ETV Bharat / state

ଦିନରେ ଭିକ୍ଷାବୃତ୍ତି ରାତିରେ ଚୋରି, ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ - Robbery case in kendrapara - ROBBERY CASE IN KENDRAPARA

Robbers arrested in Kendrapara: ଦିନରେ ଜଗୁଥିଲେ ଘୁଷୁରୀ ରାତିରେ କରୁଥିଲେ ଚୋରି । ଏଭଳି ଏକ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କେନ୍ଦ୍ରାପଡା ପୋଲିସ । ଅଧିକ ପଢନ୍ତୁ

ଦିନରେ ଭିକ୍ଷା ବୃତ୍ତି ରାତିରେ ଚୋରି, ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ

author img

By ETV Bharat Odisha Team

Published : Mar 26, 2024, 7:43 AM IST

ଦିନରେ ଭିକ୍ଷା ବୃତ୍ତି ରାତିରେ ଚୋରି, ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ

କେନ୍ଦ୍ରାପଡା: ଦିନରେ ଘୁଷୁରୀ ଜଗିବା ସହ ଗାଁ ଗାଁ ବୁଲି ଭିକ୍ଷା ମାଗନ୍ତି ଏବଂ ରାତି ହେଲେ କରନ୍ତି ଚୋରି । ଏଭଳି ଏକ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କେନ୍ଦ୍ରାପଡା ପୋଲିସ । ଏହି ଗ୍ୟାଙ୍ଗର ୩ ଜଣ ଚୋରଙ୍କ ସମେତ ଦୁଇ ଜଣ ଚୋରା ଜିନିଷ କ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟରିଆ ।

ସୂଚନା ଅନୁଯାୟୀ, ଗତ ୧୭ ତାରିଖ ରାତି ଗୋଟାଏ ସମୟରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ ମୂଳବସନ୍ତ ଗାଁର ଆଇନଜୀବୀ ଭୀମସେନ ପ୍ରଧାନଙ୍କ ବାସଭବନରେ ୬ ଜଣ ଡକାୟତ ଅସ୍ତ୍ରଶସ୍ତ୍ର ନେଇ ଘର ଗ୍ରୀଲ ଭାଙ୍ଗି ଭିତରକୁ ପଶିଥିଲେ । ଘର ଲୋକେ ଉଠିଯିବା ପରେ ଡକାୟତମାନେ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘରେ ମହଜୁଦ ଥିବା ସୁନାଗହଣା ସମେତ ନଗଦ ଟଙ୍କା ଲୁଟି ନେଇଥିଲେ । ଏନେଇ ଭୀମସେନ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଗତ ୨୩ ତାରିଖ ଦିନ ରାଜନଗର ପୋଲିସ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ମାଟିଆ ଗାଁର ବାବୁନି ଦାସର ପୁଅ ଲକ୍ଷ୍ମଣ ଦାସକୁ ୨୦୨୩ ମସିହାରେ ହୋଇଥିବା ଏକ ଚୋରି ଘଟଣାରେ ଗିରଫ କରିବା ପରେ ବାସ୍ତବ ଘଟଣା ସାମ୍ନାକୁ ଆସିଥିଲା । ଲକ୍ଷ୍ମଣ ଏହି ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ କଥା ପୋଲିସକୁ କହିବା ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏକ ଟିମ ଗଠନ କରି ଚତୁରତାର ସହ ଡକାୟତି କରୁଥିବା ଏହି ସବାଖିଆ କେଳାମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ଜଣେ ମହିଳା ଥିବା ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ...ପୋଲିସ ହାତରେ ଲକ୍ଷପତି ଚୋର, ଚୋରି ଟଙ୍କାରେ କାଟୁଥିଲା ଆରାମଦାୟକ ଜୀବନ

ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧିନ ଆବଜୁନା ଗାଁର ରଞ୍ଜନ ଦାସ, ବାପୁନ ଦାସ ଓ ବାବିନା ଦାସ(ମହିଳା) । ସେହିପରି ଏହି ସବାଖିଆ କେଳା ବିକ୍ରି କରୁଥିବା ସୁନା ଓ ରୁପା ସାମଗ୍ରୀକୁ କିଣିଥିବା ଦୁଇଜଣ ହେଉଛନ୍ତି ପଟ୍ଟାମୁଣ୍ଡାଇ ଥାନା ଚାହାପଡା ଗାଁର ରାମଚନ୍ଦ୍ର ସାହୁ ଓ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଗାଁର କାର୍ତ୍ତିକ ସାହୁ । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ପଲସର ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନ, ନଗଦ ୪୮ ହଜାର ଟଙ୍କା ସମେତ ରୂପା ଚୁଡ଼ି, ରୂପା ପାଉଁଜି, ସୁନା ମୁଦି, ସୁନା କାନଫୁଲ, ସୁନା ଶାଂଖି, ସୁନା ଲକେଟ, ରୂପା କଡ଼ା, ରୂପା ସିନ୍ଦୁର ଫରୁଆ ଇତ୍ୟାଦି ଜବତ କରାଯାଇଛି । ଦୁଇ ଜଣ ଏସଡ଼ିପିଓଙ୍କ ନେତୃତ୍ବରେ ଟିମ ଗଠନ କରାଯାଇ ଏହି ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.