ETV Bharat / state

ଅନ୍ତରୀଣ ବଜେଟକୁ ସ୍ବାଗତ କଲେ ଲକ୍ଷପତି ଦିଦି ଓ ଅଙ୍ଗନବାଡି କର୍ମୀ, କଂଗ୍ରେସ କହିଲା ନିରାଶଜନକ - Kendrapara News

Interim Budget 2024 Reaction: କେନ୍ଦ୍ରାପଡ଼ାରେ ଅନ୍ତରୀଣ ବଜେଟକୁ ସ୍ବାଗତ କଲେ ଲକ୍ଷପତି ଦିଦି ଓ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

Interim Budget 2024 Reaction
Interim Budget 2024 Reaction
author img

By ETV Bharat Odisha Team

Published : Feb 1, 2024, 7:54 PM IST

Updated : Feb 1, 2024, 8:06 PM IST

ଅନ୍ତରୀଣ ବଜେଟକୁ ସ୍ବାଗତ କଲେ ଲକ୍ଷପତି ଦିଦି ଓ ଅଙ୍ଗନବାଡି କର୍ମୀ, କଂଗ୍ରେସ କହିଲା ନିରାଶଜନକ

କେନ୍ଦ୍ରାପଡ଼ା: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଗୁରୁବାର) ଲୋକସଭାରେ ଉପସ୍ଥାପିତ କରିଛନ୍ତି ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ପୂର୍ବାହ୍ନ ୧୧ ଘଟିକା ସମୟରେ ବଜେଟ ଲୋକସଭାରେ ଉପସ୍ଥାପିତ ହେବା ପରେ ବିଭିନ୍ନ କ୍ଷେତ୍ରକୁ ନିର୍ବାଚନୀ ତୋଫା ଦିଆଯାଇଥିବା କୁହାଯାଉଛି । ଗୋଟିଏ ପଟେ ଲକ୍ଷପତି ଦିଦି ଓ ଅଙ୍ଗନବାଡି କର୍ମୀ ଏହି ବଜେଟକୁ ସ୍ବାଗତ କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ଏହାକୁ ନିରାଶଜନକ ବଜେଟ ବୋଲି କହିଛି ।

ଏ ନେଇ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି, "ଏହା ନିରାଶଜନକ ବଜେଟ । କେବଳ ଏହା ଏକ ଘୋଷଣା ପତ୍ର ମାତ୍ର । ମୋଦି ସରକାରଙ୍କ ଏହା ଥିଲା ନିର୍ବାଚନୀ ଇସ୍ତାହାର ସଦୃଶ । କାରଣ ଏଥିରେ କେବଳ ଘୋଷଣା ରହିଛି, କିନ୍ତୁ କେଉଁ କ୍ଷେତ୍ରରେ କେତେ ବ୍ୟୟ ବରାଦ ହେବ ସେ ନେଇ ବିସ୍ତୃତ ଭାବରେ କୌଣସି ସୂଚନା ଦେଇନାହିଁ । ଏଣୁ ଏହା ଏକ ଘୋଷଣା । ଏଭଳି ଘୋଷଣାର କୌଣସି ମାନେ ନାହିଁ ।"

ଅନ୍ତରୀଣ ବଜେଟ ହୋଇଥିବାରୁ ଆୟକର ଛାଡ ସୀମାରେ କୌଣସି ପରିବର୍ତ୍ତନ ଆସିନାହିଁ । ଆଗାମୀ ନିର୍ବାଚନ ପରେ ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ସୀମା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଅନ୍ୟପଟେ ପିଏମ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ପାଇଁ 2400 କୋଟି, ପିଏମ ଆବାସ ଯୋଜନାରେ 80, 671 କୋଟି, ଜଳଜୀବନ ମିଶନ ପାଇଁ 70,163 କୋଟି, ୟୁରିୟା ସବସିଡି ବାବଦରେ 1,64,000 କୋଟି, ମନରେଗା ଯୋଜନା ପାଇଁ 86,000 କୋଟି, ଆୟୁଷ୍ମାନ ଭାରତ ଯୋଜନାରେ 7,500 କୋଟି ଏବଂ ପିଏମ କୃଷି ସିଞ୍ଚନ ଯୋଜନା ବାବାଦକୁ 11, 391 କୋଟି ଟଙ୍କା ବଜେଟରେ ଉପସ୍ଥାପିତ ହୋଇଛି।

ଏହା ବି ପଢନ୍ତୁ- ମଧ୍ୟବିତ୍ତଙ୍କଠୁ କିପରି ଶୋଷି ହେବ ସେ ବ୍ୟବସ୍ଥା ହୋଇଛି: ପଞ୍ଚାନନ କାନୁନଗୋ

ସେହିପରି ବଜେଟରେ ମହିଳାଙ୍କ ବିକାଶକୁ ଅଧିକ ଫୋକସ୍ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଅଧିକ "ଲକ୍ଷପତି ଦିଦି" ସୃଷ୍ଟି କରିବାକୁ ବଡ଼ ଘୋଷଣା ହୋଇଛି।ଅର୍ଥମନ୍ତ୍ରୀ ସୀତାରମଣଙ୍କ ସୂଚନାନୁସାରେ,ଏବେ ସୁଦ୍ଧା ପାଖାପାଖି ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଛନ୍ତି।ଆହୁରି ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।ଲକ୍ଷପତି ଦିଦି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି ବଜେଟରେ କହିଛନ୍ତି ଅର୍ଥମନ୍ତ୍ରୀ।ଆହୁରି ପାଦେ ଆଗକୁ ଯାଇ ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କୋଣ ଅନୁକୋଣରେ କାମ କରୁଥିବା ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଆୟୁଷମାନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଇଥିବାରୁ କର୍ମୀମାନେ କେନ୍ଦ୍ର ସରକାରଙ୍କ ଆଭାର ବ୍ୟକ୍ତ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଏହାକୁ ଏକ ଦୁର୍ଭାଗ୍ୟପୂର୍ଣ୍ଣ ବଜେଟ ବୋଲି କହିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Feb 1, 2024, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.