ETV Bharat / state

ନିର୍ବାଚନ ତାତିକୁ ପ୍ରଭାବିତ କରିବ ଗ୍ରୀଷ୍ମ ତାତି, ଶୋଭାଯାତ୍ରା ପାଇଁ ରାଜନୈତିକ ଦଳ ନେବେ ଏନଓସି - Summer guidelines

author img

By ETV Bharat Odisha Team

Published : Apr 7, 2024, 12:08 PM IST

Summer guidelines: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲେ କୋରାପୁଟ ଜିଲ୍ଲାପାଳ । ରାଜନୈତିକ ସଭାସମିତି, ବୈଠକରେ ପାନୀୟ ଜଳ, ଓଆରଏସ ରଖିବାକୁ ନିର୍ଦ୍ଦେଶ । ଆଉ ମଧ୍ୟ ଅଂଶୁଘାତ କିମ୍ବା କୌଣସି ଅସୁବିଧା ହେଲେ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 7655044000 ଫୋନ ନମ୍ବର ଓ ଜିଲ୍ଲା ନିଶୁଳ୍କ ନମ୍ବର 1077 ଜାରି କରାଯାଇଛି । ଅଧିକ ପଢନ୍ତୁ

Summer  guidelines
Summer guidelines
Summer guidelines

କୋରାପୁଟ: ନିର୍ବାଚନ ତାତିକୁ ପ୍ରଭାବିତ କରିବ ଗଭୀର ଗ୍ରୀଷ୍ମ ପ୍ରବାହ । ଆଗକୁ ନିର୍ବାଚନ ଥିବା ବେଳେ ଶୋଭାଯାତ୍ରା, ବୈଠକ କିମ୍ବା ଯେକୌଣସି ରାଜନୈତିକ କାର୍ଯ୍ୟକଳାପ କରାଗଲେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ରାଜନେତାମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । କୌଣସି ସଭାସମିତି କିମ୍ବା ଶୋଭାଯାତ୍ରା କରିବା ପୂର୍ବରୁ ଜିଲ୍ଲା ପ୍ରସାସନ ନିକଟରୁ ସମ୍ପୃକ୍ତ ଦଳ କିମ୍ବା ରାଜନେତାକୁ ଏନଓସି ନେବାକୁ ପଡିବ । ସଭାସମିତି ସ୍ଥଳରେ ପ୍ରର୍ଯ୍ୟାପ୍ତ ପରିମାଣରେ ପାନୀୟଜଳ, ଓଆରଏସ, ଛାମୁଣ୍ଡିଆ ସହ ଅନ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ । ଯଦି ଏହିସବୁ ସୁବିଧା ନ ଥିବ ତେବେ ରାଜନୈତିକ କାର୍ଯ୍ୟ କରିବାକୁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ।

ଶନିବାର ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପମାନ ଗ୍ରହଣ କରିବାକୁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି," କୋରାପୁଟ ଜିଲ୍ଲାରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଥିବା ବେଳେ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରାଥମିକ ଭାବେ କୋମଳମତି ଶିଶୁଙ୍କୁ ସୁରକ୍ଷା ଦେବାକୁ ଅଙ୍ଗନବାଡି କେନ୍ଦ୍ରକୁ ସକାଳୁଆ ହେବାକୁ ଯୋଜନା ହୋଇଛି ।’’

ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଆସିବା ପରେ ଜିଲ୍ଲାରେ ଅଗ୍ରାଧିକାର ଭିତ୍ତିରେ ଏହା ଲାଗୁ କରାଯିବ । ଏହାସହ ଗ୍ରୀଷ୍ମ ଦିନେ ଜନସଚେତନତା ବୃଦ୍ଧି କରାଯିବା ସହ ଗ୍ରାମାଞ୍ଚଳରେ ଜଳ ସଙ୍କଟ ପାଇଁ ବିଭାଗକୁ ସତର୍କ କରାଯାଇଛି । ଯେଉଁଠି ଜଳ ସଙ୍କଟ ଦେଖା ଦେବ ସେଠାରେ ତୁରନ୍ତ ପାନୀୟ ଜଳ ଯୋଗାଣ କରାଯିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ନଳକୂପ, କୂପ, ହ୍ୟାଣ୍ଡ ପମ୍ପ, ପାଇପ ପାନୀୟ ଜଳ ଯୋଗାଣ ଆଦିକୁ ତୁରନ୍ତ ମରାମତି କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜିଲ୍ଲାର ପ୍ରତି ସହର ଓ ପଞ୍ଚାୟତରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ପାଣି ପରିବର୍ତ୍ତନ, ସ୍ବଚ୍ଛତା ଓ ସୁବିଧା ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କର: ମୁଖ୍ୟ ଶାସନ ସଚିବ - Chief Secy Meeting

ଗ୍ରୀଷ୍ମ ଋତୁରେ ଗୋଧନକୁ ବହୁତ ପ୍ରକାର ରୋଗ ହେଉଥିବାରୁ ଏଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି । ଏହାସହ ପ୍ରତି ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ପାଇଁ ବ୍ୟବହାର ହେଉଥିବା ଜଳ ଉତ୍ସକୁ ମରାମତି କରିବା ସହ ପ୍ରଚୁର ପରିମାଣରେ ଓଆରଏସ ରଖିବାକୁ କୁହାଯାଇଛି । ପ୍ରତି ପିଏଚସି, ସିଏଚସି, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ଚିକିତ୍ସାଳୟରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ଖୋଲିବା ସହ ବେଡ୍‌ ରଖିବାକୁ କୁହାଯାଇଛି ।

ଆଉମଧ୍ୟ ଶ୍ରମିକଙ୍କ କାର୍ଯ୍ୟ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ସ୍କୁଲକୁ 4 ଘଣ୍ଟିଆ (ସକାଳ 6ଟା30ରୁ 10ଟା3୦) ଓ ଅଙ୍ଗନବାଡିକେନ୍ଦ୍ରକୁ 2 ଘଣ୍ଟିଆ (ସକାଳ 7ଟା 3୦ରୁ 9ଟା3୦) କରାଯାଇଛି । ଏହାସହ 11 ଟାରୁ 3 ଟା ଯାଏ କଠିନ ପରିଶ୍ରମ କରିବାକୁ ବାରଣ କରାଯାଇଛି । ବିଭିନ୍ନ ଅନୁଷ୍ଠାନରେ ଏହା ପାଳନ ହେଉଛି କି ନାହିଁ ତାହାର ଯାଞ୍ଚ କରାଯିବ ଓ ଫ୍ଲାଇଂ ସ୍କ୍ବାର୍ଡ ଗଠନ କରାଯାଇ ଚଢାଉ କରାଯିବ ।

ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମୋବାଇଲ ନମ୍ବର 7655044000 ଓ ଜିଲ୍ଲା ନିଶୁଳ୍କ ନମ୍ବର 1077 ଜାରି କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ବସରେ ପାନୀୟଜଳ, ଓଆରଏସ ଓ ଗ୍ରୀଷ୍ମ ପ୍ରବାହ ନିରୋଧୀ ଜିନିଷ ରଖାଯିବାକୁ କୁହାଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ, ବିଡିଓ ଓତହସିଲଦାରଙ୍କୁ ନେଇ ଫ୍ଲାଇଂ ସ୍କ୍ବାର୍ଡ ଗଠନ କରାଯାଇଛି । ଏହି ଟିମ୍‌ ବିଭିନ୍ନ କ୍ଷେତ୍ରକୁ ବୁଲି ଦେଖିବା ସହ ରାଜନୈତିକ କାର୍ଯ୍ୟକଳାପ କେନ୍ଦ୍ରକୁ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.