ETV Bharat / state

ଆଦିବାସୀଙ୍କ ନିଆରା ଶିବରାତ୍ରୀ, ପୂଜା ପାଆନ୍ତି ହରପାର୍ବତୀ - Mahashivratri2024

Koraput Tribes Celebrating Mahashivratri: ମହାଶିବରାତ୍ରୀ ଅବସରରେ କୋରାପୁଟ ଜିଲ୍ଲାର ଶୈବପୀଠ ଗୁଡିକ ଉତ୍ସବ ମୁଖର ହୋଇଉଠିଛି । ଦେଓମାଳିର ପାଦଦେଶରେ ଦୁଧାରୀ ନିକଟସ୍ଥ ବଣ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ମଧ୍ୟ ଆନନ୍ଦର ସହିତ ପାଳନ କରିଛନ୍ତି ମହାଶିବରାତ୍ରୀ । ଅଧିକ ପଡ଼ନ୍ତୁ

ନିଆରା ଢ଼ଙ୍ଗରେ ଆଦିବାସୀ ପାଳୁଛନ୍ତି ଶିବରାତ୍ରୀ

author img

By ETV Bharat Odisha Team

Published : Mar 8, 2024, 10:23 PM IST

ନିଆରା ଢ଼ଙ୍ଗରେ ଆଦିବାସୀ ପାଳୁଛନ୍ତି ଶିବରାତ୍ରୀ

କୋରାପୁଟ: ମହାଶିବରାତ୍ରୀ ଅବସରରେ କୋରାପୁଟ ଜିଲ୍ଲାର ଶୈବପୀଠ ଗୁଡିକ ଉତ୍ସବ ମୁଖର ହୋଇଉଠିଛି । ଆଜି ଓଡିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଜିଲ୍ଲାର ବିଭିନ୍ନ ଖ୍ୟାତିସମ୍ପନ୍ନ ଶୈବ ପୀଠରେ ହୋଇଥିବା ଦେଖିବାକୁ ମିଳିଛି । ଦେଓମାଳିର ପାଦଦେଶରେ ଦୁଧାରୀ ନିକଟସ୍ଥ ବଣ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ମଧ୍ୟ ଆନନ୍ଦର ସହିତ ପାଳନ କରିଛନ୍ତି ମହାଶିବରାତ୍ରୀ । ତେବେ ମାଉଳିମା ମନ୍ଦିର ସଂଲଗ୍ନ ପାହାଡ଼ରେ ପୂଜା ପାଉଥିବା ହରଗୌରୀ ବିଶେଷ ଭାବେ ଆକର୍ଷଣ ସୃଷ୍ଟି କରିଛି । ତେବେ ଆସନ୍ତୁ ଜାଣିବା କେଉଁଭଳି ଭାବରେ ଆଦିବାସୀମାନେ ମହାଶିବରାତ୍ରୀ ପାଳନ କରିଛନ୍ତି ।

ଲୋକକଥା ଅନୁଯାୟୀ ହର ପାର୍ବତୀଙ୍କ ସହିତ କାଳୀ ଓ ଅନ୍ୟ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଏହି ପାହାଡର ମଝି ଭାଗରେ କାହିଁ କେଉଁ କାଳରୁ ଖୋଲା ଆକାଶ ତଳେ ପଡି ରହିଥିଲା । ଗତ କିଛି ବର୍ଷ ପୂର୍ବେ ଦୁଧାରୀରେ ରାଜସ୍ବ ଅଧିକାରୀ ଏହି ପ୍ରତିମୂର୍ତ୍ତି ଗୁଡିକୁ ପୂଜା କରି ନିଜ ମାନସିକ ଇଚ୍ଛା ପୂରଣ ହୋଇଥିବା ଖୁସିରେ ଏକ ମନ୍ଦିର ନିର୍ମାଣ କରି ମୂର୍ତ୍ତି ଗୁଡିକୁ ସ୍ଥାପନା କରି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଆରମ୍ଭ କରିଥିବା ଏହି ମନ୍ଦିରର ପୂଜକ ଦଶମନ୍ତ ନାୟକ ଜଣାଇଛନ୍ତି । ସାଧାରଣତଃ ଶିବ ମନ୍ଦିରରେ ଶିବ ଲିଙ୍ଗ ପୂଜା ପାଉଥିବା ବେଳେ ଏଠାରେ ଶିବଙ୍କ ସହିତ ପାର୍ବତୀଙ୍କ ମୂର୍ତ୍ତିକୁ ପୂଜା କରାଯାଉଛି । ପୂଜା କରିବା ପାଇଁ ଵିଶେଷ କରି ମହିଳାଙ୍କ ସୁଅ ଛୁଟିଥିବା ଦେଖାଯାଇଛି । ପାରମ୍ପରିକ ବାଦ୍ୟର ତାଳେ ତାଳେ ମହିଳା ମାନେ ନୃତ୍ୟ ମାଧ୍ୟମରେ ହରପାର୍ବତୀଙ୍କ ପାଖରେ ପ୍ରାର୍ଥନା କରିବା ଏକ ମନୋଜ୍ଞ ପରିବେଶ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.... ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସମ୍ବଲପୁର, ସୋମନାଥ ପୀଠରେ ପ୍ରବଳ ଭିଡ଼

