ETV Bharat / state

ଏସିଆ ପାସିଫିକ ଡିଫ ଗେମରେ ଭାଗ ନେବେ ବାଲେଶ୍ବରର ସମ୍ବିତ, ଅର୍ଥ ସାଜିଛି ବାଧକ - JUDO PLAYER SEEKS GOVT HELP

ମାଲେସିଆରରେ ଡିସେମ୍ବର ପହିଲାରୁ ଆରମ୍ଭ ହେବ ଦଶମ ଏସିଆ ପାସିଫିକ ଡିଫ ଗେମସ ୨୦୨୪ ।ଏଥିରେ ଭାଗ ନେବେ ବାଲେଶ୍ୱରର ଜୁଡୋ ଖେଳାଳି ସମ୍ବିତ ଦାସ । ଅର୍ଥ ସାଜିଛି ବାଧକ ।

JUDO PLAYER SEEKS GOVT HELP
JUDO PLAYER SEEKS GOVT HELP (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 7:12 PM IST

ବାଲେଶ୍ବର: ପ୍ରତିଭା ଦିନେ ନା ଦିନେ ସବୁ ବାଧା ବିଘ୍ନ ଏଡ଼ାଇ ଦୁନିଆ ଆଗରେ ପ୍ରସ୍ଫୁଟିତ ହୋଇଥାଏ । ଠିକ ସେମିତି ବାଲେଶ୍ୱର ସମ୍ବିତ ଦାସ ନାମକ ଜଣେ ଦିବ୍ୟାଙ୍ଗ ପ୍ରତିଭା ବିଶ୍ୱ ଦରବାରରେ ଚମକିବାକୁ ଯାଉଛନ୍ତି । ପ୍ରଥମେ ବ୍ଲକସ୍ତରୀୟ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ପରେ ଏସିଆ ମହାଦେଶରେ ଜୁଡୋ ଖେଳିବା ପାଇଁ ଚୟନ ହୋଇଛନ୍ତି । ସେ ବର୍ତ୍ତମାନ ମାଲେସିଆ ଗସ୍ତରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ହେଲେ ସମ୍ବିତଙ୍କ ପାଇଁ ଅର୍ଥ ବାଧକ ସାଜି ଥିବାବେଳେ ପରିବାର ଲୋକ ଜିଲ୍ଲାପାଳଙ୍କ ନିଟକରେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଦିବ୍ୟାଙ୍ଗ ହେଲେ ବି ସେ ହାରି ଯାଇ ନାହାନ୍ତି ବରଂ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ଅଧ୍ୟବସାୟ ବଳରେ ଆଜି ସେ ଦୁନିଆ ଆଗରେ ଚମକିବାକୁ ଯାଉଛନ୍ତି ।

ସରକାରୀ ସହାୟତା ଅପେକ୍ଷାରେ ସମ୍ବିତ:

JUDO PLAYER SEEKS GOVT HELP (ETV Bharat Odisha)

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ନୂଆପୁର ପଞ୍ଚାୟତର ପିଞ୍ଛାପଲି ଅଞ୍ଚଳର ସୀତାନାଥ ଦାସ ଏବଂ ମାଳତୀ ଦାସଙ୍କ ପୁଅ ସମ୍ବିତ । ସେ ଜନ୍ମରୁ କଥା କହି ପାରୁନାହାନ୍ତି କି ଶୁଣିପାରୁ ନାହାନ୍ତି । ଏହାକୁ ନିଜର ଅସହାୟତା ମନେ ନକରି ଜୁଡୋ ଅଭ୍ୟାସ କରି ବ୍ଲକ ଠାରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି । ତେବେ ମାଲେସିଆର କୁଆଲାମମ୍ପୁର ଠାରେ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଦଶମ ଏସିଆ ପାସିଫିକ ଡିଫ ଗେମସ ୨୦୨୪ରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ ପାଇଁ ଚୟନ ହୋଇଛନ୍ତି ସମ୍ବିତ । ହେଲେ ଏତେଦୂର ଯିବା ପାଇଁ ତାଙ୍କ ପାଖରେ ନାହିଁ ସମ୍ବଳ । ଏନେଇ ପରିବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସୋର ବିଧାୟକଙ୍କୁ ଭେଟିବା ପରେ ମିଳିଛି ସହାୟତାର ପ୍ରତିଶ୍ରୁତି ।

ମାଲେସିଆର କୁଆଲାମମ୍ପୁରରେ ୭୩ କେଜି ବର୍ଗରେ ଜୁଡୋ ଖେଳିବା ପାଇଁ ସର୍ବ ଭାରତୀୟ ବଧିର ଖେଳ ପରିଷଦ ଦ୍ୱାରା ଚୟନ ହୋଇଛନ୍ତି ସମ୍ବିତ । କୁଆଲାମମ୍ପୁର ଯିବା ପାଇଁ ଗସ୍ତ ଖର୍ଚ୍ଚ, ଦୈନିକ ଖର୍ଚ୍ଚ, ବ୍ୟକ୍ତିଗତ ଆବଶ୍ୟକତା, ଖେଳ ପାଇଁ ପୋଷାକ, ଜୋତା ଆଦି ପାଇଁ ଦେଢ ଲକ୍ଷ ଟଙ୍କା ଆବଶ୍ୟକ । ଏହା ସହିତ ପ୍ରତିଯୋଗିତା ପୂର୍ବରୁ ନୂଆ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ୧୫ ଦିନର ରହଣି ପାଇଁ ମଧ୍ୟ ଅର୍ଥର ଆବଶ୍ୟକତା ରହିଛି ।

