ETV Bharat / state

ଓଡ଼ିଶାରେ ପ୍ରସ୍ତୁତ ହେବ ଇଭି ଓ ବ୍ୟାଟେରୀ, ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ବାକ୍ଷର - ଜେଏସଡବ୍ଲୁ ଇଭି ଗାଡ଼ି

JSW EV Manufacturing: ଓଡ଼ିଶାରେ ବିଦ୍ୟୁତ ଚଳିତ (ଇଭି) ଗାଡି ଓ ବ୍ୟାଟେରୀ ପ୍ରସ୍ତୁତ କରିବ ବହୁ ରାଷ୍ଟ୍ରୀୟ କମ୍ପାନୀ ଜେଏସଡବ୍ଲୁ । ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ବାକ୍ଷର । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ବାକ୍ଷର

author img

By ETV Bharat Odisha Team

Published : Feb 10, 2024, 5:59 PM IST

ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ବାକ୍ଷର

ଭୁବନେଶ୍ବର: ଶିଳ୍ପକ୍ଷେତ୍ରରେ ଓଡ଼ିଶା ପାଇଁ ପୁଣି ଏକ ମାଇଲଷ୍ଟୋନ । ଓଡ଼ିଶାରେ ବିଦ୍ୟୁତ ଚଳିତ (ଇଭି) ଗାଡି ଓ ବ୍ୟାଟେରୀ ପ୍ରସ୍ତୁତ କରିବ ବହୁ ରାଷ୍ଟ୍ରୀୟ କମ୍ପାନୀ ଜେଏସଡବ୍ଲୁ । ଇଭି ଶିଳ୍ପ ପାଇଁ ଏହି ସଂସ୍ଥା ରାଜ୍ୟରେ ପ୍ରାୟ ୪୦ ହଜାର କୋଟି ନିବେଶ କରିବ । ଯାହା ଦ୍ୱାରା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଜେଏସଡବ୍ଲୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମ ଥର ପାଇଁ ପାଦ ଥାପିବାକୁ ଯାଉଛି ଜେଏସଡବ୍ଲୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବା ବେଳେ ଜେଏସଡବ୍ଲୁ କଟକ ନରାଜରେ ପ୍ରତିଷ୍ଠା କରିବ ଇଭି ପ୍ରକଳ୍ପ । ରାଜ୍ୟରେ ଉତ୍ପାଦନ ହେବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଯାନ । ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେଇକିଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ଇଭି ପାଇଁ କଟକ ନରାଜରେ କମ୍ପାନୀକୁ ୯ ଶହ ଏକର ଜମି ଯୋଗାଇ ଦିଆଯାଇଛି ।

ସେହିପରି ପାରାଦ୍ବୀପରେ କମ୍ପାନୀ ଇଭି ପାଇଁ ବ୍ୟାଟେରୀ ନିର୍ମାଣ କରିବ । ବ୍ୟାଟେରୀ ପାଇିଁ କମ୍ପାନୀ ଚିଲିରୁ କପର ଆଣିବ । ଏହାସହ ଅଷ୍ଟ୍ରେଲିଆରୁ ଲିଥିଅମ ଆଣିବ । ବ୍ୟାଟେରୀ ପାରାଦ୍ବୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ କମ୍ପାନୀ । ଉଭୟ ପ୍ରକଳ୍ପ ଲାଗି ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ଏନେଇ ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଜେଏସଡବ୍ଲୁର ଷ୍ଟାଟେଜିକ ହେଡ ରଞ୍ଜନ ନାୟକ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇଡ଼କୋ ଏମଡି ଭୁପିନ୍ଦର ସିଂ ପୁନିଆ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଜେଏସଡବ୍ଲୁ ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ ଓ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଓଡିଶାକୁ ଶିଳ୍ପ ସମୃଦ୍ଧ ଏବଂ ଅର୍ଥନୈତିକ ଦୃଶ୍ୟପଟକୁ ଯଥେଷ୍ଟ ବୃଦ୍ଧି କରିବାକୁ ରାଜ୍ୟ ସରକାର ପ୍ରତିଜ୍ଞାବଦ୍ଧ । ଏହି ପ୍ରକଳ୍ପଗୁଡିକ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ କରିବ । ଏ ନେଇ ଏକ ପ୍ରମୁଖ ନିଷ୍ପତ୍ତି ଅନୁସାରେ କଟକର ନରାଜ ଏବଂ ପାରାଦ୍ବୀପରେ ଜେଏସଡବ୍ଲୁ ଗ୍ରୁପର ଇଲେକ୍ଟ୍ରି ଯାନ ଏବଂ ଏହାର ଉପକରଣ ଉତ୍ପାଦନ ପ୍ରକଳ୍ପ ନିର୍ମାଣ କରିବ । ପ୍ରକଳ୍ପ ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"

ଏହା ମଧ୍ୟ ପଢ଼ନ୍ତୁ.....ଗ୍ରାମୀଣ ବିକାଶ ଦିଗରେ ଅଭିନବ ପଦକ୍ଷେପ, 6 ସଂସ୍ଥା ସହ ଓରମାସର ଚୁକ୍ତି

ଜେଏସଡବ୍ଲୁ ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ କହିଛନ୍ତି, "ଇଭି ପ୍ରକଳ୍ପର ପ୍ରଥମ ୟୁନିଟ ପାଇଁ ଜେଏସଡବ୍ଲୁର ପ୍ରଥମ ପସନ୍ଦ ଥିଲା ଓଡିଶା । କାରଣ ସ୍ଥିର ସରକାର ଓ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ରହିଛି । ଏକ ଟ୍ରିଲିଅନ ଡ଼ଲାର ଅର୍ଥନୀତି ହେବାର ସବୁ ପ୍ରକାର ଦକ୍ଷତା ଓଡିଶା ପାଖରେ ରହିଛି ।" ସେପଟେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସଠିକ ମାର୍ଗଦର୍ଶନରେ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେଉଛି । ତ୍ୱରିତ ଗତିରେ ରାଜ୍ୟର ଶିଳ୍ପ ଅଗ୍ରଗତି ହେଉଛି । ଏହି କାର୍ଯ୍ୟକ୍ରମରେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇଡ୍କୋ ଏମଡି ଭୁପିନ୍ଦର ସିଂ ପୁନିଆ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.