ETV Bharat / state

ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ - MANGO KERNEL TRAGEDY

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ RDC ତଦନ୍ତ ନିର୍ଦ୍ଦେଶ । ରାଜ୍ୟପାଳଙ୍କୁ ଭେଟି ୧୦ ଦଫା ପତ୍ର ଦେଲା କଂଗ୍ରେସ ।

ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ
ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ (ETV Bharat odisha)
author img

By ETV Bharat Odisha Team

Published : Nov 6, 2024, 2:47 PM IST

ଭୁବନେଶ୍ୱର: କନ୍ଧମାଳ ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ୨ ଜଣ ମହିଳାଙ୍କ ମୁତ୍ୟୁ ଓ ଅନ୍ୟ ୬ ଅସୁସ୍ଥ ହେବା ଘଟଣାରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ଯୋଗାଣ ବ୍ୟବସ୍ଥାରେ ‘KYC’ ଅପଡେଟେସନ ପ୍ରକ୍ରିୟା କାରଣରୁ ରାସନ ସାମଗ୍ରୀ ମିଳିବା ବିଳମ୍ବ ହେବା ଓ ସେଥିପାଇଁ ସେମାନେ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହୋଇଥିବା ଅଭିଯୋଗରେ ଉଭୟ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ସରକାରଙ୍କୁ ଘେରିଛି । ପ୍ରାଥମିକ ତଦନ୍ତ ପରେ ସେପରି କୌଣସି କାରଣ ନଥିବା ଯୋଗାଣ ମନ୍ତ୍ରୀ ପାଲଟା ସଫେଇ ମଧ୍ୟ ଦେଇଛନ୍ତି । ଏହାରି ମଧ୍ୟରେ ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ‘ଆରଡିସି-RDC’ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ସହ ତଦନ୍ତ ପ୍ରକ୍ରିୟାର ‘ଏସଓପି’ ପ୍ରକାଶ ପାଇବ ।

  • ୩ ମାସର ଅଗ୍ରୀମ ରାସନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:-

ସେହିପରି ଏହା ଏକ ଅଘଟଣ ନୁହେଁ ବରଂ ଅନାହାର ମୃତ୍ୟୁ ବୋଲି ଚର୍ଚ୍ଚା ଓ ଅଭିଯୋଗ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଗତକାଲି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ‘ପିଡିଏସ-PDS’ ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ରାସନ ସାମଗ୍ରୀ ପ୍ରଦାନ କରିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ମାସର ଅଗ୍ରୀମ ରାସନ ସାମଗ୍ରୀ ଏବେ ସରକାର ଯୋଗାଇ ଦେବେ । ଏହି ପ୍ରକ୍ରିୟା ଅକ୍ଟୋବର ପହିଲାରୁ ଆରମ୍ଭ ହୋଇଥିଲେ ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ 40 ଲକ୍ଷ ପରିବାର ରାସନ ସାମଗ୍ରୀ ପାଇନାହାନ୍ତି ।

ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ (ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ)
  • ରାଜ୍ୟପାଳଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ:-

ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କୌଣସି ଅବସର ହାତଛଡା କରିନାହିଁ । ଗତକାଲି ରାଜ୍ୟ କଂଗ୍ରେସ(ପିସିସି)ର ଏକ ପ୍ରତିନିଧି ମଣ୍ଡଳୀ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଫେରାଦ ହୋଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଖାଦ୍ୟ ସୁରକ୍ଷା ଯୋଜନାକୁ କଡାକଡି ପାଳନ କରିବାକୁ ଦଳ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି । ଏହି ସ୍ମାରକପତ୍ରରେ 10 ଦଫା ଦାବି କରିଛି ଦଳ । ରାସନ ସାମଗ୍ରୀ ଯୋଗାଣ ବିଳମ୍ବ ହେବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA)କୁ ଉଲ୍ଲଂଘନ କରୁଛି । ଯୋଗାଣ ମନ୍ତ୍ରୀ ଏହି ପ୍ରସଙ୍ଗରେ ମିଥ୍ୟା କହିଛନ୍ତି । ସ୍ଥାନୀୟ ଜିଲ୍ଲାପାଳ ଏପର୍ଯ୍ୟନ୍ତ ଘଟଣାସ୍ଥଳକୁ ଗସ୍ତ କରିନାହାନ୍ତି ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ସ୍ମାରକପତ୍ରରେ ଉଲ୍ଲେଖ କରିଛି । ସେହିପରି ରାଜ୍ୟପାଳ ଘଟଣାସ୍ଥଳ ପରିଦର୍ଶନ କରିବାକୁ ମଧ୍ୟ ଦଳ ଅନୁରୋଧ କରିଛି ।

ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ
ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ (ETV BhETV Bharat odishaarat odisha)

ଏହା ମଧ୍ୟ ପଢନ୍ତୁ- ଆମ୍ବ ଟାକୁଆ ଖାଇବା ଘଟଣା; SCBରେ ୨ ଅସୁସ୍ଥଙ୍କୁ ଭେଟିଲା ବିଜେଡି ଟିମ୍‌, କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା, ପୂର୍ବ ସରକାରକୁ ଦାୟୀ କଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...କାହିଁକି ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ଆଦିବାସୀ, ଖାଦ୍ୟ ଅଭାବ ନା ପାରମ୍ପରିକ ଆହାର? ଜାଣନ୍ତୁ

  • ୨ ମହିଳା ମୃତ, ୬ ଗୁରୁତର SCBରେ ଚିକିତ୍ସାଧୀନ :-

ଚଳିତମାସ ପହିଲା(ନଭେମ୍ବର 1 ତାରିଖ)ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆରୁ ପ୍ରସ୍ତୁତ ଜାଉ ଖାଇ 8 ମହିଳା ଗୁରୁତର ହୋଇ ପଡିଥିଲେ । ସେମାନଙ୍କ ମଧ୍ୟରୁ ୨ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୬ ଜଣ ପ୍ରଥମେ ବ୍ରହ୍ମପୁର ‘ଏମକେସିଜି’ ମେଡିକାଲ କଲେଜରେ ଚିକିତ୍ସିତ ହେବା ପରେ କଟକ ବଡ ମେଡିକାଲ (ଏସସିବି)କୁ ସ୍ଥାନାନ୍ତରିତ ହୋଇଛନ୍ତି । ବାରମ୍ବାର ସଚେତନ କରିବା ପରେ ମଧ୍ୟ ପାରମ୍ପରିକ ଭାବେ ସେମାନେ ଆମ୍ବ ଟାକୁଆ ଖାଉଥିବା ସରକାର କହୁଥିବା ବେଳେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ଯୋଗାଣ ଅବ୍ୟବସ୍ଥା ଓ ଅନାହାର ମୃତ୍ୟୁ ବୋଲି ଅଭିଯୋଗ କରି ସରକାରଙ୍କୁ ଘେରିବାରେ ଲାଗିଛନ୍ତି ।

ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ
ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.