ETV Bharat / state

ସୋଲ ଫୁଲରେ ଝଲସିବ ତିନି ରଥ, ପ୍ରସ୍ତୁତିରେ ଲାଗି ପଡିଛନ୍ତି ବୀର କିଶୋରଙ୍କ ପରିବାର - Sola wood flower for Ratha

author img

By ETV Bharat Odisha Team

Published : Jul 3, 2024, 11:31 AM IST

Sola wood flower to decorate Ratha: ଦୀର୍ଘ ୨୪ ବର୍ଷ ହେଲା ମନ୍ଦିରକୁ ସୋଲ ଫୁଲରେ ସଜେଇ ଆସୁଛନ୍ତି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇ ସାହିର ସୋଲ ଫୁଲ କାରିଗର ବୀର କିଶୋର । ଅଧିକ ପଢନ୍ତୁ

Sola wood flower to decorate Ratha
Sola wood flower to decorate Ratha (ETV Bharat Odisha)

ଖୋର୍ଦ୍ଧା: ସୋଲ ଫୁଲରେ ଝଲସିବ ମହାପ୍ରଭୁଙ୍କ ତିନି ରଥ । ତିନି ରଥରେ ଲାଗିବ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇ ସାହିର ସୋଲ ଫୁଲ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନି ରଥକୁ ସଜାଇବେ ଗୁରୁଜଙ୍ଗ ଭୋଇ ସାହିର ସୋଲ ଫୁଲ କାରିଗର । ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ରହିଥିବା ବେଳେ ଫୁଲ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 24 ବର୍ଷ ଧରି ବିନା ପାରିଶ୍ରମିକରେ ଚାଲିଛି ସେବା ।

ପୁରୀ ବଡ ଦାଣ୍ଡରେ ତିନି ରଥ ଗଡିଲା ବେଳେ ରଥରେ ଝଟକୁଥାଏ ସୋଲ ଫୁଲ । ରଥରେ ଝଲସୁଥିବା ଏହି ସୋଲ ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋରଙ୍କ ପରିବାର ଦ୍ଵାରା ପ୍ରସ୍ତୁତ ହୋଇଥାଏ । 24 ବର୍ଷ ଧରି ମହାପ୍ରଭୁଙ୍କ ଏହି ସେବାରେ ଦୁଇଭାଇ ରାଜ କିଶୋର ଏବଂ ବୀର କିଶୋର ଲାଗିଛନ୍ତି । ସୋଲରେ ତିଆରି କରିଥାନ୍ତି ଧଳା ରଙ୍ଗର ସେବତୀ, କଦମ୍ବ ଫୁଲ । ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥରେ ଏହି ଫୁଲ ଲାଗିଥାଏ ।

ଏହାମଧ୍ୟ ପଢନ୍ତୁ.. ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ତିନି ରଥରେ ଉଠିଲା ଦୁଆର ବେଢ଼ା - Puri Ratha Construction Work

ପ୍ରାୟ 24 ବର୍ଷ ହେଲାଣି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋର ଏହି ଫୁଲ ନିଜ ହାତରେ ପ୍ରସ୍ତୁତ କରି ନିଜେ ରଥରେ ଲଗାଇଥାନ୍ତି । ସୋଲକୁ କାଟି ତାକୁ ସୂତାରେ ଭିଡି କଦମ୍ବ ଫୁଲ ତିଆରି କରିଥାନ୍ତି । ରାଜ କିଶୋରଙ୍କୁ ତାଙ୍କ ପରିବାରର ଅନ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି । କାର୍ତ୍ତିକ ମାସରୁ ନିମାପଡ଼ା, ପିପିଲି, କୋଣାର୍କ, କଣାସ ଅଞ୍ଚଳରୁ ସୋଲ ସଂଗ୍ରହ କରି ଅକ୍ଷୟ ତୃତୀୟାରୁ ପ୍ରସ୍ତୁତି ଆରମ୍ଭ ହୁଏ । ଫୁଲରେ ରଙ୍ଗ ବେରଙ୍ଗର ଚମକମ ଜରି ଲଗାଇ ତାକୁ ଆହୁରୀ ସୁନ୍ଦର କରିଥାନ୍ତି । ମହାପ୍ରଭୁଙ୍କ ପାଇଁ ସୁନ୍ଦର ସୁନ୍ଦର ଟାହିଆ ମଧ୍ୟ ପ୍ରସ୍ତୁତ କରିଥାନ୍ତି ଏମାନେ । ଅତି ନିଷ୍ଠା ଓ ଶ୍ରଦ୍ଧାର ସହ ଏସବୁ ପ୍ରସ୍ତୁତ କରିଥାନ୍ତି ସୋଲ କରିଗର । ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାଇଥାନ୍ତି । ତେବେ ଅକ୍ଷୟ ତୃତୀୟାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନେତ୍ରୋତ୍ସବ ଦିନ ଶେଷ ହୋଇଥାଏ । ଏହି ଦିନ ସେମାନେ ନିଜେ ଯାଇ ତିନି ରଥକୁ ସୋଲ ଫୁଲରେ ସଜାଇଥାନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.