ETV Bharat / state

ବନମାଳୀପୁର ହତ୍ୟାକାଣ୍ଡ: ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ, ସିନ ରିକ୍ରିଏସନ କଲା ପୋଲିସ - Banamalipur Murder - BANAMALIPUR MURDER

Banamalipur Murder case: ବନମାଳୀପୁର ଅଞ୍ଚଳରେ ଅକ୍ଷୟ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତ ଦିଲୁକୁ ରିମାଣ୍ଡରେ ଆଣି ସିନ ରିକ୍ରିଏସନ କଲା ବନମାଳୀପୁର ପୋଲିସ । ଅଧିକ ପଢନ୍ତୁ

Banamalipur Murder
Banamalipur Murder
author img

By ETV Bharat Odisha Team

Published : Apr 5, 2024, 8:31 AM IST

Updated : Apr 5, 2024, 9:34 AM IST

Banamalipur Murder

ନିଆଳି: ଖୋର୍ଦ୍ଧା ଜିଲ୍ଲା ବନମାଳୀପୁର ଅଞ୍ଚଳରେ ଅକ୍ଷୟ ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇକୁ ୨ ଦିନିଆ ରିମାଣ୍ଡରେ ନେଲା ବାଲିପାଟଣା ପୋଲିସ । ଏଥିସହ ଗୁରୁବାର ଦିନ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ନେଇ ସିନ ରିକ୍ରିଏସନ କରିବା ସହ ତଥ୍ୟ ସଂଗ୍ରହ କରିଛି ପୋଲିସ । ତେବେ ଏହି ଘଟଣାରେ ଏବେସୁଦ୍ଧା 10 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ଅଛନ୍ତି ।

ସୂଚନା ଯୋଗ୍ୟ, ଗତ ମାସ 17 ତାରିଖ ରାତିରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ନୂଆସାହି ବଜାରରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମଝିହରା ପଞ୍ଚାୟତ ମହଲା ସାହିର ଅକ୍ଷୟ ମାଝୀ (42)ଙ୍କୁ ଦଣ୍ଡାସାହି ଅଞ୍ଚଳର ଦିଲ୍ଲୀପ (ଦିଲୁ) ଭୋଇ ଏବଂ ତାଙ୍କ ବାପା କାଳନ୍ଦୀ ଭୋଇ ମାରଣାସ୍ତ୍ର ଏବଂ ପଥରରେ ଛେଚି ହତ୍ୟା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା । ଦିଲ୍ଲୀପ ଭୋଇ, ଅକ୍ଷୟ ମାଝୀଙ୍କ ସ୍ତ୍ରୀଙ୍କୁ ମେସେଜ କରିବା ସହ କଥାବାର୍ତ୍ତା କରୁଥିଲା । ଏହି ଘଟଣାକୁ ନେଇ ଅକ୍ଷୟ ଓ ଦିଲ୍ଲୀପ ମଧ୍ୟରେ ଝଗଡା ହେବା ସହ ଦିଲ୍ଲୀପଙ୍କୁ ମାରପିଟ କରିଥିଲା ଅକ୍ଷୟ । ଏହାପରେ ଅକ୍ଷୟଙ୍କ ମାଆଙ୍କ ସହ ଦିଲ୍ଲୀପର ବଚସା ହୋଇଥିଲା । ଏହିସବୁ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢିଯାଇଥିଲା । ଗାଁ ପାଖ ଏକ ନିଛାଟିଆ ସ୍ଥାନରେ ଦିଲ୍ଲୀପ ତାର ପରିବାର ଏବଂ ସମ୍ପର୍କୀୟଙ୍କ ସହ ମିଶି ଅକ୍ଷୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ।

ଏହାମଧ୍ୟ ପଢନ୍ତୁ.. ବାଲିପାଟଣା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ମହିଳାଙ୍କ ସମେତ ଗୋଟିଏ ପରିବାରର ୧୦ ଅଭିଯୁକ୍ତ ଗିରଫ

ଏନେଇ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପୋଲିସ ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇକୁ 2 ଦିନିଆ ରିମାଣ୍ଡରେ ଆଣି ଗୁରୁବାର ଦିନ ହତ୍ୟାକାଣ୍ଡ ସ୍ଥାନକୁ ନେଇ କିପରି ହତ୍ୟା କରିଯାଇଥିଲା ସେନେଇ ପଚରାଉଚରା କରିଛି । ହତ୍ୟାକାଣ୍ଡ ରାତିରେ ଦିଲୁ ଏବଂ ଅକ୍ଷୟ ନୁଆସାହି ବଜାରର ଏକ ସାର ଦୋକାନ ପିଣ୍ଡାରେ ବସି ନିଶା ସେବନ କରିଥିଲେ । ପରେ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ଦିଲୁଙ୍କ କହିବା ଅନୁଯାୟୀ ମୃତ ଅକ୍ଷୟ ତାଙ୍କୁ ଏକ ଛୁରୀରେ ପ୍ରଥମେ ଆକ୍ରମଣ କରିଥିଲେ । ରାଗରେ କାଳନ୍ଦୀ ଏବଂ ଦିଲୁ ଆକ୍ରମଣ କରି ଅକ୍ଷୟକୁ ଗୁରୁତର କରିଥିଲେ । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଷୟଙ୍କ ମୃତ୍ୟୁ ହୋଇଥିଲା । ମୃତ ଅକ୍ଷୟଙ୍କ ପତ୍ନୀ ଶ୍ରାବଣୀଙ୍କ ଅଭିଯୋଗ ଆଧାରରେ ବାଲିପାଟଣା ପୋଲିସ ଗତ 19 ତାରିଖରେ ବାଲିପାଟଣା 10 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଦିଲୁ 28ରେ କୋର୍ଟରେ ଆତ୍ମସମର୍ପଣ କରିଥିଲା ।

ଇଟିଭି ଭାରତ, ନିଆଳି

Last Updated : Apr 5, 2024, 9:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.