ETV Bharat / state

ଗଞ୍ଜାମର କୁକୁଡ଼ାଖଣ୍ଡିକୁ ମିଳିଲା NAC ମାନ୍ୟତା, ମିଠା ବାଣ୍ଟି କରି ସେଲିବ୍ରେଟ କଲେ ଅଞ୍ଚଳବାସୀ

author img

By ETV Bharat Odisha Team

Published : Feb 25, 2024, 9:32 PM IST

Kukudakhandi NAC: ୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନଏସି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେହିଧାରାରେ ଗଞ୍ଜାମ ଜିଲ୍ଲାର ଦୁଇଟି ଏନଏସି ଗଠନ ହୋଇଥିବା ବେଳେ ଦୁଇଟି ଏନଏସିକୁ ମ୍ୟୁନିସିପାଲିଟିରେ ଉନ୍ନୀତ କରାଯାଇଛି । ଅଧିକ ପଢ଼ନ୍ତୁ

ଗଞ୍ଜାମର କୁକୁଡ଼ାଖଣ୍ଡିକୁ ମିଳିଲା NAC ମାନ୍ୟତା

ବ୍ରହ୍ମପୁର: ଗଞ୍ଜାମର କୁକୁଡ଼ାଖଣ୍ଡି ପଞ୍ଚାୟତକୁ ମିଳିଲା ନୂତନ ଏନଏସିର ମାନ୍ୟତା । ମିଠା ବାଣ୍ଟି ସେଲିବ୍ରେସନ କଲେ ଅଞ୍ଚଳବାସୀ । ଗତକାଲି (ଶନିବାର) ୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନଏସି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେହିପରି ଚାରୋଟି ଜିଲ୍ଲାରେ ପାଞ୍ଚଟି ଏନଏସିକୁ ମ୍ୟୁନିସିପାଲିଟିରେ ଉନ୍ନିତ ହେବ । ସେହିଧାରାରେ ଗଞ୍ଜାମ ଜିଲ୍ଲାର ଦୁଇଟି ଏନଏସି ଗଠନ ହୋଇଥିବା ବେଳେ ଦୁଇଟି ଏନଏସିକୁ ମ୍ୟୁନିସିପାଲିଟିରେ ଉନ୍ନିତ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ କୁକୁଡ଼ାଖଣ୍ଡି ଗ୍ରାମ ପଞ୍ଚାୟତକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରାଯିବା ପରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ପୁରଣ କରିଥିବା ବେଳେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଠାକାର ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଏହି ଅଞ୍ଚଳକୁ ଏନଏସି ମାନ୍ୟତା ଦେବା ପାଇଁ ଅନେକବାର ସରକାରଙ୍କ ନିକଟରେ ଦାବି କରି ଆସିଥିଲେ । ଏପରିକି ରାଜ୍ୟର ଫାଇଭ-ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ବ୍ଲକ ଗସ୍ତ ଅବସରରେ ସ୍ଥାନୀୟ ଅଞ୍ଚଳର ନିର୍ବାଚିତ ପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ବିଷୟକୁ ଉପସ୍ଥାପନ କରିଥିଲେ । ମୁଖ୍ୟତଃ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ବେଳେ ଏହି ନୂତନ ଏନଏସି କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ ଅଧିକ କାର୍ଯ୍ୟକାରୀ ବୋଲି ଆଶା ବ୍ୟକ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ବରଗଡ଼ର ଦୁଇଟି ବ୍ଲକକୁ NAC ଘୋଷଣା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁକୁଡାଖଣ୍ଡି ଗ୍ରାମପଞ୍ଚାୟତକୁ ନୂତନ ଏନଏସିର ମାନ୍ୟତା ପ୍ରଦାନ କରିବା ପରେ ଏହାକୁ ନେଇ କୁକୁଡ଼ାଖଣ୍ଡି ପଞ୍ଚାୟତବାସୀ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ଫାଇବ-ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିୟାନଙ୍କ ଧନ୍ୟବାଦ ପ୍ରଦାନ କରିଛନ୍ତି । ଗଞ୍ଜାମ ଛଡ଼ା ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡ଼ା, ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ସଇଁତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.