ETV Bharat / state

'କବିସୂର୍ଯ୍ୟ ବଳଦେବ ରଥଙ୍କ 'କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ' ଭାରତର ବିଭିନ୍ନ ଭାଷାରେ ଅନୁବାଦ ହେବ' - Kishore Chandrananda Champu English

author img

By ETV Bharat Odisha Team

Published : Jul 19, 2024, 8:56 PM IST

Kishore Chandrananda Champu English: କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ । ଆଗାମୀ ଦିନରେ ଏପରି ଏକ ଅନନ୍ୟ ପୁସ୍ତକର ଭାରତର ବିଭିନ୍ନ ଭାଷାରେ ଅନୁବାଦ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

Kishore Chandrananda Champu English
Kishore Chandrananda Champu English (ETV Bharat Odisha)

ଭୁବନେଶ୍ବର: ଉନ୍ମୋଚିତ ହୋଇଛି ଓଡ଼ିଆ ଅସ୍ମିତାର ପ୍ରାଣବିନ୍ଦୁ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ । ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କବିସୂର୍ଯ୍ୟ ବଳଦେବ ରଥଙ୍କର ଏହି ରଚନାଟି ଊନବିଂଶ ଶତାବ୍ଦୀରେ ରଚନା ହୋଇଥିବାବେଳେ ଓଡ଼ିଆ ଭାଷା ସାହିତ୍ୟର ଏହା ଏକ ଅନନ୍ୟ କୃତି । ଏହା ବେଶ ଉଚ୍ଚକୋଟୀର । ଏଥିରେ ରାଧା-କୃଷ୍ଣଙ୍କ ପ୍ରେମର ମାଧୁର୍ଯ୍ୟକୁ ଓଡ଼ିଆ କାବ୍ୟଶୈଳୀର ସଂଯୋଜନା କରାଯାଇଛି । 'କ' ରୁ 'କ୍ଷ' ଅକ୍ଷର ମଧ୍ୟରେ ରାଧାକୃଷ୍ଣଙ୍କ ରସର ସେଇ ଲାବଣ୍ୟ ପ୍ରେମର କାହାଣୀକୁ ବର୍ଣ୍ଣନା କରାଯାଇଛି ।

