ETV Bharat / state

ରମେଶ ସାର୍‌ଙ୍କ ପରିବେଶ ସୁରକ୍ଷା ଚିନ୍ତା, ପେନସନ ଟଙ୍କାରେ ବାଣ୍ଟିଲେଣି ଲକ୍ଷ ଲକ୍ଷ ଗଛ - Kendujhars Tree Man Ramesh Sir

author img

By ETV Bharat Odisha Team

Published : Jul 8, 2024, 8:08 PM IST

Kendujhar's Tree Man Ramesh Sir: ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇଚାଲିଥିବା ବେଳେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ସବୁଜ ମଣିଷ ରମେଶ ସାର୍‌ । ଅବସରପ୍ରାପ୍ତ ଶିକ୍ଷକ ଜୀବନରେ ନିଜ ହାତରେ ଗଢି ତୋଳିଛନ୍ତି ସବୁଜ ବନରାଶି । ଅଧିକ ପଢନ୍ତୁ

Kendujhar's Tree Man Ramesh Sir
Kendujhar's Tree Man Ramesh Sir (ETV Bharat Odisha)

କେନ୍ଦୁଝର: ପ୍ରକୃତି ଓ ମନୁଷ୍ୟ ପରସ୍ପରର ଅଙ୍ଗାଙ୍ଗୀ ଭାବେ ଜଡିତ । ମାତ୍ର ମଣିଷର ନିଜ ସ୍ବାର୍ଥପୂର୍ତ୍ତି ସକାଶେ ଜଙ୍ଗଲ କ୍ଷୟ କରିଚାଲିଛି । ଫଳରେ ଆରମ୍ଭ ହୋଇଛି ପରିବେଶରେ ଅସନ୍ତୁଳନ । ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପ ଲୋକଙ୍କୁ କଲବଲ କରୁଥିବା ଆଷାଢ଼ ଶ୍ରାବଣ ମାସରେ ଆକାଶରୁ ବର୍ଷା ଉଦ୍ଭାନ ରହୁଛି । ଏବେ ଏହି ତାପମାତ୍ରା ନିୟନ୍ତ୍ରଣ ପାଇଁ ସବୁଠି ବୃ୍ଷରୋପଣ ରୋପଣ ଉପରେ ଗୁରୁତ୍ବାରୋପ କରାଯାଇଛି । ଅଧୁନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବୃକ୍ଷରୋପଣ ନେଇ 'ଏକ ପେଡ ମା’ କେ ନାମ' ଅନୁସାରେ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । କିନ୍ତୁ ଏହି ବୈଶ୍ବିକ ସମସ୍ୟାକୁ ମୁକାବିଲା କରିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ସବୁଜ ମଣିଷ ରମେଶ ସାର ।

ଏହା ମଧ୍ୟ ପଢନ୍ତୁ... ଜଙ୍ଗଲ ସୁରକ୍ଷାରେ ମହିଳାଙ୍କ ଭାଗିଦାରୀ, ଲଣ୍ଡା ପାହାଡ଼ ହୋଇଛି ସବୁଜିମା

ନିଜର ଶିକ୍ଷକତା ଜୀବନରୁ ଅବସର ପରେ ରମେଶ ମିଶ୍ର ଓରଫ ରମେଶ ସାର୍‌ ୨୦୧୫ ମସିହା ଠାରୁ ଏହି ମହାନ ଉଦ୍ଦେଶ୍ୟରେ ଜଡିତ ଅଛନ୍ତି । ପ୍ରଥମେ ନିଜ ଗ୍ରାମ ଜଙ୍ଘିରାରେ ଥିବା ଶିବ ମନ୍ଦିର ପରିସରରେ ଏକ ନର୍ସରୀ ଆରମ୍ଭ କରିଥିଲେ ରମେଶ ସାର୍‌ । ସେ ନିଜ ସମସ୍ତ ପେନସନ ପଇସାରେ ଏହି ନର୍ସରୀ ଆରମ୍ଭ କରିଥିବା ବେଳେ ପ୍ରଥମ ବର୍ଷ ଏକ ଲକ୍ଷ ଚାରା ରୋପଣ କରିଥିଲେ । ଏହାକୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ପରିବାରରେ ମାଗଣା ବଣ୍ଟନ କରିବା ସହ ଏହାର ଉପକାରିତା ବିଷୟରେ ବୁଝାଇ ଚାରାରୋପଣ କରାଇଥିଲେ । ଏଥିରେ ଦୁର୍ଲଭ ଶାଳ,ପିଆଶାଳ ସହ ଶାଗୁଆନ, ଗମ୍ଭାରୀ, କାଜୁ, ଅଁଳା, ବେଲ, ପିଜୁଳି, ଲିଚୁ, ଆମ୍ବ, ପଣସ, ଜେଉଠ, ନିମ୍ବ, ମହାନିମ୍ବ, ଚନ୍ଦନ, ଅଶୋକ, ଚମ୍ପା, ଗୁଆ, ଦେବଦାରୁ, ସିମାରୁଆ, ତେନ୍ତୁଳି, ବରକୋଳି ଭଳି ସତୁରୀରୁ ଊର୍ଦ୍ଧ୍ବ ଚାରା ରୋପଣ କରୁଛନ୍ତି ରମେଶ ମିଶ୍ର ।

ପ୍ରତି ମାସ ପେନସନ ପଇସାରେ ଦୀର୍ଘ ଦଶ ବର୍ଷ ଧରି ଏହି ଅଭିଯାନ ମାଧ୍ୟମରେ ଦଶ ଲକ୍ଷରୁ ଊର୍ଦ୍ଧ୍ବ ଚାରା ମାଗଣାରେ ବାଣ୍ଟି ସାରିଲେଣି ରମେଶ ସାର୍‌ । ପ୍ରତିବର୍ଷ ବୃକ୍ଷ ଗଙ୍ଗା ଅଭିଯାନ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ଚାରା ମାଗଣାରେ ବାଣ୍ଟନ୍ତି ରମେଶ ସାର୍‌ । ଏହି ବାଣ୍ଟିବା ବେଳେ ସମସ୍ତଙ୍କ ଠାରୁ ଗଛଟିକୁ ଲଗେଇବା ସହ ନିଶ୍ଚୟ ବଞ୍ଚାଇବା ପାଇଁ ସଚେତନ କରିଥାନ୍ତି ରମେଶ ସାର୍‌ । ଏପରିକି ଚାଷୀ ମାନଙ୍କୁ ମଧ୍ୟ ଅବ୍ୟବହୃତ ଜମିରେ ବୃକ୍ଷରୋପଣ କରିବାକୁ ସେ ପ୍ରୋତ୍ସାହିତ କରିଥାନ୍ତି । ତାଙ୍କ ଉଦ୍ୟମ ପାଇଁ ସମଗ୍ର କେନ୍ଦୁଝର ଜିଲ୍ଲାରେ ସେ ଜଣେ ପରିବେଶବିତ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.