ETV Bharat / state

ଅଲୌଲିକ ଶୈବପୀଠ ପରମହଂସନାଥ, ଶିବରାତ୍ରୀରେ ଜାଣନ୍ତୁ ମନ୍ଦିରର ଇତିହାସ

Mahashivratri 2024: ଶିବରାତ୍ରୀରେ ଜାଣନ୍ତୁ ପରମହଂସନାଥ ମନ୍ଦିରର ଇତିହାସ । ଏଠାରେ କିପରି ପାଳନ ହୁଏ ଜାଗର ? କଣ ରହିଛି ପରମ୍ପରା ? ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 8, 2024, 8:28 AM IST

Mahashivratri 2024
Mahashivratri 2024
Mahashivratri 2024

କଟକ: ଆଜି ଶିବରାତ୍ରୀ । ସକାଳୁ ସକାଳୁ ଶୈବ ପୀଠ ଗୁଡିକରେ ସ୍ବତନ୍ତ୍ର ନୀତିକାନ୍ତି ପରେ ଆରମ୍ଭ ହୋଇଛି ଦର୍ଶନ । ଶାନ୍ତି ଶୃଙ୍ଖଳାର ସହ ଭଗବାନଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନ କରୁଛନ୍ତି ଭକ୍ତ । ଓଡିଶାର ପ୍ରମୁଖ ଓ ପୁରାତନ ଶୈବପୀଠ ମଧ୍ୟରେ କଟକର ପରମହଂସନାଥ ମନ୍ଦିର ଅନ୍ୟତମ । ରାଜା ପ୍ରତାପ ଚନ୍ଦ୍ର ଦେବ ଏହି ମନ୍ଦିର ନିର୍ମାଣ କରାଯାଇଥିବା ଇତିହାସରେ ବର୍ଣ୍ଣିତ ରହିଛି । ଏହାର ପରମ୍ପରା ବି ନିଆରା । ବିଶ୍ୱାସ ରହିଛି, ଏହି ମନ୍ଦିରରେ ଯାହା ମାନସିକ କରାଯାଏ, ତାହା ସଙ୍ଗେ ସଙ୍ଗେ ପୂରଣ ହୋଇଥାଏ । ଏଠାରେ ମବାଶିବରାତ୍ରୀ ଅବସରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଏ ।

ଶିବରାତ୍ରୀରରେ ମନ୍ଦିର ନୀତିକାନ୍ତି: ଜାଗର ଅବସରରେ ମନ୍ଦିରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ । ସମସ୍ତ ଭକ୍ତମାନନଙ୍କ ପାଇଁ ବାରିକେଡ୍‌ ଓ ଧାଡିରେ ରହି ଦର୍ଶନ କରିବା ପାଇଁ ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥାଏ । ମହାଶିବରାତ୍ରି ଦିନ ଭୋର ୩ଟାରୁ ମନ୍ଦିରର ପହଡ଼ ଖୋଲାଯାଇଥାଏ । ଶ୍ରଦ୍ଧାଳୁ ଦର୍ଶନ କରିବା ପରେ ଭୋର ୫ଟାରେ ପୁଣି ମନ୍ଦିରର ପହଡ଼ ପଡିଥାଏ । ସେହିପରି ନୀତିକାନ୍ତି ସରିବା ପରେ ସକାଳ ୭ଟାରୁ ପହଡ଼ ଖୋଲାହୁଏ । ଠିକ୍ ମଧ୍ୟରାତ୍ର ୧୨ଟାରୁ ପହଡ଼ ପଡ଼ି ରାତ୍ର ୧୨ଟା ୩୦ରେ ପହଡ଼ ଖୋଲିଥାଏ । ଏହାପରେ ମନ୍ଦିରରେ ରୁଦ୍ରାଭିଷେକ କରାଯାଏ । ତେବେ ରାତ୍ର ୪ଟାରେ ଏଠାରେ ମହାଦୀପ ଉଠିବାର ପରମ୍ପରା ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଜି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ, ଉଜାଗର ରହି ଜାଗର ଜାଳିବେ ଭକ୍ତ