ଏହି ପୁସ୍ତକଟିକୁ ଯୁକ୍ତରାଷ୍ଟ୍ର ଆମେରିକାର କାର୍ଲିଫର୍ଣ୍ଣିଆରେ ଅବସ୍ଥିତ ବିଶିଷ୍ଟ ଲେଖକ ଡେଭିଡ ଡେନିନ୍‌, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଇଂରାଜୀ ପ୍ରଫେସର ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ସହଯୋଗରେ ଅନୁବାଦ କରିଛନ୍ତି । ଏହି ପୁସ୍ତକ ଉନ୍ମୋଚନ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବା ସହ ଏହି ପୁସ୍ତକର ଅନୁବାଦକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଆମ ଜାତିର ଏକ ଅସ୍ମିତାର ପରିଚୟ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ବାସ୍ତବରେ ସଂଗ୍ରହାଳୟ ହେଉଛି ଓଡ଼ିଆ ଅସ୍ମିତାର ଧରୋହର । ଏଠାରେ ଗଚ୍ଛିତ ଥିବା ବିଭିନ୍ନ ପ୍ରାଚୀନ ସାମଗ୍ରୀ ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତିର ଗାଥା କହିଥାଏ । ଓଡ଼ିଆ ଭାଷା ଆଗକୁ ଯିବାକୁ ହେଲେ ଏଥିପାଇଁ ସମସ୍ତେ ଆଗକୁ ଆସିବା ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଆଗାମୀ ଦିନରେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ପରି ଏକ ଅନନ୍ୟ ପୁସ୍ତକର ଭାରତର ବିଭିନ୍ନ ଭାଷାରେ ଅନୁବାଦ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, "ଓଡ଼ିଶା ଜ୍ଞାନ ଆଧାରିତ ସମାଜ ଏବଂ ଏଥିରେ ଅନେକ ତତ୍ତ୍ବ ଅଛି । ଏହାକୁ ସମୟ ଅନୁସାରେ ବାହାରକୁ ଆଣିବା ପାଇଁ ପଡିବ । ୨୦୩୬ ସୁଦ୍ଧା ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରୁଥିବାବେଳେ ପୁରାତନ ଓ ପ୍ରାସଙ୍ଗିକ ଓଡ଼ିଆ ସାହିତ୍ୟ ଓ ପୁସ୍ତକ ଗୁଡିକୁ ଏଆଇ, ଡିଜିଟାଇଜେସନ ଓ ଟେକ୍ନୋଲୋଜି ମାଧ୍ୟମରେ ବିଶ୍ବରେ ଲୋକାଦୃତ କରିବା ପାଇଁ ହେବ । ଏକ ସକରାତ୍ମକ ସମାଜ ଗଠନ କରିବା ପାଇଁ ସାମୂହିକ ଦାୟିତ୍ବ ନେବାକୁ ହେବ । ସେହିପରି ସନ୍ଥକବି ଭୀମ ଭୋଇଙ୍କ ଦ୍ବାରା ରଚିତ ଜଣାଣ ଗ୍ରନ୍ଥ 'ସ୍ତୁତିଚିନ୍ତାମଣି' ଅନନ୍ୟ । ନିଜ ଲେଖା ମାଧ୍ୟମରେ ସେ ପ୍ରକୃତ ମାନବତାର ବାର୍ତ୍ତା ଦେଇଛନ୍ତି । ବଳରାମ ଦାସ 'ଲକ୍ଷ୍ମୀ ପୁରାଣ' ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ଜାତିପ୍ରଥା ବିରୋଧର କଥା କହିଛନ୍ତି । ସାରଳା ଦାସ 'ଓଡ଼ିଆ ମହାଭାରତ' ରଚନା କରିଥିଲେ । ଏଭଳି ଓଡ଼ିଆ ଭାଷା ଓ ସାହିତ୍ୟକୁ ସମଗ୍ର ଦେଶ ତଥା ବିଶ୍ଵରେ ଲୋକପ୍ରିୟ କରିବାର ସଂକଳ୍ପ ନେବାକୁ ହେବ । ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ମାନବିକତା ଓ ସଂସ୍କାର ଦେଖିବାକୁ ମିଳୁନଥିବାବେଳେ ସେ ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଶହୀଦ ବାଜି ରାଉତ ଦେଶକୁ ସ୍ବାଧୀନତା ଦେବା ପାଇଁ ପଛାଇନଥିଲେ ।" ସେହିପରି ମହାପ୍ରଭୁଙ୍କ ସୁନାବେଶ ନେଇ ଲୋକଚରିତ୍ର କଣ ରହିଛି, ତାହା ସବୁ ଗବେଷଣାର ବିଷୟ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ପୁସ୍ତକ ବିଷୟରେ ଟିପ୍ପଣୀ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଓଡ଼ିଆ ସାହିତ୍ୟ ଜୀବନର ମହାନୁଭବଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ କରି ଆନନ୍ଦିତ । ଦୁଃଖ, କଷ୍ଟ ଓ ସମାଜିକ ଚରିତ୍ରକୁ ବର୍ଣ୍ଣନା କରିବାର ନାଁ ହେଲା ସାହିତ୍ୟ । ଏଭଳି ଏକ ମହାନ ରଚନାର ଇଂରାଜୀ ଅନୁବାଦ ଫଳରେ ଏଣିକି ସମଗ୍ର ବିଶ୍ଵର ପାଠକ-ପାଠିକା ଓ ସାହିତ୍ୟିକଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ବହୁଗୁଣିତ ହେବ । ଓଡ଼ିଆ ସାହିତ୍ୟ ଏହି ଦୁର୍ମୂଲ୍ୟ କାବ୍ୟର ଇଂରାଜୀ ଅନୁବାଦ ପାଇଁ ଆମେରିକୀୟ ଗବେଷକ ଡେଭିଡ ଡେନିନ୍‌ ତଥା ରାଜ୍ୟ ସଂଗ୍ରହାଳୟ ଏବଂ ପ୍ରକାଶକ ବିଦ୍ୟାପୁରୀକୁ ଧନ୍ୟବାଦ ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସମସ୍ତ ଭାରତୀୟ ଭାଷାକୁ ପ୍ରାଧାନ୍ୟ ଦିଆଯାଉଛି । ଭାରତ ସରକାର ବୃହତ ଭାଷାକୋଷ ଉପରେ ଗୁରୁତ୍ବ ଦେଉଛନ୍ତି । ଭାରତୀୟ ଭାଷାକୁ ଯୋର ଦିଆଗଲେ ଆମ ସମାଜ ଭିତରେ ସ୍ପଷ୍ଟତା ବଢିବ ।" ଭାଷା ଅର୍ଥନୈତିକ ସଶକ୍ତିକରଣ ଉପକରଣ, ସ୍ବାଭିମାନ ବଢାଇବା ସହ ଦାରିଦ୍ର୍ୟରୁ ସମ୍ପନ୍ନତାକୁ ନେବାର ମାଧ୍ୟମ ବୋଲି ସେ କହିଛନ୍ତି ।

ସେହିପରି ଏହି ପୁସ୍ତକ ଉନ୍ମୋଚନରେ ଯୋଗ ଦେଇ ରାଜ୍ୟ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "କବିସୂର୍ଯ୍ୟ ବଳଦେବ ରଥଙ୍କ ରଚନା ରୀତିଯୁଗର ଅନବଦ୍ୟ ସାହିତ୍ୟ କଳାକୃତି । ଏଥିରେ ରାଧା-କୃଷ୍ଣଙ୍କ ପ୍ରେମର ମାଧୁର୍ଯ୍ୟକୁ ବର୍ଣ୍ଣନା କରାଯାଇଛି । ତେଣୁ ଏଭଳି କାବ୍ୟ ସାହିତ୍ୟର ସର୍ଜନା ନିଶ୍ଚୟ ସାହିତ୍ୟକୁ ରୁଦ୍ଧିମନ୍ତ କରିବ । ତେଣୁ ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଓ ଅନ୍ୟ ଦେଶର ଉଚ୍ଚକୋଟୀର ସାହିତ୍ୟ ଉପରେ ଆମେ ଜାଣିବା ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା କରାଯିବ । ଏକାଡେମୀ ସହ ସାହିତ୍ୟ କ୍ଷେତ୍ରରେ ବିକାଶ ପାଇଁ ୨୦୦ କୋଟି ଟଙ୍କାର କର୍ପୋସ ଫଣ୍ଡ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରତିଷ୍ଠା ହେବ ଭାଷା ଆୟୋଗ, ନିର୍ମାଣ ହେବ ଅସ୍ମିତା ଭବନ: ବିଭାଗୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ - Suryabanshi Suraj review meeting

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.