ETV Bharat / state

ଦିଲ୍ଲୀରେ କଳାହାଣ୍ଡି ଆମ୍ବର ଚାହିଦା, ପ୍ରଥମ ପର୍ଯ୍ୟାୟରେ ଗଲା ୨ ମେଟ୍ରିକ୍ ଟନ - Kalahandi Mangoes Export To Delhi

author img

By ETV Bharat Odisha Team

Published : May 31, 2024, 1:00 PM IST

Kalahandi Mangoes Export To Delhi: ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଗଲା ୨ ମେଟ୍ରିକ୍ ଟନ ଆମ୍ବ । ଅଧିକ ପଢନ୍ତୁ

Kalahandi Mangoes Export To Delhi
Kalahandi Mangoes Export To Delhi (ETV Bharat Odisha)

ଭବାନୀପାଟଣା: ଜାତୀୟ ରାଜଧାନୀରେ କଳାହାଣ୍ଡି ଆମ୍ବର ଚାହିଦା । କଳାହାଣ୍ଡି ଜିଲ୍ଲାର ଅମ୍ରାପଲ୍ଲୀ ଓ ମଲ୍ଲିକା ଆମ୍ବର ଚାହିଦା ଏବେ ନୂଆଦିଲ୍ଲୀରେ ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ୩.୭ ମେଟ୍ରିକ ଟନ୍ ଆମ୍ବ ଦିଲ୍ଲୀ ଯାଇଥିବା ବେଳେ ଚଳିତ ବର୍ଷ ନୂଆଦିଲ୍ଲୀ ମଦର ଡାଏରି କମ୍ପାନି ପକ୍ଷରୁ ୨୦ ମେଟ୍ରିକ ଟନ୍ ଆମ୍ବ କିଣିବା ପାଇଁ ଚୁକ୍ତି ହୋଇଥିବା ଚାଷୀ ସୂଚନା ଦେଇଛନ୍ତି । ଏନେଇ ଚାଷୀ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ରୁ ଦିଲ୍ଲୀ ଅଭିମୁଖେ ଟ୍ରେନରେ ପ୍ରଥମ ପର୍ଯ୍ୟାୟ ଆମ୍ବ ପଠାଯାଇଛି । କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ଫୁଡ୍ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନି ଲିମିଟେଡ ପକ୍ଷରୁ ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ମଦର ଡାଏରି ସଫଲ କମ୍ପାନିକୁ ୨୦ ମେଟ୍ରିକ ଟନ ଆମ୍ବ ପଠାଯିବା ନିମନ୍ତେ ଚୁକ୍ତି କରାଯାଇଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର, ନର୍ଲା ଓ ଥୁଆମୂଳ ରାମପୁର ବ୍ଲକ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆମ୍ବ ସଂଗ୍ରହ କରାଯାଇ ପ୍ରଥମ ପର୍ଯ୍ୟାୟ ରେ ୨ ମେଟ୍ରିକ୍ ଟନ ଆମ୍ବ ଟିଟିଲାଗଡ଼ରୁ ଟ୍ରେନ ଯୋଗେ ଦିଲ୍ଲୀକୁ ପଠାଯାଇଛି । ଟ୍ରେନ୍‌ରେ ପ୍ରଥମ ପର୍ଯ୍ୟାୟ ଆମ୍ବ ପଠାଯିବା ପରେ ଜିଲ୍ଲାର ଆମ୍ବ ଚାଷୀମାନଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ଦେଶ ଚାଖିବ କଳାହାଣ୍ଡି ଆମ୍ବ, ଦିଲ୍ଲୀ ଗଲା 10ଟି କିସମ

ଚାଷୀମାନଙ୍କଠାରୁ କେଜି ୭୦ଟଙ୍କାରେ କ୍ରୟ କରାଯାଇ କଳାହାଣ୍ଡି ଫୁଡ୍ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନି ଲିମିଟେଡ୍ ୨ ପ୍ରତିଶତ କମ୍ପାନି ଖର୍ଚ୍ଚ ଓ ପରିବହନ ଖର୍ଚ୍ଚ କାଟିବା ପରେ ଚାଷୀଙ୍କୁ ପ୍ରାପ୍ୟ ପୈଠ ହେବ ବୋଲି ଜଣାପଡ଼ିଛି । ସେହିଭଳି ଦଶରୀ ଓ ଲେଙ୍ଗଡ଼ା ଆମ୍ବ ଅମଳ ହେବା ପରେ ବାହାର ରାଜ୍ୟରୁ ବିଭିନ୍ନ କମ୍ପାନି ଆସି ନେଇ ଯାଉଥିବା ସୂଚନା ମିଳିଛି । ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଆମ୍ବର ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ରାଜ୍ୟ ବାହାରେ କଳାହାଣ୍ଡିଆ ଆମ୍ବର ଚାହିଦା ନେଇ ଆମ୍ବଚାଷୀମାନଙ୍କ ଖୁସି ପ୍ରକାଶ ପାଇଛି ।

ଏନେଇ ଚାଷୀ କହିଛନ୍ତି, "ଦିଲ୍ଲୀରେ ଆମ ଆମ୍ବର ଚାହିଦା ରହିଛି । ଜିଲ୍ଲା ପ୍ରଶାସନ ଏବଂ ଓରମାସ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ପ୍ରଶଂସା ଯୋଗ୍ୟ । ଚାଷୀମାନେ ଅଧିକ ଉପକୃତ ହେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସ୍ବଚ୍ଛଳ ହୋଇପାରୁଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.