ETV Bharat / state

'ପରବ-2024' ଉଦଘାଟିତ, କୋରାପୁଟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ବର୍ଷା - PARAB 2024

ପରବ-2024 ଲୋକ ମହୋତ୍ସବର ପଞ୍ଚଦିବସୀୟ ସମାବର୍ତ୍ତନ ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫୭୫.୯୮କୋଟିରେ ୩୪ଟି ପ୍ରକଳ୍ପର ଶୁଭ ଦେଇଛନ୍ତି ।

ପରବ-2024 ଉଦଘାଟିତ
ପରବ-2024 ଉଦଘାଟିତ (ETV Bharat Odisha)
author img

By ETV Bharat Odisha Team

Published : Dec 15, 2024, 1:16 PM IST

Updated : Dec 15, 2024, 4:12 PM IST

କୋରାପୁଟ: 'ପରବ' ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନର ବର୍ଷା । 'ପରବ-୨୦୨୪' ଲୋକ ମହୋତ୍ସବର ପଞ୍ଚଦିବସୀୟ ସମାବର୍ତ୍ତନ ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଦେଢ଼ କୋଟି ଟଙ୍କାର ନୂଆ ପରବ ପଡ଼ିଆ ସହ ୫୭୫.୯୮କୋଟିରେ ୩୪ଟି ପ୍ରକଳ୍ପର ଶୁଭ ଦେଇଛନ୍ତି ।

ପରବ-2024 ଉଦଘାଟିତ (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ବର୍ଷା: ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 'ପରବ-୨୦୨୪'କୁ ଉଦଘାଟନ କରିବା ସହ ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରିଛନ୍ତି । କୋରାପୁଟ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ସାଗର ପାଇଁ ୩୫କୋଟି , ଦେଓମାଳି ପାଇଁ ୧୫କୋଟି ଓ ଡୁଡୁମା ଜଳପ୍ରପାତ ପାଇଁ ୨୦କୋଟି ଅନୁଦାନର ଘୋଷଣା କରିଛନ୍ତି । କୋରାପୁଟ ଜିଲ୍ଲାର କଫି, ଧାନ, ମାଣ୍ଡିଆ ଓ ଖରିଫ ଆଳୁ ଆଦି ବିଶ୍ବରେ ପ୍ରସିଦ୍ଧି ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପରବ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପରବ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପରବ ପଡ଼ିଆ, ପଲ୍ଲିଶ୍ରୀ ମେଳା, ବିକାଶ ମେଳାକୁ ଉଦଘାଟନ କରିଥିଲେ । କୋରାପୁଟ କଫିକୁ ନେଇ ହୋଇଥିବା କାଉଣ୍ଟରର ଉଦଘାଟନ କରିବା ସହ ସେଠାରେ କଫି ପିଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୪୨କୋଟି ବ୍ୟବବରାଦର ୭ ମହଲା ଡିଏଚଏଚ, ସହ ୧୮୫.୬୧ କୋଟି ବ୍ୟୟବରାଦର ୧୨ଟି ନିର୍ମାଣାଧୀନ ପ୍ରକଳ୍ପର ଉଦଘାଟନ କରିଥିଲେ । ସେହିପରି ୩୯୦କୋଟିର ୨୨ଟି ପ୍ରକଳ୍ପର ଭୂମି ପୂଜନ କରିଥିଲେ ।

ପରବ ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପରବ ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ଆରମ୍ଭ ହେଲା ଆଦିବାସୀ ସାଂସ୍କୃତିକ ମହୋତ୍ସବ ‘ପରବ’, ନାଚ-ଗୀତରେ ଝୁମିବ କୋରାପୁଟ

