ETV Bharat / state

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ; 5ବର୍ଷ ପରେ ଆସିଲା ରାୟ, ବାପା-ପୁଅ ସମେତ ୩ଜଣଙ୍କୁ ଆଜୀବନ କାରାଦଣ୍ଡ - କଳାହାଣ୍ଡି ଖବର

Kalahandi Superstition Murder Case: ଗୁଣି ଗାରେଡି ସନ୍ଦେହରୁ ହୋଇଥିଲା ହତ୍ୟା । 3 ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲ୍ଲା ଦୌରା ଜଜ । ଅଧିକ ପଢ଼ନ୍ତୁ

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ
ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ
author img

By ETV Bharat Odisha Team

Published : Jan 30, 2024, 9:56 PM IST

ଭବାନୀପାଟଣା: ବିଂଶ ଶତାବ୍ଦୀରେ ପାଦ ଥାପିଲାଣି ମଣିଷ ସମାଜ । ଆଜିର ଆଧୁନିକ ବିଜ୍ଞାନ ଯୁଗରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବରେ ପରିଣତ କରିପାରିଛି । ମଣିଷ ଚନ୍ଦ୍ରପୃଷ୍ଠକୁ ପହଞ୍ଚି ସାରିଥିଲେ ମଧ୍ୟ ଲୋକେ ଆଜିବି ଅନ୍ଧ ବିଶ୍ବାସର ଅନ୍ଧଗଳିରେ ରହିଯାଇଛନ୍ତି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମଣିଷ ଅନ୍ୟ ମଣିଷର ଶତ୍ରୁ ପାଲଟି ଯାଉଛି । ଆଉ ସେହି ମଣିଷ ହିଁ ଅନ୍ୟ ଜଣେ ମଣିଷର ହତ୍ୟା କରିବାକୁ ମଧ୍ୟ ପଛାଉ ନାହିଁ । ତେବେ ଏମିତି ଘଟଣାର ରାୟ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲ୍ଲା ଦୌରା ଜଜ ।

ସୂଚନା ଅନୁଯାୟୀ, ଗତ ୨୦୧୮ ମସିହା ଅଗଷ୍ଟ 30 ତାରିଖରେ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝିଙ୍କାପିଟା ଗାଁର ମଦନ ମାଝୀଙ୍କୁ ବିଳମ୍ବିତ ରାତିରେ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିଲା । ଆଉ ସେହି ଗାଁର ବାପା ବୁଚୁ ମାଝୀ ଓ ଦୁଇ ପୁଅ ମକର ମାଝୀ ଓ ଲେଦେ ମାଝୀ 3 ଜଣ ମିଶି ଏଭଳି କାଣ୍ଡ ଭିଆଇଥିଲେ । ମଦନଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ପରେ ନିକଟରେ ଥିବା ଝରଣା ନିକଟରେ ପୋତି ଦେଇଥିଲେ । ମଦନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ପୋଲିସକୁ ଖବର ଦେଇଥିଲେ । ସେପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ଅନ୍ଧବିଶ୍ୱାସ ! ମୃତଦେହ ସତ୍କାର ନକରି ଗୁଣିଆକୁ ଡାକିଲେ ପରିବାର ଲୋକେ

ସପେଟେ ମୃତ ମଦନଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୩ ବାପା ପୁଅକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରି ଝରଣା ନିକଟରେ ପୋତା ଯାଇଥିବା ମଦନଙ୍କ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଏହାସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତ ଅନୁଯାୟୀ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ୫ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି । ୧୭ଜଣ ସାକ୍ଷ୍ୟ ପ୍ରମାଣକୁ ଭିର୍ତ୍ତି କରି କଳାହାଣ୍ଡି ଜିଲ୍ଲା ଦୌରା ଜଜ ଦୀପ୍ତି ରଞ୍ଜନ କାନୁନଗୋ ଏହି ମାମଲାର ଶୁଣାଣି କରିବାକୁ ଯାଇ ବାପା ବୁଚୁ ମାଝୀ ଓ ଦୁଇ ପୁଅ ମକର ମାଝୀ ଓ ଲେଦେ ମାଝୀଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୨୦ହଜାର ଟଙ୍କା ଜରିମାନା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦୟ ହେଲେ ଅତିରିକ୍ତ ୬ମାସ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାଟିକୁ ସରକାରୀ ପକ୍ଷରୁ ସରକାରୀ ଓକିଲ ନିର୍ଦର୍ଷିନୀ ରଥ ପରିଚାଳନା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.