ମନ୍ଦିରର ଦୈନିକ ନୀତିକାନ୍ତି: ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ପହଡ଼ ଖୋଲିବା ପରେ ମନ୍ଦିରରେ ନୀତି କରାଯାଇଥାଏ । ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସକାଳେ ବାଳଭୋଗ ମଙ୍ଗଳ ଆଳତୀ ସରିବା ପରେ ଦର୍ଶନ ଆରମ୍ଭ ହୋଇଥାଏ । ଅପରାହ୍ନ ୧୨ଟାରୁ ୧୨.୩୦ରେ ମନ୍ଦିରର ସେବକମାନେ ମହାଦେବଙ୍କ ନିକଟରେ ପ୍ରସାଦ ଭୋଗ ଲାଗି କରିଥାଆନ୍ତି । ଏହାର ଦୁଇ ଘଣ୍ଟା ପରେ ଖେଚୁଡି ଭୋଗ ଲାଗି କରାଯାଏ । ଅପରାହ୍ନ ୨ଟାରୁ ୨ଟା ୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପହଡ ପଡିବାର ନିୟମ ରହିଛି । ଅପରାହ୍ନ ୪ଟାରେ ପହଡ଼ ଖୋଲାଯାଇଥାଏ ପୁନଃ ଦର୍ଶନ ଦେଇଥାନ୍ତି ପ୍ରଭୁ ପରମହଂସନାଥ ।

ମନ୍ଦିର ଇତିହାସ: କଟକ ମହାନଦୀ ପ୍ରାଙ୍ଗଣରେ ହଜାର ବର୍ଷର ପୂରାତନ ଶିବ ମନ୍ଦିର ହେଉଛି ପରମହଂସନାଥ ମନ୍ଦିର । ୧୪୯୭-୧୫୩୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ନିର୍ମାଣ ହୋଇଥିଲା । ଯାହାର ନିର୍ମାଣ କରିଥିଲେ ରାଜା ପୁରୁଷୋତ୍ତମ ଦେବ । ଏହାପରେ ରାଜାଙ୍କ ପୁତ୍ର ରାଜା ପ୍ରତାପ ଚନ୍ଦ୍ର ଦେବ ଏହି ମନ୍ଦିରକୁ ଲୋକଲୋଚନକୁ ଆଣିଥିଲେ । କାହିଁ କେଉଁ ଅମଳରୁ ଏହା ପରମହଂସନାଥ ଶୈବପୀଠ ଭାବେ ଏହା ବେଶ ପରିଚିତ । ହଜାର ବର୍ଷର ଏହି ମନ୍ଦିରରେ ପରମ୍ପରା ଆଉ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ଦେବୋତ୍ତର ବିଭାଗ ଏହି ମନ୍ଦିର ପରିଚାଳନା କରିଥାନ୍ତି ।

ବିଶ୍ୱାସ ରହିଛି ଯେ, ପ୍ରଭୁ ପରମହଂସନାଥଙ୍କ ପାଖରେ ଯାହା ମାନସିକ କରାଯାଏ, ତାହା ପୂରଣ ହୋଇଥାଏ । ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଅନେକ ବର୍ଷ ଧରି ଅତ୍ୟଧିକ ପେଟ ବ୍ୟଥା ସହି ନପାରି ପ୍ରଭୁଙ୍କ ନିକଟରେ ଗୁହାରୀ ପଡିବା ପରେ ମାତ୍ର କିଛି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ । ତେବେ ପରମହଂସନାଥ ମହାଦେବଙ୍କ ନିକଟରେ ମହାଶିବରାତ୍ରୀକୁ ନେଇ ଚାହିଁ ରହିଥାନ୍ତି ଭକ୍ତ । ପରମହଂସନାଥ ମନ୍ଦିରରେ ମହାଶିବରାତ୍ରିର ଅଲୌଲିକିତାକୁ ଅନୁଭବ କରିବା ପାଇଁ ଭକ୍ତ ବେଶ ଉତ୍ସାହିତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.