ETV Bharat / state

ପଞ୍ଚମ ପାଳି ଆଶାରେ ପ୍ରଫୁଲ୍ଲ, କାମାକ୍ଷାନଗରରେ ବିଜେଡିର ବିଶାଳ ରୋଡ ସୋ - BJd Campaign In kamakhyanagar - BJD CAMPAIGN IN KAMAKHYANAGAR

BJD CAMPAIGN IN KAMAKHYANAGAR: ଆସନ୍ତା ୨୫ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ପଡ଼ିବ ଭୋଟ । କାମାକ୍ଷାନଗରରେ ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଅଧିକ ପଢନ୍ତୁ

ପଞ୍ଚମ ପାଳି ଆଶାରେ ପ୍ରଫୁଲ୍ଲ , କାମାକ୍ଷାନଗରରେ ବିଜେଡିର ବିଶାଳ ରୋଡ ସୋ
ପଞ୍ଚମ ପାଳି ଆଶାରେ ପ୍ରଫୁଲ୍ଲ , କାମାକ୍ଷାନଗରରେ ବିଜେଡିର ବିଶାଳ ରୋଡ ସୋ (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 6:34 PM IST

କାମାକ୍ଷାନଗରରେ ବିଜେଡିର ବିଶାଳ ରୋଡ ସୋ (ETV Bharat Odisha)

ଢେଙ୍କାନାଳ: ଚଳିତ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ହାତରେ ସମୟ କମ୍ ଥିବାରୁ ପ୍ରଚାରକୁ ଜୋରଦାର କରିଛନ୍ତି ନେତା । ବିଭିନ୍ନ ଦଳର ହେଭିୱେଟ ମାନେ ପ୍ରଚାର କରି ନିଜ ଦଳୟୀ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ନିର୍ବାଚନୀ ପାରଦ ଉପର ମୁହାଁ ହେଉଛି । ଢେଙ୍କାନାଳ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବେବେଳେ କାମାକ୍ଷାନଗର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ମାରାଥନ ପ୍ରଚାର କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ଶାମଲ ଓ କାମାକ୍ଷାନଗର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲୀକଙ୍କ ମାରାଥନ ପ୍ରଚାର କରିଛନ୍ତି । ୧ ନଂ ଜୋନର ୮ଟି ପଞ୍ଚାୟତରେ ବୁଲି ବୁଲି ବିଜେଡି ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ପରେ କାମାକ୍ଷାନଗର ସହରରେ ଏକ ରୋଡ ସୋ ମାଧ୍ୟମରେ ବାଇକ୍ ରାଲି ମଧ୍ୟ କରିଥିଲେ । ଶତାଧିକ ବିଜେଡି କର୍ମୀ ଓ ସମର୍ଥକ ଏହି ବାଇକ ରାଲିରେ ସାମିଲ ହୋଇଥିଲେ । ସହରର ବଜାର ସହ ବିଭିନ୍ନ ଓ୍ବାର୍ଡକୁ ବୁଲି ଭୋଟ ଭିକ୍ଷା କରିଥିଲେ ।

ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଲୋକଙ୍କ ବହୁ ସମର୍ଥନ ମିଳୁଛି । ଏହି କାର୍ଯ୍ୟକୁ ଆଗାମୀ ଦିନରେ ଆହୁରି ଅଧିକ କରିବା ପାଇଁ ଲୋକେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବେ । ବିଗତ ଦିନରେ ଏହା ବିଜେଡିର ଗଡ ଥିଲା ଓ ଆଗାମୀ ଦିନରେ ମଧ୍ୟ ଗଡ ହୋଇରହିବ ।

ଏହା ମଧ୍ୟ ପଢନ୍ତୁ......ଦ୍ୱିତୀୟ ପର୍ଯ୍ୟାୟ ଫାଇଟ: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା - Odisha Assembly Election 2024

ତେବେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ୨୦୦୪ ମସିହାରୁ ଲଗାତାର ବିଧାୟକ ବିଜୟୀ ହୋଇ ଆସୁଛନ୍ତି । ଚଳିତ ଥର ପଞ୍ଚମ ଥର ପାଇଁ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କାମାକ୍ଷାନଗର ବିଜେଡିର ଗଡ଼ । ଲୋକଙ୍କର ସମର୍ଥନ ବହୁ ମାତ୍ରାରେ ରହିଛି । ନିଶ୍ଚୟ ବିଜେଡି ବହୁ ଭୋଟରେ ବିଜୟୀ ଲାଭ କରିବ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.