ନନ୍ଦପୁର ତଥା ସୁବାଇ ଅଞ୍ଚଳରେ ଥିବା ଜୈନ ମୂର୍ତି ସହିତ ଏହି ମୂର୍ତି ଗୁଡିକର ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଗବେଷଣା ଅଭାବରୁ ଏହି ମୂର୍ତ୍ତି ଗୁଡିକର ବାସ୍ତବିକ ଇତିହାସ ଜଣାପଡୁନଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାହାର ଦୁନିଆରେ ପ୍ରଚାର ପ୍ରସାର ହୋଇନଥିବା ଯୋଗୁଁ ମୂର୍ତି ଗୁଡିକ ଖୋଲା ଆକାଶ ତଳେ ଅକ୍ଷୁର୍ଣ୍ଣ ରହିଥିଲା । ସମୟ ସହିତ ଲୋକଲୋଚନକୁ ଆସିବା ପରେ ଏହି ମୂର୍ତ୍ତି ଗୁଡିକର ରକ୍ଷଣାବେକ୍ଷଣ କରାଯିବାର ଆବଶ୍ୟକତା ରହିଥିବା ଲୋକେ ଅନୁଭବ କରିଛନ୍ତି । ଏହି ଉତ୍ସବ ପରିସରରୁ ନିଜ ଘରକରଣାର ଆବଶ୍ୟକତା ପୁରଣ କରିବା ପାଇଁ ସୁଲଭ ମୂଲ୍ୟରେ ଖୋଲୁଥିବା ଟିକି ବଜାରଟି ଏଠାକୁ ଆସୁଥିବା ଆଦିବାସୀ ପରିବାର ପାଇଁ ସୁପର ବଜାର ଠାରୁ କିଛି କମ ନୁହେଁ ।

ମହାଶିବରାତ୍ରୀର ବହୁଦିନ ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଏହି ଆଦିବାସୀ ଜନଜାତିର ଲୋକେ ଝୁଣା, ପାଳୁଅ, ହରିଡା, ବାହାଡ଼ା, ଅଁଳା ଓ ବିଭିନ୍ନ ଔଷଧୀୟ ଗୁଣରେ ଭରି ରହିଥିବା କନ୍ଦା, ଚେରମୂଳ ସଂଗ୍ରହ କରିଥାନ୍ତି । ଆଦିବାସୀଙ୍କ ଠାରୁ ଏହି ସମସ୍ତ ଶୁଦ୍ଧ ଜଙ୍ଗଲଜାତ ଦ୍ରବ୍ୟ କିଣିବାରେ ପର୍ଯ୍ୟଟକ ଆନନ୍ଦିତ ହୁଅନ୍ତି । ଗାଁ ଗଣ୍ଡାରୁ ସପରିବାର ଆସିଥିବା ଆଦିବାସୀ ମାନେ ଦୁରଦେଶରୁ ଆସିଥିବା ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିନେବା ପାଇଁ ଯାତ୍ରାରେ ଗହଳି ସୃଷ୍ଟି କରିଛନ୍ତି । ପିଲାଙ୍କ ପାଇଁ ଖେଳନା, ଗହଣା, ମିଠା, ପିଠା କିଣିବା ଠାରୁ ଆରମ୍ଭ କରି କଟୁରି, ଟାଙ୍ଗିଆ, ଛୁରୀ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଉପକରଣକୁ କିଣିନେଉଥିବା ଦେଖାଯାଇଛି । ହରପାର୍ବତୀଙ୍କ ଦର୍ଶନ ମାଧ୍ୟମରେ ଆଧ୍ୟାତ୍ମିକ ଆନନ୍ଦ ସାଉଁଟିବା ସହିତ ମନ୍ଦିର ପାର୍ଶ୍ଵରେ ବସିଥିବା ବଜାର ପାହାଡ଼ ଚଢ଼ାର କ୍ଳାନ୍ତିକୁ ଉପଶମ କରିଛି ।

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.