ETV Bharat / state

ଅନଲାଇନ୍ ବେଟିଂରେ କୋଟି କୋଟି ଟଙ୍କା କାରବାର,କୋଲକାତା ଇଡିର ବଡ଼ ଧରଣର ରେଡ୍ - KOLKATA ED RAIDS IN BONAI

author img

By ETV Bharat Odisha Team

Published : Jul 26, 2024, 10:53 PM IST

KOLKATA ED RAIDS IN BONAI: ଓଡ଼ିଶାରେ କୋଲକାତା ଇଡିର ଚଢାଉ । ଅନଲାଇନ୍ ଗେମିଂ ସହ ବେଟିଂରେ କୋଟି କୋଟି ଟଙ୍କା କାରବାର ଅଭିଯୋଗ । ସୁନ୍ଦରଗଡ଼ ବଣାଇ ଅଞ୍ଚଳର 3ଟି ସ୍ଥାନରେ 6ଟି ଘରେ ଚଢ଼ାଉ ଜାରି ରହିଥିବା ସୂଚନା । ଅଧିକ ପଢନ୍ତୁ

KOLKATA ED RAIDS IN BONAI
KOLKATA ED RAIDS IN BONAI (ETV Bharat Odisha)

ରାଉରକେଲା: ଅନଲାଇନ୍ ଗେମିଂ ସହ ବେଟିଂରେ କୋଟି କୋଟି ଟଙ୍କା କାରବାର । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଚାଲିଛି ବଡଧରଣର ଚଢ଼ାଉ । ଅନଲାଇନ୍ ଗେମ ସହ କୋଟି କୋଟି ଟଙ୍କା ବେଟିଂ ହେଉଥିବା ଅଭିଯୋଗରେ ଏହି ଚଢାଉ କରିଛି ପଶ୍ଚିମବଙ୍ଗ ଇଡି । ଚଢ଼ାଉରେ ସାମିଲ ହୋଇଛନ୍ତି ୨୦ରୁ ଊର୍ଦ୍ଧ୍ବ ଅଧିକାରୀ ।

ବଣାଇରେ କୋଲକାତା ଇଡି ରେଡ୍:

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ କୋଲକାତାରୁ ଇଡିର ଏକ ୨୦ ଜଣିଆ ଟିମ୍ ୮ ଟି ଗାଡ଼ିରେ ଆସି ବଣାଇ ଅଞ୍ଚଳରେ ପହଞ୍ଚିଛନ୍ତି ।ଏହି ଟିମ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି । ବଣାଇ ଅଞ୍ଚଳର ୬ଟି ଘରେ ଏକ କାଳୀନ ଚଢ଼ାଉ କରିଥିଲେ । ବିଶେଷ ସୂତ୍ର ଅନୁଯାୟୀ ଚଢ଼ାଉର ସଠିକ୍ କାରଣ ହେଉଛି ଅନଲାଇନ୍ ଗେମ ସହ ବେଟିଂ । ଅନଲାଇନ ଗେମ ଏବଂ ବେଟିଂରେ କୋଟି କୋଟି ଟଙ୍କା କାରବାର ବାବଦରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି । ପ୍ରଥମେ କୋଲକାତାର ଇଡି ଏହି ଅନଲାଇନ ଗେମ ଏବଂ ବେଟିଂ ମାମଲାରେ ସୁରାକ ପାଇଥିବା ଗୁପ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ 'ଫି ଉଇନ୍' ନାମକ ଏକ ଅନଲାଇନ ଗେମିଙ୍ଗ ଏବଂ ବେଟିଂ ଆପ ସମ୍ପର୍କରେ କୋଟି କୋଟି ଟଙ୍କା ବେଟିଂ ହେଉଥିବା ସୂଚନା ପାଇ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ .... ଭିଜିଲାନ୍ସ ହାତରେ କୁବେର ଯନ୍ତ୍ରୀ, ସପ୍ତଶଯ୍ୟାରେ ବିରାଟ ଫାର୍ମ ହାଉସ ଠାବ - Balangir Vigilance Raid

ଏକକାଳୀନ ୬ଟି ଘରେ ଚଢ଼ାଉ:

ତେବେ ଏହି ଗେମ ବା ବେଟିଂ ଆପରେ ଏହି ଅଞ୍ଚଳରେ କିଛି ଯୁବକ ସମ୍ପୃକ୍ତ ରହିଛନ୍ତି । କୋଟି କୋଟି ଟଙ୍କାର ଗେମ ଖେଳି ବେଟିଂ କରୁଛନ୍ତି । ଯାହାକୁ ନେଇ ଇଡି ଏହି ଚଢ଼ାଉକୁ ଜୋରଦାର କରିଛି । ସମସ୍ତ ଅଧିକାରୀମାନେ ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ, ଜଙ୍ଗଳା ଏବଂ ରୁଗୁଡ଼ା ଗ୍ରାମର ୬ଟି ଘରେ ଏକ କାଳୀନ ଚଢ଼ାଉ କରିଥିଲେ । ତେବେ ଏହି ଗେମିଙ୍ଗ ସହ ବେଟିଂ ଆପର ଚେର କେଉଁ ଯାଏ ଲମ୍ବିଛି । ତାହା ତଦନ୍ତ ପରେ ହିଁ ଜଣା ପଡିବ ।

ତେବେ ଏହି ଚଢ଼ାଉ ବାବଦରେ ଇଡି ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ପ୍ରଥମ ଥର ବଣାଇ ଭଳି ଏକ ଛୋଟ ସହରରେ ଇଡି ଚଢ଼ାଉ ଘଟଣା ବର୍ତ୍ତମାନ ସମ୍ପୂର୍ଣ୍ଣ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ବିଶାଳ ଚଢ଼ାଉ ବଣାଇ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ହେଉଛି । ଏହି ଚଢ଼ାଉରେ କେନ୍ଦ୍ରୀୟ ଫୋର୍ସଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.