ETV Bharat / state

ବସନ୍ତର ମଳୟ ପବନରେ ଦୋଳି ଖେଳୁଛି ପ୍ରକୃତି, କୋରାପୁଟ ସୌନ୍ଦର୍ଯ୍ୟରେ ଆନମନା କବି - କୋରାପୁଟରେ ବସନ୍ତ ଋତୁ

Spring Season In Koraput: ଋତୁରାଜ ବସନ୍ତର ଆଗମନରେ କୌରାପୁଟ ଜିଲ୍ଲାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଉଠିଛି । ଅଧିକ ପଢ଼ନ୍ତୁ

କୋରାପୁଟରେ ବସନ୍ତ ଋତୁ
କୋରାପୁଟରେ ବସନ୍ତ ଋତୁ
author img

By ETV Bharat Odisha Team

Published : Feb 16, 2024, 6:22 PM IST

Updated : Feb 16, 2024, 6:28 PM IST

କୋରାପୁଟରେ ବସନ୍ତ ଋତୁ

କୋରାପୁଟ: ସବୁଜ ବନାନୀ, ଆକାଶ ଛୁଆଁ ସୁଉଚ୍ଚ ପାହାଡ଼ ପର୍ବତ, କଳ କଳ ନାଦରେ ବହିଯାଉଥିବା ନଦୀ-ଝରଣା ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ଋତୁରାଜ ବସନ୍ତର ଆଗମନରେ ଏହି ସୌନ୍ଦର୍ଯ୍ୟ ଦୁଇଗୁଣିତ ହୋଇ ଉଠିଛି । ପହିଲି ଆମ୍ବ ବଉଳର ବାସ୍ନା ସାଙ୍ଗକୁ ମୃଦୁ ମଳୟ ପବନ । କୋଇଲିର କୁହୁ କୁହୁ ରାବ ସାଙ୍ଗକୁ ରଙ୍ଗ ବେରଙ୍ଗର ଫୁଲକୁ ଦେଖିବା ପାଇଁ ଘଡିଏ ଅଟକି ଯାଉଛି ପଥିକ । ପ୍ରକୃତିର ଏହି ସୁନ୍ଦରତାକୁ ଦେଖି ମନକୁ ଅଟକାଇ ନପାରି କବି ଲେଖି ପକାଉଛି କବିତା । ସେପଟେ ଅଦିନରେ କଫି ବଗିଚାରେ ଫୁଟିଛି ପେନ୍ଥା ପେନ୍ଥା କଫି ଫୁଲ, ଯାହା ପର୍ଯ୍ୟଟକମାନଙ୍କୁ କୋରାପୁଟକୁ ଟାଣି ଆଣୁଛି ।

ବର୍ଷର ଛଅଟି ଋତୁରେ ପ୍ରକୃତି ନିଜକୁ ନିତ୍ୟ ନୂତନ ବେଶରେ ସଜାଇ ହେଉଥିବା ବେଳେ ବର୍ତ୍ତମାନ ବସନ୍ତ ଋତୁରେ କୋରାପୁଟ ଜିଲ୍ଲାର ପର୍ବତ ଶିଖର ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଓ ପତ୍ରରେ ଭରି ଯାଇଛି । କେଉଁଠି ଆମ୍ବ ଗଛରେ ଭରି ପଡିଥିବା ବଉଳର ସମ୍ଭାର ପର୍ଯ୍ୟଟକର ଦୃଷ୍ଟି ଆକର୍ଷଣ କରୁଛି ତ ଆଉ କେଉଁଠି ଆଦିବାସୀ ଜନଜାତିର ସାଂସ୍କୃତିକ ଜୀବନ ବିଚିତ୍ରତାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଧଳା ରଙ୍ଗର କୁରେଇ ଫୁଲର ସୌନ୍ଦର୍ଯ୍ୟ ମନକୁ ବିମୋହିତ କରୁଛି । ବିଶେଷ କରି ବସନ୍ତ ଋତୁର ମଳୟ ପବନରେ ବଉଳ ପେନ୍ଥାରୁ ଝଡି ଆସୁଥିବା ଟିକି ଟିକି ଫୁଲ, ବୃକ୍ଷରାଜିର ମାଟି ପ୍ରତି କୃତଜ୍ଞତାର ନିଦର୍ଶନ ସ୍ୱରୂପ ମାଟି ଉପରକୁ ଝଡି ଆସୁଥିବା ଶୁଖିଲା ପତ୍ର, କବି ପାଇଁ କବିତାର ଖୋରାକ ଯୋଗାଉଛି ।

ଏହା ମଧ୍ୟ ପଢ଼ନ୍ତୁ......ନିରବି ଯାଉଛି ପାହାଡ଼ର ସ୍ବର ! ଗୋଟି ଗୋଟି ହୋଇ ମାଟିରେ ଲୋଟି ପଡ଼ୁଛି ବୃକ୍ଷରାଜି

ପର୍ଯ୍ୟଟକ ପବନରେ ପତ୍ରଝଡାର ଦୋଳି ଖେଳର ଆନନ୍ଦ ନେଉଥିବା ସମୟରେ ବୃକ୍ଷରେ କଅଁଳିଆ ପତ୍ରର ନୂତନ ଆଗମନ ମାନବ ଜୀବନରେ ତ୍ୟାଗ ଓ ଭୋଗର ସମ୍ଭାବନା ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରୁଛି । ବସନ୍ତର ମଳୟ ପବନ ଶରୀରକୁ ମୃଦୁ ସ୍ପର୍ଶ ଦେଇ ଚାଲିଯାଉଥିବା ବେଳେ ଆମ୍ବ ବଉଳ, କୁରେଇ ଫୁଲ, ବଣ ମଲ୍ଲି ଭଳି ବିଭିନ୍ନ ପୁଷ୍ପରାଜିରୁ ଝରି ଆସୁଥିବା ମନମୁଗ୍ଧକର ମହକ ପର୍ଯ୍ୟଟକଙ୍କୁ ମତୁଆଲା କରିଦେଉଛି । ସେପଟେ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବ କୋରାପୁଟରେ ମଧ୍ୟ ପରିଲକ୍ଷିତ ହୋଇଛି । କୋରାପୁଟ ଜିଲ୍ଲାର କଫି ବଗିଚାରେ ମାର୍ଚ୍ଚ ମାସର ମଧ୍ୟ ଭାଗରେ ଫୁଟିବାକୁ ଥିବା କଫି ଫୁଲ କିଛି ବଗିଚାରେ ଚଳିତ ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରୁ ଫୁଟିବା ଆରମ୍ଭ ହୋଇ କଫି ଉଦ୍ୟୋଗୀଙ୍କ ଚିନ୍ତା ବଢ଼ାଇଦେଇଛି । ତେବେ ଅବେଳାରେ କଫି ଫୁଲକୁ ଦେଖିବା ପାଇଁ ଓ ଏହାର ମହକକୁ ଅତି ନିକଟରୁ ଅନୁଭବ କରିବା ପାଇଁ କଫି ବଗିଚାରେ ବିଦେଶୀ ପର୍ଯ୍ୟଟକଙ୍କ ଆବିର୍ଭାବ ଘଟୁଛି ।

ଇଟିଭି ଭାରତ, କୋରାପୁଟ

Last Updated : Feb 16, 2024, 6:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.