ETV Bharat / state

କାଲି କୁଇ ସମାଜର କନ୍ଧମାଳ ବନ୍ଦ ଡାକରା, ସମର୍ଥନ କରିବନି ସମନ୍ଵୟ ସମିତି - Kandhmal Bandh - KANDHMAL BANDH

Kui Society Coordinating Committee: ଆସନ୍ତାକାଲି କନ୍ଧମାଳ ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ । କୁଇ ସମାଜ ସମନ୍ଵୟ ସମିତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ । ଅଧିକ ପଢ଼ନ୍ତୁ

Etv Bharatଆସନ୍ତାକାଲି କୁଇ ସମାଜର କନ୍ଧମାଳ ବନ୍ଦ ଡାକରାକୁ ସମର୍ଥନ କରିବନି ସମନ୍ଵୟ ସମିତି
ଆସନ୍ତାକାଲି କୁଇ ସମାଜର କନ୍ଧମାଳ ବନ୍ଦ ଡାକରାକୁ ସମର୍ଥନ କରିବନି ସମନ୍ଵୟ ସମିତି
author img

By ETV Bharat Odisha Team

Published : Apr 15, 2024, 6:06 PM IST

ଆସନ୍ତାକାଲି କୁଇ ସମାଜର କନ୍ଧମାଳ ବନ୍ଦ ଡାକରାକୁ ସମର୍ଥନ କରିବନି ସମନ୍ଵୟ ସମିତି

ଫୁଲବାଣୀ: ଚଳିତ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାର 3 ଜଣ ବିଧାୟିକା ପ୍ରାର୍ଥିନୀଙ୍କୁ ଅଣ ଆଦିବାସୀ ପ୍ରାର୍ଥୀ କହି ଆସନ୍ତାକାଲି 16 ତାରିଖ (ମଙ୍ଗଳବାର) କୁଇ ସମାଜ ସେବା ସମିତି କନ୍ଧମାଳ ବନ୍ଦ ଡାକରା ଦେଇଛି । କିନ୍ତୁ ଏହି ବନ୍ଦ ଡାକରାକୁ ସମର୍ଥନ କରିବାକୁ ମନା କରିଛି ସମନ୍ଵୟ ସମିତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କୁଇ ସମାଜ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ।

ସୂଚନା ଅନୁସାରେ, ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଓ ଭାଜପା ବିଧାୟିକା ପ୍ରାର୍ଥିନୀ ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଅଣ ଆଦିବାସୀ ବୋଲି ଦାବି କରିଥିଲେ ଜିଲ୍ଲାର କିଛି କୁଇ ସମାଜ ସେବା ସମିତିର ସଦସ୍ୟ । ଏହାକୁ ନେଇ ଆସନ୍ତା 16 ତାରିଖରେ କନ୍ଧମାଳ ବନ୍ଦ ଡାକରା ଦେଇଥିଲେ । କିନ୍ତୁ ଏନେଇ ସମନ୍ଵୟ ସମିତି ଏବଂ କୁଇ ସମାଜ ସହ ସଂଶ୍ଳିଷ୍ଟ ଅନ୍ୟ ସଂଗଠନମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିବା କହିଛନ୍ତି କୁଇ ସମାଜ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ।

ଲମ୍ବୋଦର କହଁର କହିଛନ୍ତି, " ଟିକେଟ ପାଇବାରେ କିଛି ବିଫଳ ନେତାଙ୍କ ଅପଚେଷ୍ଟାରେ ଆସନ୍ତାକାଲି 16 ତାରିଖ କନ୍ଧମାଳ ବନ୍ଦ ଡାକରା କିଛି ବ୍ୟକ୍ତିଙ୍କ ଏକତରଫା ନିଷ୍ପତ୍ତି । ଏନେଇ ସମନ୍ଵୟ ସମିତି ଏବଂ କୁଇ ସମାଜ ସହ ସଂଶ୍ଳିଷ୍ଟ ଅନ୍ୟ ସଂଗଠନମାନଙ୍କୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । କୁଇ ସମାଜ ଏକ ସମ୍ପୂର୍ଣ୍ଣ ଅଣରାଜନୈତିକ ସଂଗଠନ । ଭୋଟ ରାଜନୀତିରେ ସମ୍ପୃକ୍ତ ହେବ ନାହିଁ ବୋଲି ଏହାର ସମ୍ବିଧାନରେ ଉଲ୍ଲେଖ ରହିଛି । ଯେଉଁ ପ୍ରାର୍ଥୀମାନଙ୍କ ଆଦିବାସୀ ମାନ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ତାହାର କୌଣସି ଯାଥାର୍ଥତା ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରାର୍ଥୀ ଚୟନକୁ କୁଇ ସମାଜର ବିରୋଧ, ଏପ୍ରିଲ 16ରେ କନ୍ଧମାଳ ବନ୍ଦ ଡାକରା - Kandhamal Kui Society

ଲମ୍ବୋଦର ଏହା ମଧ୍ୟ କହିଛନ୍ତି, "ଫୁଲବାଣୀ କଂଗ୍ରେସ ପ୍ରାର୍ଥୀନୀ ପ୍ରତିଭା କହଁର କଟ୍ରିଙ୍ଗୀଆ ସରପଞ୍ଚ ହେବାବେଳେ ସମାଜ କାହିଁକି ବିରୋଧ କରିନଥିଲେ । ଏହାସହ ଫୁଲବାଣୀ କଂଗ୍ରେସ ପ୍ରାର୍ଥିନୀ ଏବଂ ବାଲିଗୁଡା ବିଜେପି ପ୍ରାର୍ଥିନୀ ଯାହାକୁ ବାହା ହେଲେ ମଧ୍ୟ ସେମାନେ ଆଜୀବନ ଆଦିବାସୀ ରହିପାରିବେ । ଯଦି କାହାକୁ ବିରୋଧ କରିବାର ଅଛି ତେବେ ଭୋଟ ମାଧ୍ୟମରେ ବିରୋଧ କରିପାରିବେ । ଏଭଳି ବନ୍ଦକୁ ଆମେ ସମର୍ଥନ କରିବୁ ନାହିଁ । କୁଇ ସମାଜ ନାମରେ ଏହା ମିଥ୍ୟା ପ୍ରଚାର । ଦେଶର ଆଇନ ଓ କାନୁନ ସର୍ବାଗ୍ରେ ।" ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନିଖିଳ ଉତ୍କଳ କୁଇ ସମାଜ ଜି. ଉଦୟଗିରି ସଭାପତି ତୁଷାର କହଁର, ସମ୍ପାଦକ ଜନକ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.