ଆଦିବାସୀ ସାଂସ୍କୃତିକ ମହୋତ୍ସବ 'ପରବ' ପାଇଲା ସ୍ଥାୟୀ ପଡିଆ

ମଞ୍ଚରେ ପରବ ଜ୍ୟୋତିକୁ ପ୍ରଜ୍ବଳିତ କରିବା ସହ ପରବର ପାରମ୍ପରିକ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ପରବର ପଞ୍ଚ ଦିବାସୀୟ ସମାବର୍ତ୍ତନ ଉତ୍ସବର ଉଦଘାଟନ କରିଥିଲେ। ଶନିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିବା ସଭାରେ ମୁଖ୍ୟମନ୍ତ୍ରୀ ପରବର ସ୍ମରଣିକା, କଫି ବୁକ ଏବଂ ଡ: ପରେଶ ରଥଙ୍କ ଦ୍ୱାରା ଦୁରୁଆ ଜନଜାତିର ଜୀବନଯାତ୍ରା ଉପରେ ରଚିତ ପୁସ୍ତକକୁ ଲୋକାର୍ପଣ କରିଛନ୍ତି ।

ପରବ-୨୦୨୪କୁ ଉଦଘାଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ
ପରବ-୨୦୨୪କୁ ଉଦଘାଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ (ETV Bharat Odisha)

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି," ଏହା କେବଳ ଏକ ସାଂସ୍କୃତିକ ଉତ୍ସବ ନୁହେଁ ବରଂ ଏହି ଜିଲ୍ଲାର ଗୋଟିଏ ପ୍ରଗତିର ଉତ୍ସବ। କୋରାପୁଟର କଫି, ମାଣ୍ଡିଆ, କଳା ଜିରା ଧାନ ଏସବୁ ନେଇ ବିଶ୍ବ ଦରବାରରେ ପହଞ୍ଚି ପାରିଛି । କୋରାପୁଟକୁ ନେଇ ଓଡ଼ିଶା ଗର୍ବ କରୁଛି । କୋରାପୁଟର ବିକାଶ କରିବା ପାଇଁ ପର୍ଯ୍ୟଟନ, ଶିକ୍ଷା, ରେଳ, ରାସ୍ତା ଆଦି ସମସ୍ତ କ୍ଷେତ୍ରରେ ବିକାଶ କରିବା ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି ।"

ଆଦିବାସୀ ପାରମ୍ପରିକ ନୃତ୍ୟ
ଆଦିବାସୀ ପାରମ୍ପରିକ ନୃତ୍ୟ (ETV Bharat Odisha)

ପାରମ୍ପରିକ ନୃତ୍ୟଗୀତରେ ଝୁମିଲେ ଦର୍ଶକ: ଦୁରଆ, ଢ଼େମସା ନୃତ୍ୟ, ଓଡିଶୀ, ଘୁଡକା, ଘୁମୁରା, ଢ଼େମସା, କଲାରୀ ପାଇଟୁ, ସାନ୍ତାଳୀ, ଆସାମୀ ବାଗୁରୁମ୍ଭା ନୃତ୍ୟ ଦର୍ଶକଙ୍କୁ ପାହାନ୍ତିଆ ପହରା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଗତ ଦେଢ଼ ମାସ ଧରି ଜିଲ୍ଲାର ବିଭିନ୍ନ ପଂଚାୟତ ଓ ବ୍ଲକ ସ୍ତରରେ ଆୟୋଜିତ କ୍ରୀଡା, ନାଟକ, ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ ବିଚିତ୍ରାର ପ୍ରତିଯୋଗିତାରେ ହଜାର ହଜାର କ୍ରୀଡ଼ାବିତ ଓ କଳାକାର ଯୋଗ ଦେଇ ପରବ ଅବସରରେ ନିଜ ଦକ୍ଷତାକୁ ପ୍ରଦର୍ଶନ କରିଥିଲେ ।

୨୯ ବର୍ଷ ଧରି ଚାଲିଛି 'ପରବ' ମହୋତ୍ସବ: ୧୯୯୬ ମସିହାରୁ ଆରମ୍ଭ ଏହି ପରବ ମହୋତ୍ସବ ଚାଲିଆସୁଛି । ଏହି ମହୋତ୍ସବରେ ଓରମାସର ସହଯୋଗରେ ଶତାଧିକ ଷ୍ଟଲ ଖୋଲାଯାଇ ଲୋକମାନଙ୍କୁ ବ୍ୟବସାୟ କରିବାର ସୁଯୋଗ ପ୍ରଦାନ କରୁଛି ।

ଇଟିଭି ଭାରତ, କୋରାପୁଟ

Last Updated : Dec 15, 2024, 4:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.