ETV Bharat / state

ପୋଷ୍ଟର ମାଧ୍ୟମରେ ମାଓନେତା ଦସ୍ରୁକୁ ଶ୍ରଦ୍ଧାଞ୍ଜଳି ଦେଲେ ମାଓବାଦୀ - KKBN Maoist Unit Poster

Mao Poster in Kandhamal: ଶେଷରେ ମାଓନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କଲେ ମାଓବାଦୀ । ପୋଷ୍ଟ ଜାରି କରି ଦେଲେ ଶ୍ରଦ୍ଧାଞ୍ଜଳି । ଶହୀଦ ଆଖ୍ୟା ଦେଇ ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ପୋଷ୍ଟରରେ ଲେଖାଯାଇଛି । ଅଧିକ ପଢ଼ନ୍ତୁ

ମାଓନେତା ଦସ୍ରୁକୁ ଶ୍ରଦ୍ଧାଞ୍ଜଳି ଦେଲେ ମାଓବାଦୀ

author img

By ETV Bharat Odisha Team

Published : Feb 10, 2024, 9:42 PM IST

ଫୁଲବାଣୀ: ପୁଣି ଲାଗିଲା ମାଓ ପୋଷ୍ଟର । ଶନିବାର ସକାଳୁ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖ‌ିବାକୁ ମିଳିଛି । ଗତ 3 ତାରିଖରେ ପୋଲିସ ଗୁଳିରେ ନିହତ ହୋଇଥିବା ମାଓନେତା ଦସ୍ରୁକୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଙ୍ଗଠନ । କେକେବିଏନ୍‌ ଡିଭିଜନାଲ କମିଟି ପକ୍ଷରୁ ଜାରି ଏହି ପୋଷ୍ଟରରେ ଦସ୍ରୁକୁ ଶହୀଦ ଆଖ୍ୟା ଦିଆଯାଇ ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କୁହାଯାଇଛି । ତେବେ ପ୍ରଥମେ ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିନଥିଲା ଏହି ମାଓ ସଂଗଠନ । ବରଂ ତାକୁ ପୋଲିସ ଧରି ନେଇ ନିର୍ଯାତନା ଦେଉଥିବା ପୋଷ୍ଟର ମାରି ଅଭିଯୋଗ କରିଥିଲା ସଂଗଠନ ।

ତେବେ ଦସ୍ରୁକୁ ଶ୍ରଦ୍ଧାଞ୍ଜଳି ପାଇଁ ଜାରି କରାଯାଇଥିବା ପୋଷ୍ଟରରେ ୨୦୧୪ମସିହାରୁ ପାର୍ଟିରେ ସାମିଲ ହୋଇ ସେ ଦଳିତ ଆଦିବାସୀଙ୍କ ପାଇଁ କାମ କରୁଥିଲେ ବୋଲି ଉଲ୍ଲେଖ ଅଛି । ଲଢେଇରେ ସହଯୋଗ ପାଇଁ ଲୋକଙ୍କୁ ଆହ୍ବାନ ଦେଇଛି ଲାଲବାହିନୀ । ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ସୁପଲା, ଡାଙ୍ଗେଣାମା, ପକାରୀ, ବାଲନ୍ଦାପଡ଼ା, କୁମେଲସିଂ, ସୁଟେଣୀ ଘାଟି, କ୍ରାଣ୍ଡିବାଲି ସମେତ ସାଡ଼ିଙ୍ଗିଆ ଠାରେ ମଧ୍ୟ ବହୁ ସଂଖ୍ୟକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ବାରମ୍ବାର ଏହି ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଦେଖି ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯାହାକୁ ନେଇ ପୋଲିସର ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଅଞ୍ଚଳର ଜନସାଧାରଣଙ୍କୁ ଭୟଭୀତ ନହେବା ପାଇଁ ପୋଲିସ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦସ୍ରୁ ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ, କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର

ସୂଚନାଯୋଗ୍ୟ, ଗତ ଫେବୃଆରୀ 3 ତାରିଖ ସନ୍ଧ୍ୟା 7.30 ସମୟରେ ବାଲିଗୁଡ଼ା ଥାନା ସୁଡ୍ରା ଅଞ୍ଚଳରେ କାମ୍ବେରକିଆ ଗାଁ ନିକଟରେ ଡିଭିଏଫ୍‌ ଓ ଏସ୍‌ଓଜିଙ୍କ ମିଳିତ ସର୍ଚ୍ଚ ଅପରେସନ୍‌ ଚାଲିଥିଲା । ଘନ ଅନ୍ଧକାରରେ ପୋଲିସ ଉପରକୁ ଗୁଳି ମାଡ଼ କରିବା ପରେ ପୋଲିସର ପାଲଟା ଗୁଳିରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏହି ଗୁଳି ବିନିମୟ ସମୟରେ ଜଣେ ଡିଭିଏଫ୍‌ ଯବାନ ମଧ୍ୟ ଗୁଳିବାଜି ଆହତ ହୋଇଥିଲେ । ଏହାପରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀର ମୃତଦେହ ମିଳିଥିଲା । ଯାହାକୁ ଚିହ୍ନଟ ବେଳେ ସେ କେକେବିଏନ୍‌ ଡିଭିଜନର ଡିସିଏମ୍‌ ଦସ୍ରୁ ବୋଲି ଜଣାପଡିଥିଲା । ହେଲେ ଏହାପରେ ଦସ୍ରୁର ମୃତ୍ୟୁ ଖବରକୁ ଗ୍ରହଣ କରିନଥିଲା ମାଓ ସଂଗଠନ । ବରଂ ପୋଲିସ ମୁଖ୍ୟାଳୟରେ ତାକୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରାଯାଇଥିଲା । ତୁରନ୍ତ ତାକୁ କୋର୍ଟ ଚାଲାଣ କରିବା ପାଇଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା । ଶେଷରେ ଦସ୍ରୁ ମୃତ୍ୟୁକୁ ଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଂଗଠନ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.