ETV Bharat / state

ଫେବୃଆରୀ 19ରୁ ୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

author img

By ETV Bharat Odisha Team

Published : Feb 9, 2024, 8:04 PM IST

Konark Dance & Song Festival: ଆସନ୍ତା ୧୯ତାରିଖ ଦିନ ଅନୁଷ୍ଠିତ ହେବ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । ଚଳିତବର୍ଷ ଏହା ଗୋଟିଏ ଦିନ ଧରି ଆୟୋଜିତ ହେବ । ଅଧିକ ପଢନ୍ତୁ

୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପାଇଁ ପ୍ରସ୍ତୁତି ବୌଠକ

ନିମାପଡା: ଦୁଲୁକିବ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । ଏନେଇ ଆଜି ଏକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୯ତାରିଖ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଏହି ଉତ୍ସବ ଆୟୋଜିତ ହେବ । ଏହା ପ୍ରତିବର୍ଷ ତିନି ଦିନ ଧରି ହେଉଥିବାବେଳେ ଚଳିତ ବର୍ଷ ଗୋଟିଏ ଦିନ କରାଯିବ । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କମିଟି କର୍ତ୍ତୃପକ୍ଷ ।

ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ମୁକ୍ତାକାଶ ରଙ୍ଗମଞ୍ଚରେ ସଂଧ୍ୟା ୬ଟାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଆୟୋଜିତ ହେବ । ୧୯ତାରିଖରେ ଦିନତମାନ ବିଭିନ୍ନ କାର୍ଯ୍ୟକ୍ରମ ସହ ସାହିତ୍ୟ ଆସର କରାଯିବା । ଏହାସହ ସନ୍ଧ୍ୟାରେ ବାବା ବାଲୁଙ୍କେଶ୍ୱର ଘଣ୍ଟ ମର୍ଦ୍ଦଳ ଗୃପ ଡିମିରିଶେଣା କଳାକାର ମାନେ ଘଣ୍ଟ ଓ ମର୍ଦ୍ଧଳରେ ତାଳରେ ଚିତାକର୍ଷକ ନୃତ୍ୟ ପରିବେଷଣ କରିବେ । ଏଥିରେ ରାଜ୍ୟ ତଥା ରାଜ୍ୟବାହାର କଳାକାରମାନେ ନିଜର କଳା ପ୍ରଦର୍ଶନ କରିବେ ।

ଦ୍ୱିତୀୟ ଛନ୍ଦରେ କୋଣାର୍କ ନାଟ୍ୟ ମଣ୍ଡପ ଏବଂ ନୃତ୍ୟାଳୟା ଡାନ୍ସ ଏକାଡେମୀ ନିମାପଡ଼ାର କଳାକାରମାନେ ପଞ୍ଚଦେବସ୍ତୁତି ପରିବେଷଣ ପରେ ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ ଶ୍ରୀଜନ ଡାନ୍ସ ଏକାଡେମୀ ତରଫରୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ଏହାପରେ ବଂଶୀ ବାଦନ କରିବେ ଅଭିରାମ ନନ୍ଦ, ଭାରତନାଟ୍ୟମ୍ ପରିବେଷଣ କରିବେ ଅର୍ପିତା ସେନ ଓ ଗ୍ରୁପ୍ ।

ଏହା ମଧ୍ୟ ପଢନ୍ତୁ ......ଏକାମ୍ର ଉତ୍ସବର ପଞ୍ଚମ ସନ୍ଧ୍ୟା: ସୋନା ମହାପାତ୍ର ଓ ଋତୁରାଜଙ୍କ ଗୀତରେ ଝୁମିଲେ ଦର୍ଶକ

ଏହା ଦୀର୍ଘ ବର୍ଷ ଧରି ଆୟୋଜନ କରାଯାଉ ଥିବାବେଳେ କୋଭିଡ଼ ପାଇଁ ବନ୍ଦ ରହିଥିଲା । ଚଳିତବର୍ଷ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ଆୟୋଜନ କରିବା ପାଇଁ ପ୍ରୟାସ କରିଛନ୍ତି କମିଟି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଯୋଗ ଦେବା ପାଇଁ ଆୟୋଜକଙ୍କ ତରଫରୁ ନିବେଦନ କରାଯାଇଛି ।

ସେପଟେ ଭୁବନେଶ୍ବରରେ ଧୁମଧାମରେ ଚାଲିଛି ଏକାମ୍ର ମହୋତ୍ସବ । ଗତକାଲି ଷଷ୍ଠ ସନ୍ଧ୍ୟାରେ ସୋନୁ ନିଗମଙ୍କ ସ୍ୱରର ତାଳେ ତାଳେ ଝୁମିଥିଲେ ରାଜଧାନୀବାସୀ । ଷ୍ଟେଜରେ ଉଭୟ ଓଡ଼ିଆ ଓ ହିନ୍ଦୀର ସୁପରହିଟ୍ ଗୀତଗୁଡିକୁ ଦର୍ଶକଙ୍କୁ ଭେଟି ଦେଇଥିଲେ । ଅନ୍ୟପଟେ ସୁସ୍ବାଦ ପାରମ୍ପରିକ ଖାଦ୍ୟର ମଜା ନେଉଛନ୍ତି ଲୋକେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.