୟାଳୟ ପକ୍ଷରୁ ସମ୍ମାନ ଜନକ ଡକ୍ଟରେଟ୍, ୨୦୧୫ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୦୦ରୁ ୨୦୦୧ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୧୦ରେ ଶତାବ୍ଦୀର କଳାକାର ସମ୍ମାନ,୨୦୧୪ରେ ବାଣୀଚିତ୍ର ସମ୍ମାନ ଏବଂ ୨୦୧୭ରେ ଅଜିତ ନାଟ୍ୟ ସମ୍ମାନ ବହୁ ପୁରସ୍କାରର ସେଥିଲେ
ଅଧିକାରୀ l

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି l ଜଗା ଶିଶୁ ସାହିତ୍ୟ ସଂସଦ, ନାଥପୁର, ଅଭିମନ୍ୟୁ ସାହିତ୍ୟ ପରିଷଦ, ବିଦଗ୍ଧା ଅନୁଷ୍ଠାନ, ଉପେନ୍ଦ୍ର ମିଶ୍ର ସ୍ମୁତି ସଂସଦ, ଅଟିରା, ପ୍ରଗତି କ୍ଲବ, ବରୀ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି l ସେପଟେ ତଙ୍କ ମୃତ୍ୟୁ ଖବର ପାଇ ବରୀ ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ, ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ,ବିଧାୟକ ଅମର ଶତପଥିଙ୍କ ସମେତ ଅନେକ ବୃଦ୍ଧିଜୀବୀ, ସାହିତ୍ୟିକ, କଳାକାର ଶୋକ ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ ଯାଜପୁର

Last Updated : Apr 18, 2024, 10:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.