ETV Bharat / state

Vigilance Raid: ପ୍ରିନ୍ସପାଲ ବାବୁଙ୍କୁ ଲାଗିଥିଲା ଟଙ୍କା ମୋହ, ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ - Principal In Vigilance Net

author img

By ETV Bharat Odisha Team

Published : Sep 7, 2024, 4:37 PM IST

College Principal In Vigilance Net: ଲାଞ୍ଚ ମୋହରେ ପ୍ରିନ୍ସପାଲ ବାବୁ । କଲେଜରେ ଆଡମିଶନ କରାଇଦେବା ପାଇଁ ମାଗୁଥିଲେ ଟଙ୍କା । ଲାଞ୍ଚ ନେବାବେଳେ ଭିଜିଲାନ୍ସ ଝାମ୍ପରେ ପ୍ରିନ୍ସପାଲ । ଅଧିକ ପଢ଼ନ୍ତୁ

College Principal In Vigilance Net
College Principal In Vigilance Net (ETV Bharat Odisha)

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଲାଞ୍ଜୁଆ ପ୍ରିନ୍ସପାଲ ବାବୁ । କଲେଜରେ ଆଡମିଶନ୍‌ କରାଇଦେବା ନାଁରେ ମାଗୁଥିଲେ ଟଙ୍କା । ଥରେ ଟଙ୍କା ନେବା ପରେ ବି ଟଙ୍କା ମୋହରେ ବାୟା ହୋଇଥିଲେ ପ୍ରିନ୍ସପାଲ ବାବୁ । ପୁଣିଥରେ ମାଗିଥିଲେ ଲାଞ୍ଚ । ଗରିବ ଲୋକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଜାଲରେ ଫସିଛନ୍ତି ଲାଞ୍ଜୁଆ ସରକାରୀ ପ୍ରିନ୍ସପାଲ ।

ଆଡମିଶନ ପାଇଁ ମାଗୁଥିଲେ ଟଙ୍କା:

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ସରକାରୀ ଏସଏସଡି ବିଜ୍ଞାନ କଲେଜରେ କାର୍ଯ୍ୟରତ ପ୍ରିନ୍ସପାଲ ନବୀନ କୁମାର ସାହୁ । କର୍ଲାପାଟ ଗାଁର ସୁମିତ୍ରା ନାଏକଙ୍କ ଝିଅକୁ ଯୁକ୍ତଦୁଇ ବିଜ୍ଞାନରେ ନାମ ଲେଖାଇ ଦେବା ପାଇଁ ପୂର୍ବରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ସାରିଥିବା ବେଳେ ପୁଣି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗରୀବର ପରିବାର ହୋଇଥିବାରୁ ୧୦ ହଜାର ଟଙ୍କା ଯୋଗାଡ କରିବାକୁ ବିଳମ୍ବ ହେବ ବୋଲି ପ୍ରିନ୍ସପାଲଙ୍କୁ ସୁମିତ୍ରା ନାଏକ କହିଥିଲେ । ପରେ ଏନେଇ ସୁମିତ୍ରା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ଯ ପଢ଼ନ୍ତୁ...Vigilance Raid: ଏଥର ଭିଜିଲାନ୍ସ ଜାଲରେ ଜେଲ ସୁପରିଟେଣ୍ଡେଣ୍ଟ,ଏକାଧିକ ସ୍ଥାନରେ ରେଡ୍ - Vigilance Net

ଛକିଥିଲା ଭିଜିଲାନ୍ସ:

ଏପଟେ ଭିଜିଲାନ୍ସ ବିଭାଗ ପ୍ରିନ୍ସପାଲ ନବୀନ ସାହୁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଗତକାଲି କଲେଜ ପରିସରରେ ସୁମିତ୍ରାଙ୍କ ଠାରୁ ନବୀନ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ । ପ୍ରିନ୍ସପାଲ ନବୀନ କୁମାର ସାହୁଙ୍କ ଠାରୁ ରଙ୍ଗବୋଲା ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ଭବାନୀପାଟଣା ଠାରେ ଥିବା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖିଥିଯାଇଛି । ଭବାନୀପାଟଣାରେ ଥିବା ତାଙ୍କ ପୈତୃକ ବାସଭବନରେ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦିଆଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ...Vigilance Net: ଭିଜିଲନ୍ସ ଜାଲରେ କୁବେର ଖଣି ଉପନିର୍ଦ୍ଦେଶକ, ୧୦ ବର୍ଷରେ ୫ କୋଟି କରିଥିଲେ ଠୁଳ - Vigilance Arrested Deputy Director

ଟଙ୍କା ମୋହରେ ଫସିଗଲେ ପ୍ରିନ୍ସପାଲ:

ସେପଟେ ଏନେଇ ଡିଏସପି ପ୍ରଦୀପ କୁମାର ଆଇଣ୍ଡ କହିଛନ୍ତି, "ପ୍ରିନ୍ସପାଲ ନବୀନ କୁମାର ସାହୁ ସୁମିତ୍ରା ନାଏକ ଯିଏକି ଜଣେ ବିଧବା ଓ ଦୀର୍ଘ ୭ ବର୍ଷ ତଳେ ତାଙ୍କ ସ୍ଵାମୀଙ୍କୁ ମାଓବାଦୀମାନେ ମାରି ଦେଇଥିଲେ । ବହୁ କଷ୍ଟରେ ସୁମିତ୍ରା ତାଙ୍କ ଝିଅକୁ ବଡ଼ କରି ଉଚ୍ଚଶିକ୍ଷା ପାଇଁ ଯୁକ୍ତଦୁଇ ବିଜ୍ଞାନରେ ନାମ ଲେଖାଇବା ପାଇଁ ଅନଲାଇନ ଆବେଦନ କରିଥିଲେ । ପରେ ପ୍ରଥମରେ ହିଁ ଗୋପାଳପୁର ଏସଏସଡି ବିଜ୍ଞାନ କଲେଜରେ ନାମ ଲେଖାଇବା ପାଇଁ ଚୟନ ହୋଇଥିଲେ ହେଲେ ନବୀନ କୁମାର ସାହୁ ଗତ ଜୁଲାଇ ମାସରୁ ଅର୍ଥ ଲାଳସାରେ ସୁମିତ୍ରାଙ୍କ ଝିଅର ନାମଲେଖା କରାଇ ଦେଉନଥିଲେ । ଶେଷରେ ସୁମିତ୍ରାଙ୍କୁ ଟଙ୍କା ମାଗିବାରୁ ସୁମିତ୍ରା କଷ୍ଟେମଷ୍ଟେ ଯୋଗାଡ଼ କରି ୧୫ ହଜାର ଟଙ୍କା ଦେଇଥିଲେ । ହେଲେ ଯେତେବେଳେ ପ୍ରିନ୍ସପାଲ ଆହୁରି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସେହି ସମୟରେ ସୁମିତ୍ରା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ପରେ ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଯାଇ ନବୀନ କୁମାର ନାଏକ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି । ଆସନ୍ତାକାଲି ଜୟପୁର ଭିଜିଲାନ୍ସ ଏସପି ଏନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବେ ।"

ଏହା ମଧ୍ଯ ପଢ଼ନ୍ତୁ...Vigilance Raid; 5 ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ବଡ ସରକାରୀ ଅଧିକାରୀ - Vigilance apprehends two officials

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.