ETV Bharat / state

ବାହାରିଲା ନୂଆଖାଇ ଶୁଭଲଗ୍ନ, ଏହି ଦିନ ମା' ସମଲେଶ୍ବରୀଙ୍କୁ ଲାଗି ହେବ ନବାନ୍ନ - Nuakhai Lagna Finalised

author img

By ETV Bharat Odisha Team

Published : Aug 27, 2024, 9:19 PM IST

Updated : Aug 28, 2024, 12:48 PM IST

Lagna For Nuakhai Festival: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଏହିଦିନ ହେବ ନୂଆଖାଇ ପାଳନ । ଅଧିକ ପଢ଼ନ୍ତୁ...

Lagna For Nuakhai Festival
Lagna For Nuakhai Festival (ETV Bharat Odisha)

ସମ୍ବଲପୁର: ନୂଆଖାଇ ପାଇଁ ସ୍ଥିର ହେଲା ଶୁଭଲଗ୍ନ । ଆଜି ପଶ୍ଚିମ ଓଡ଼ିଶାର କୃଷି ଭିର୍ତ୍ତିକ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଛି । ଆସନ୍ତା ସେପ୍ଟେମ୍ବର 8 ତାରିଖ ରବିବାର ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସକାଳ ସମୟ 9ଟା 12 ମିନିଟରୁ 9ଟା 27 ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ବା ନୂଆ ଚାଉଳର ଭୋଗ ଅର୍ପଣ ହେବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଏହି ଲଗ୍ନ ନିର୍ଣ୍ଣୟ କରିଛନ୍ତି ।

Nuakhai Festival (ETV Bharat Odisha)
ନୂଆଖାଇ ଶୁଭଲଗ୍ନ:

ଆଜି ଅପରାହ୍ନ 4ଟା ସମୟରେ ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଅହୁତ ବୈଠକରେ ପଣ୍ଡିତ ମଣ୍ଡଳୀ ସମୂହ ପ୍ରଥମେ ବିଷ୍ଣୁ ସହସ୍ରନାମ ପାଠ କରିଥିଲେ l ଏହା ପରେ ମା' ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ନୂଆଖାଇ ପାଇଁ ଶୁଭଲଗ୍ନ ସ୍ଥିରୀକୃତ ହୋଇଛି । ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ସ୍ଥିର ହୋଇଛି । ଏହି ଶୁଭଲଗ୍ନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେଵୀ ମା' ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଚଢାଯିବା ପରେ ସମଗ୍ର ପଶ୍ଚିମ ଓଡିଶାରେ ଏହି ଶୁଭ ଲଗ୍ନ ଅନୁସାରେ ନୂଆଁଖାଇ ପର୍ବ ପାଳନ ହୋଇଥାଏ । ପରେ ଘରେ ଘରେ ଲୋକେ ନୂଆ ଚାଉଳ ର ଭୋଗ ଖାଇ ନୂଆଖାଇ ପର୍ବ ପାଳନ କରିବେ ।

Nuakhai Festival
Nuakhai Festival (ETV Bharat Odisha)

କିପରି ପାଳନ ହୁଏ ନୂଆଖାଇ:

ପ୍ରତ୍ୟେକ ବର୍ଷ ସମ୍ବଲପୁରରେ ଜନ୍ମାଷ୍ଟମୀ ପର ଦିନ ଅର୍ଥାତ ନନ୍ଦଉତ୍ସବ ଦିନ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରାଯିବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ, ନନ୍ଦୋତ୍ସବରେ ନୂଆଖାଇ ଲଗ୍ନ ସ୍ଥିର କରିଛନ୍ତି ପଣ୍ଡିତ ମହାସଭା । ପଶ୍ଚିମ ଓଡ଼ିଶାର ନୂଆଖାଇ ଏକ ସ୍ୱତନ୍ତ୍ର ପର୍ବ । ଏହି ପର୍ବରେ ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କୁ ପାରମ୍ପରିକ ରୀତିନୀତିରେ ଅର୍ପଣ କରାଯାଇଥାଏ । ଏହାପରେ ତାହାକୁ ପ୍ରସାଦ ଭାବେ ନିଜେ ଗ୍ରହଣ କରିଥାନ୍ତି । ନୂଆଖାଇ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ହୋଇଥିଲେ ମଧ୍ୟ ଚାଷୀଠୁ ନେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଏହି ପର୍ବରେ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଝଲକ ଦେଖିବାକୁ ମିଳିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ନୂଆପଡ଼ାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ଯୁବରାଜ ଦେବ ଦେବ ସିଂ ଦେଓ କଲେ ଘୋଷଣା - Nuapada Nuakhai Lagna

ଇଟିଭି ଭାରତ, ସମ୍ବଲପୁର

Last Updated : Aug 28, 2024, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.