ETV Bharat / state

ତୃତୀୟ ଓଡ଼ିଆ ସିନେ ଆୱାର୍ଡ୍ସ; ପିଣ୍ଟୁ ନନ୍ଦ-ଯୁଗଳ ଦେବତା ସମ୍ମାନିତ - 3rd Cine Award In Bhubaneswar

author img

By ETV Bharat Odisha Team

Published : Jun 21, 2024, 5:17 PM IST

3rd Cine Award In Bhubaneswar: ଗତକାଲି (ଜୁନ ୨୦)ରେ ଭୁବନେଶ୍ୱରରେ ତୃତୀୟ ଓଡ଼ିଆା ସିନେ ଆୱାର୍ଡସ୍‌ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ମରୋଣତ୍ତର ସମ୍ମାନ ଏବଂ ଯୁଗଳ ଦେବତାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ,

ତୃତୀୟ ଓଡ଼ିଆା ସିନେ ଆୱାର୍ଡ୍ସ; ପିଣ୍ଟୁ ନନ୍ଦ-ଯୁଗଳ ଦେବତାଙ୍କୁ କରାଗଲା ସମ୍ମାନିତ
ତୃତୀୟ ଓଡ଼ିଆା ସିନେ ଆୱାର୍ଡ୍ସ; ପିଣ୍ଟୁ ନନ୍ଦ-ଯୁଗଳ ଦେବତାଙ୍କୁ କରାଗଲା ସମ୍ମାନିତ (ETV Bharat Odisha)

ଭୁବନେଶ୍ୱର: ରାଜଧାନୀରେ ଆୟୋଜିତ ହୋଇଯାଇଛି ତୃତୀୟ ଓଡ଼ିଆା ସିନେ ଆୱାର୍ଡ୍ସ । ଏହି କାର୍ଯ୍ୟକ୍ରମରେ ୭୫ଟି ବର୍ଗରେ କଳାକାରଙ୍କୁ ସମ୍ମାନିତ କରାଯାଇଛି । ରିଲସ ଆଣ୍ଡ ରିଲସ ଓ ଅନୀସ ଏଣ୍ଟରଟେନମେଣ୍ଟ ତରଫରୁ ଉତ୍କଳ ମଣ୍ଡପରେ ଗୁରବାର ଦିନ ଏହି ତୃତୀୟ ଓଡିଆ ସିନେ ଆଓ୍ବାର୍ଡସ୍‌ ଅନୁଷ୍ଠିତ ହୋଇଥିବା ବେଳେ କଳକାରଙ୍କୁ ସମ୍ମାନିତ କରାଯାଇଛି । ଏହି ସମୟରେ ଓଡ଼ିଆ ସିନେମା ପାଇଁ ନିଜର ଉତ୍ସର୍ଗୀକୃତ ଅବଦାନ ପାଇଁ ବିଶିଷ୍ଠ ଚିତ୍ରନାଟ୍ୟ ନିର୍ଦ୍ଦେଶକ ତଥା ପ୍ରଯୋଜକ ଯୁଗଳ ଦେବତାଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ଓ ସ୍ବର୍ଗୀୟ ପିଣ୍ଟୁ ନନ୍ଦଙ୍କୁ ମରୋଣତ୍ତର ସମ୍ମାନ ପ୍ରଦାନ କରାଯାଇଛି ।

୨୦୨୨ ଓ ୨୦୨୩ ବର୍ଷ ପାଇଁ ପୁରସ୍କାର ପ୍ରଦାନ; ରାଇମୋହନ ପରିଡ଼ାଙ୍କୁ ମରୋଣତ୍ତର ସମ୍ମାନ

ଅନୁଷ୍ଠାନର ପ୍ରତିଷ୍ଠାତା ସ୍ଥିତ ପଟ୍ଟନାୟକଙ୍କ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ସମ୍ମାନିତ ଅତିଥି ଏଡିଜି ସତ୍ୟଜିତ ନାୟକ, ବିଏମସି ଡେପୁଟି କମିଶନର ଯୋଗଦେଇ ପୁରସ୍କାର ପ୍ରଦାନ କରିଛନ୍ତି । ଗତ ୨ବର୍ଷ ଅର୍ଥାତ୍‌ ୨୦୨୨ ଓ ୨୦୨୩ ବର୍ଷ ପାଇଁ ଏହି ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୨ ପାଇଁ ଚଳଚ୍ଚିତ୍ର 'ପ୍ରତୀକ୍ଷା' ଓ ୨୦୨୩ ପାଇଁ 'ପୁଷ୍କରା'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଦାନ କରାଯାଇଛି । ସେହିପରି ୨୦୨୨ ପାଇଁ ରାଇମୋହନ ପରିଡ଼ାଙ୍କୁ ମରୋଣତ୍ତର ସମ୍ମାନ, କ୍ଷୁଦ୍ର ଚଳଚ୍ଚିତ୍ରରେ 'ବ୍ୟାସେ ଶୁଣୁଛ', ଶ୍ରେଷ୍ଠ ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ, ଶ୍ରେଷ୍ଠ ଅଭିନେତା ବାବୁଶାନ ମହାନ୍ତି, ଅଭିନେତ୍ରୀ ଭୂମିକା ଦାଶ, ଶ୍ରେଷ୍ଠ ଶିଶୁ କଳାକାର ଲିପାକ୍ଷୀ ଦାଶଙ୍କୁ ସମ୍ମାନିତ କରାଯାଇଛି ।

'ପୁଷ୍କରା' ଏବଂ 'ମାଇଣ୍ଡ ଗେମ୍‌'କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର
ଏହା ବ୍ୟତୀତ ୨୦୨୩ବର୍ଷ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁଷ୍କରା, ଶ୍ରେଷ୍ଠ ନିର୍ଦ୍ଦେଶକ ସୁଧାଂଶୁ ସାହୁ, ଶ୍ରେଷ୍ଠ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଅଭିନେତା ଅମ୍ଳାନ ଦାସ, ଶ୍ରେଷ୍ଠ ଶିଶୁ କଳାକାର ଆଦ୍ୟାଶ ପାଣିଗ୍ରାହୀ, ଶ୍ରେଷ୍ଠ ଖଳନାୟିକା ଏଲି ପାଢ଼ୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଜୁରୀ ଆୱାର୍ଡ୍ସ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଦମନ, ଶ୍ରେଷ୍ଠ ନିର୍ଦ୍ଦେଶକ ସୁଶାନ୍ତ ମଣି, ଶ୍ରେଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ଶ୍ରେଷ୍ଠ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଶ୍ରେଷ୍ଠ ସହାୟକ ଅଭିନେତା ଦୀପନ୍ବିତ ଦାଶମହାପାତ୍ର, ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଅନନ୍ୟା ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମାଇଣ୍ଡ ଗେମ୍‌ ଓ ଶଲା ବୁଢାର ବଦଲା ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଶିଶିର ଓ ପିନାକୀ, ଶ୍ରେଷ୍ଠ ଅଭିନେତା ସବ୍ୟସାଚୀ ମିଶ୍ର, ଶ୍ରେଷ୍ଠ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ଶ୍ରେଷ୍ଠ ସହୟାକ ଅଭିନେତା ସୁକାନ୍ତ ରଥ ଓ ଅଭିନେତ୍ରୀ ସାୟଲ ମୁଖାର୍ଜୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିସହ ୱେବସିରିଜ ଅଭିନେତା, ଅଭିନେତ୍ରୀ, କ୍ଷୁଦ୍ର ଚଳଚ୍ଚିତ୍ର, ସଙ୍ଗୀତ, ଗୀତିକାର ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.