ETV Bharat / state

କାଲି ଆସିବ କେନ୍ଦ୍ର ବଜେଟ୍, ଏଥର ଓଡ଼ିଶାକୁ କେତେ ଫାୟଦା ମିଳିବ ? - Interim Budget News

Budget 2024: ଆସନ୍ତାକାଲି ଗୃହରେ ଅନ୍ତରୀଣ ବଜେଟ ଆଗତ ହେବ । ଓଡ଼ିଶା ପାଇଁ ଏହି ବଜେଟ୍ କେତେ ଫଳପ୍ରଦ ହେବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ଅଧିକ ପଢନ୍ତୁ

budget 2024
budget 2024
author img

By ETV Bharat Odisha Team

Published : Jan 31, 2024, 10:42 PM IST

budget 2024

ଝାରସୁଗୁଡ଼ା: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆସନ୍ତାକାଲି ଗୃହରେ ଅନ୍ତରୀଣ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଣ୍ଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେଇଥିଲେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ୍ କ'ଣ ରହିବ ତା' ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତା ଏପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ନିର୍ବାଚନ ପରେ ନୂଆ ସରକାର ଆଣିବେ ପୂର୍ଣ୍ଣକାଳୀନ ବଜେଟ୍ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବା ବେଳେ ଏଥିରେ ଦେଶବାସୀଙ୍କ ପାଇଁ ଆସନ୍ତାକାଲି କିଛି ଖାସ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହା ଅନ୍ତରୀଣ ବଜେଟ୍ ହୋଇଥିବା ବେଳେ ଆଗାମୀ ଜୁଲାଇ ମାସରେ ନୂଆ ସରକାର ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ । ବଜେଟ୍ ଅଧିବେଶନ କାଳରେ ବିରୋଧୀଙ୍କ ପକ୍ଷରୁ ମୁଦ୍ରାସ୍ଫୀତି, ବେରୋଜଗାର, କୃଷକଙ୍କ ସମସ୍ୟା ଭଳି ପ୍ରସଙ୍ଗ ଉପସ୍ଥାପନ ହେବ ବୋଲି ଆଶା ରହିଛି । ଏହାକୁ ନେଇ ବୁଦ୍ଧିଜୀବୀ କହିଛନ୍ତି, ଗତ ବଜେଟରେ ଓଡ଼ିଶା ପାଇଁ ସନ୍ତୋଷଜନକ ବ୍ୟୟବରାଦ ହୋଇଥିଲା । ଚଳିତ ବଜେଟରେ ମଧ୍ୟ ଏହିପରି ଖୁସି ଖବର ମିଳିବ ବୋଲି ଆଶା କରାଯାଉଛି ।"

ଏହା ବି ପଢନ୍ତୁ...ରିଫର୍ମ, ପରଫର୍ମ, ଟ୍ରାନଫର୍ମ ଉପରେ ବଜେଟ୍ କେନ୍ଦ୍ରୀଭୂତ ହେବ: ଅର୍ଥନୀତିଜ୍ଞ

ସୂଚନା ଅନୁସାରେ, ଗତ ବଜେଟରେ ରେଳବାଇର ଉନ୍ନତି ପାଇଁ ରାଜ୍ୟ ସରକାର ୭ ହଜାର କୋଟି ଟଙ୍କା ଦାବି କରିଥିଲେ, ଏଥର ଆଉ କେଉଁ ଦିଗ ଉପରେ ପ୍ରାଧାନ୍ୟ ଦିଆଯିବ ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ । ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ରେଭେନ୍ୟୁ ଦେବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏଠାରେ ଏମସିଏଲ,ରେଳବାଇ ଭଳି ବଡ଼ ବଡ଼ ପ୍ରକଳ୍ପ ରହିଛି । ଯାହା ଫଳରେ କେନ୍ଦ୍ର ସରକାର ସିଧାସଳଖ ରେଭେନ୍ୟୁ ହାସଲ କରିଥାନ୍ତି । କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ସେଭଳି ଆଖିଦୃଶିଆ ବିକାଶ ହୋଇନାହିଁ । ତେବେ ସ୍ଥାନୀୟ ଜନସାଧାରଣ ଏଥର ବଜେଟରେ ଓଡ଼ିଶା କୁ ବିଶେଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଭାରତୀୟ ଅର୍ଥନୀତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଚଳିତ ବର୍ଷ ନିର୍ବାଚନ ଥିବାରୁ ଏହି ବଜେଟ୍ ଅଧିକ ଗୁରୁତ୍ବ ବହନ କରୁଛି । 2024 ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ବଜେଟ୍ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.