ETV Bharat / state

ଦିଲ୍ଲୀ ଦରବାରରେ ପ୍ରସାରିତ ହେବ କୋରାପୁଟର ସଂସ୍କୃତି ଓ ପରମ୍ପରା - KCU MOU WITH IGNCA - KCU MOU WITH IGNCA

KCU MOU WITH IGNCA :କୋରାପୁଟ ଆଦିବାସୀ ଜନଜାତିଙ୍କ ଜୀବନଚର୍ଯ୍ୟା ବୁଲି ଦେଖିଲେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ରର ଛାତ୍ରଛାତ୍ରୀ । ସେହିପରି ଚଳିତ ମାସ ଦିଲ୍ଲୀରେ ଏହି ଅନୁଷ୍ଠାନ ସହ କୋରାପୁଟର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଏକ ବୁଝାମଣା ସ୍ବାକ୍ଷର ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ଦିଲ୍ଲୀ ଦରବାରରେ ପ୍ରସାରିତ ହେବ କୋରାପୁଟର ସଂସ୍କୃତି ଓ ପରମ୍ପରା

author img

By ETV Bharat Odisha Team

Published : Apr 10, 2024, 10:35 PM IST

ଦିଲ୍ଲୀ ଦରବାରରେ ପ୍ରସାରିତ ହେବ କୋରାପୁଟର ସଂସ୍କୃତି ଓ ପରମ୍ପରା

କୋରାପୁଟ: ଜିଲ୍ଲାର କଳା,ସଂସ୍କୃତି ଓ ପରମ୍ପରାକୁ ବୁଲି ଦେଖିଲେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ରର ଛାତ୍ରଛାତ୍ରୀ । ଦିଲ୍ଲୀ ଦରବାରରେ ପ୍ରସାରିତ ହେବ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ରାୟଗଡା ,ନବରଙ୍ଗପୁର ,ମାଲକାନଗିରି ଜିଲ୍ଲାର ସଂସ୍କୃତି ଓ ଐତିହ୍ୟ । ଆଦିବାସୀ ଜନଜାତିଙ୍କ ଗନ୍ତାଘର କୋରାପୁଟ ଜିଲ୍ଲାର ସୁନାବେଡାରେ ଅବସ୍ଥାପିତ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ଦିଲ୍ଲୀ ସ୍ଥିତ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ର ସହ ଚଳିତ ମାସ ଦିଲ୍ଲୀରେ ଏକ ବୁଝାମଣା ସ୍ବାକ୍ଷର ହେବ । ଏନେଇ ଆଜି (ବୁଧବାର)ଦିନ ଏକ ସମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟର କୁଳପତି ଚକ୍ରଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳା କେନ୍ଦ୍ରର କିଛି ଛାତ୍ରଛାତ୍ରୀ , ଗବେଷକ ତଥା ଉଚ୍ଚସ୍ତରୀୟ ଅଧିକାରୀ ଗତ ଚାରିଦିନ ଧରି କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲାର ବିଭିନ୍ନ ଗ୍ରାମକୁ ଯାଇ ସେଠାକାର ଜନଜୀବନ ,ଜାନିଯାତ୍ରା , ରୀତିନୀତି , ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଗବେଷଣା କରିଥିଲେ । ଏହାସହ ଛାତ୍ରଛାତ୍ରୀ ମାନେ ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵର ଯାଇ ଗୁମ୍ଫା ମଧ୍ୟରେ ଶିବ ଲିଙ୍ଗ ଦର୍ଶନ କରିବା ସହ ଶ୍ରୀରାମ ବନବାସ ସମୟରେ ଦଣ୍ଡକାରଣ୍ୟରେ ବିତାଇଥିବା ସମୟର କିଛି ସ୍ମୃତିଚିହ୍ନକୁ ମଧ୍ୟ ଦର୍ଶନ କରିଥିଲେ । ଏଠାକାର ଆଦିବାସୀଙ୍କ ଜନଜୀବନ ଓ ସଂସ୍କୃତି ସହ ପରିଚିତ ହୋଇ ଅନେକ ନୂତନ ତଥ୍ୟ ପାଇଥିବା କଳାକେନ୍ଦ୍ରର ଛାତ୍ରଛାତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଗବେଷଣା କ୍ଷେତ୍ରରେ ସୁବିଧା ପାଇବେ ଛାତ୍ରଛାତ୍ରୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ମଧ୍ୟରେ ଚୁକ୍ତି - BU MOU With ZSI

ସେପଟେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ର ମଧ୍ୟରେ ହେବାକୁ ଯାଉଥିବା ବୁଝାମଣା ସାରା ଭାରତବର୍ଷରେ ପ୍ରଥମ ଥର କରାଯାଉଥିବା କଳାକେନ୍ଦ୍ରର ବରିଷ୍ଠ ଅଧିକାରୀ ପ୍ରଫେସର ଅରୁଣ କୁମାର ଭରଦ୍ବାଜ କହିଛନ୍ତି । ଏହି ବୁଝାମଣା ଫଳରେ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀ କୋରାପୁଟ ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ଗବେଷଣା କରି ପାରିବେ । ଏହି ଅଧ୍ୟୟନକୁ ସାକାର କରିବା ପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ର ପ୍ରଚଳିତ କରିଥିବା କଳା ଓ ସଂସ୍କୃତି ସମ୍ପର୍କିତ ୭ଟି ପାଠ୍ୟକ୍ରମ କେନ୍ଦ୍ର ଖୋଲାଯାଇ ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥା ସହ ଅନୁବନ୍ଧିତ ହୋଇପାରିବେ ବୋଲି ପ୍ରଫେସର ଭରଦ୍ବାଜ ସୂଚନା ଦେଇଛନ୍ତି । ଯାହାଫଳରେ ସ୍ଥାନୀୟ ଆଦିବାସୀ ମାନଙ୍କ ପ୍ରଚାର ପ୍ରସାର ହେବା ସହ ସେମାନଙ୍କ ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ ରଖାଯାଇପାରିବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.