ଏମିତି କହିଲେ ସମ୍ବିତଙ୍କ ମାଆ:

ପ୍ରତିଭା ଆଗରେ ଅର୍ଥ ବାଧକ ସାଜିଥିବାବେଳେ ତାଙ୍କ ମାଆ ନିଜର ପ୍ରତିକ୍ରିୟାରେ କହିଛନ୍ତି,"ସେ ଛୋଟରୁ ହିଁ ଜୁଡୋ ଅଭ୍ୟାସ ଜାରି ରଖିଛି । ସ୍କୁଲରେ ପାଠ ପଢିବା ବେଳେ ବି ସେ ଖେଳିବାକୁ ଯାଇଛି । ଦୁଇ ତିନିଥର ରାଜ୍ୟ ପାଇଁ ଚୟନ ହୋଇଛି । ଏହାପରେ ଦିଲ୍ଲୀ ବି ଦୁଇଥର ଯାଇଥିଲା ରାଜ୍ୟସ୍ତରୀୟ ଖେଳିବା ପାଇଁ । ତାର ଗୋଡ଼ ଖରାପ ଥିବାରୁ ସେ ପ୍ରତିଯୋଗୀତାରୁ ବାଦ ପଡିଥିଲା । ବର୍ତ୍ତମାନ ମଧ୍ୟପ୍ରଦେଶରେ ପ୍ରତିଯୋଗିତା ହେଉଥିଲା ସେଠି ସେ ଚୟନ ହୋଇ ଆସିଛି ଜୁଡୋରେ । ଏସିଆ ଗେମରେ ମାଲେସିଆ ଯିବେ ଖେଳିବାକୁ ,ଡିସେମ୍ବର 1ରୁ 10 ଯାଏ ତାର ଖେଳ ଅଛି ।ଏପର୍ଯ୍ୟନ୍ତ ଆମେ କୌଣସି ସରକାରୀ ସହାୟତା ପାଇନାହୁଁ । ଯଦି କିଛି ସରକାରୀ ସହାୟତା ମିଳନ୍ତା ତେବେ ସେ ଆହୁରି ଆଗକୁ ବଢିପାରନ୍ତା ।"

ଏହା ମଧ୍ୟ ପଢନ୍ତୁ...ବାରବାଟୀ ରଣଜୀ ଫାଇଟ୍: କର ବା ମର ସ୍ଥିତିରେ ଓଡ଼ିଶା

ଏହା ମଧ୍ୟ ପଢନ୍ତୁ...ODIରେ ବିଶ୍ବ ରେକର୍ଡ, ସଚିନ-ବିରାଟଙ୍କୁ ପଛରେ ପକାଇଲେ ଆଫଗାନିସ୍ତାନ ବ୍ୟାଟର

ଏହା ମଧ୍ୟ ପଢନ୍ତୁ...'ମୋତେ ସ୍ବାଧୀନତା ଦରକାର', କାହିଁକି ଏମିତି କହିଲେ କେଏଲ ରାହୁଲ ?

ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ:

ଅନ୍ୟପଟେ ବାଲେଶ୍ୱର ସାମାଜିକ ଅନୁଷ୍ଠାନ ପ୍ରଗତି ମଞ୍ଚ ପକ୍ଷରୁ 10 ହଜାର ଟଙ୍କା ସହାୟତା ରାଶି ସମ୍ବିତଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସମ୍ବିତଙ୍କୁ ସହାୟତାର ହାତ ବଢ଼ାଇଛି । ସମ୍ବିତଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ନିଜର ପ୍ରତିକ୍ରିୟାରେ କହିଛନ୍ତି,"ଜିଲ୍ଲା ପ୍ରଶାସନ ପକ୍ଷରୁ ଆମର କ୍ରୀଡ଼ା ଅଧିକାରୀ ସହଯୋଗ କରୁଛନ୍ତି । ତାଙ୍କର ଯଦି କିଛି ଖେଳ ସାମଗ୍ରୀ କିମ୍ବା ଆର୍ଥିକ ସହାୟତା ଦରକାର,ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଦାନ କରିବୁ । ଯେହେତୁ ଗୋଟେ ଅସୁବିଧା ପରିସ୍ଥିତି ମଧ୍ୟରେ ସେ ତାଙ୍କର କ୍ରୀଡ଼ା ପ୍ରତିଭା ଦେଖାଉଛନ୍ତି, ନିଶ୍ଚୟ ସେଇଟା ବାଲେଶ୍ୱର ଜିଲ୍ଲା ପାଇଁ ଗୌରବ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.