ETV Bharat / state

କର୍ମଚାରୀ ଅଭାବ ପାଇଁ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ମେସିନ - lack of Staff in Khordha Hospitals

lack of staff in Khordha Hospitals: ପଣିରେ ପଡ଼ୁଛି ସରକାରୀ ବ୍ୟବସ୍ଥା । କର୍ମଚାରୀ ଅଭାବ ପାଇଁ ଲକ୍ଷାଧିକ ଟଙ୍କାର ମେସିନ ଓ କେମିକାଲ ବର୍ଷାଧିକ କାଳ ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଲାଣି । ଅଧିକ ପଢ଼ନ୍ତୁ,

ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ମେସିନ
ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ମେସିନ
author img

By ETV Bharat Odisha Team

Published : Mar 16, 2024, 6:22 PM IST

ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ମେସିନ

ଖୋର୍ଦ୍ଧା: ପଣିରେ ପଡ଼ୁଛି ସରକାରୀ ବ୍ୟବସ୍ଥା । କର୍ମଚାରୀ ଅଭାବ ପାଇଁ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ମେସିନ । ଖୋର୍ଦ୍ଧା ଉପଖଣ୍ଡରେ ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବା ବେଳେ ୪୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଛି । ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇଜଣ ଲେଖାଁଏ ଲାବ୍ରୋଟରି ଟେକ୍ନିସିଆନ ଅଛନ୍ତି । ତେବେ ୪୭ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାତ୍ର ୨୨ଜଣ ଲାବ୍ରୋଟରି ଟେକ୍ନିସିଆନ ଅଛନ୍ତି । ଆଉ କର୍ମଚାରୀ ଅଭାବରୁ ଲକ୍ଷାଧିକ ଟଙ୍କାର ମେସିନ ଓ କେମିକାଲ ବର୍ଷାଧିକ କାଳ ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଲାଣି ।

ଗ୍ରାମାଞ୍ଚଳରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ତେବେ କେଉଁଠି ଭିତ୍ତିଭୂମିର ଅଭାବ ତ ଆଉ କେଉଁଠି କର୍ମଚାରୀ ସଙ୍କଟ । ଯାହା ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ସାଜିଛି । ସରକାର ପ୍ରତି ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମାଗଣା ରକ୍ତ ପରୀକ୍ଷା କରିବା ପାଇଁ ଅତ୍ୟାଧୁନିକ ମେସିନ ଯୋଗାଇ ଦେଇଛନ୍ତି । ହେଲେ ତାହା ଲୋକଙ୍କ ସେବାରେ ଆସୁନଥିବା ଦେଖିବାକୁ ମିଳୁଛି । ସରକାରଙ୍କ ତଥ୍ୟ ଅନୁଯାୟୀ ପ୍ରତି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ୧୬ ଟି ରକ୍ତ ପରୀକ୍ଷା କରାଯାଉଥିବା ବେଳେ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୬୫ ପ୍ରକାର ରକ୍ତ ଓ ମଳ ମୂତ୍ର ପରୀକ୍ଷା ହେଉଛି, ସେହିପରି ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ୧୦୩ ଟି ପରୀକ୍ଷା ହେଉଛି । ଏଥିପାଇଁ ସରକାର ଉନ୍ନତ ଅତ୍ୟାଧୁନିକ ମାଇକ୍ରୋସ୍କୋପ, ସିବିଶି ମେସିନ, ଇଙ୍କ୍ୟୁବେଟର, ସେଣ୍ଟ୍ରିଫିକ ମେସିନ, ସେମିଅଟୋ ଅନଲାଇଜର ଭଳି ଅନେକ ଯନ୍ତ୍ରପାତି ସହ ମେସିନ ଯୋଗାଇ ଦେଇଛନ୍ତି । ହେଲେ ଦୁର୍ଭାଗ୍ୟର କଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଛାଡିଦେଲେ ଅନ୍ୟ କେଉଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସରକାର କହୁଥିବା ପରୀକ୍ଷା ହେଉ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.... ପାଣିରେ ପଡ଼ିଲା କୋଟି କୋଟି ଟଙ୍କା, ପାର୍କ ନିର୍ମାଣ କରି ଭୁଲିଗଲା ପ୍ରଶାସନ

କେଉଁଠି ମେସିନ ଅଛି କିନ୍ତୁ ଟେକ୍ନିସିଆନ ନାହାନ୍ତି ଆଉ କେଉଁଠି ଟେକ୍ନିସିଆନ ଅଛନ୍ତି କିନ୍ତୁ ମେସିନ ଚଳାଇବା ପାଇଁ ପ୍ରଶିକ୍ଷଣ ଦିଆଯାଇ ନଥିବା ଜଣାପଡ଼ିଛି । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ କହିଛନ୍ତି, ‘‘ଜିଲ୍ଲାର ସବୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା ପାଇଁ ଆବଶ୍ୟକ ମେସିନ ରହିଛି କିନ୍ତୁ କର୍ମଚାରୀ ଅଭାବ ପାଇଁ ପରୀକ୍ଷା ହୋଇ ପାରୁନି । ସେହିପରି ଆମେ ଲାବ୍ରୋଟରି ଟେକ୍ନିସିଆନ ନିଯୁକ୍ତି ପାଇଁ ପକ୍ରିୟା ଜାରି ରଖିଛୁ ଏବଂ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ପର୍ଯ୍ୟାୟ କ୍ରମେ ମେସିନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।’’ ସେପଟେ ୧୦ ରୁ ୧୫ ଲକ୍ଷ ଟଙ୍କାର ମେସିନ କାମରେ ନଲଗି ଖରାପ ହେବାକୁ ବସିଥିବା ବେଳେ କାହିଁକି ସରକାର ଏହା ଉପରେ ଦୃଷ୍ଟି ଦେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା ଓ ଆଇନଜୀବୀ । ସେହିପରି ତୁରନ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଆବଶ୍ୟକୀୟ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ସେମାନଙ୍କୁ ତୁରନ୍ତ ପ୍ରଶିକ୍ଷଣ ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.