ETV Bharat / state

କଳାବ୍ୟାଚ ପିନ୍ଧି ପ୍ରତିବାଦ, ସାମ୍ବାଦିକଙ୍କ ଦାବିକୁ ସରକାରଙ୍କ ଅଣଦେଖା ଅଭିଯୋଗ

author img

By ETV Bharat Odisha Team

Published : Mar 15, 2024, 7:42 PM IST

Journalist Stage Protest: ଦାବି ପୂରଣ ପାଇଁ ସାମ୍ବାଦିକ ପିନ୍ଧିଲେ କଳାବ୍ୟାଚ । ରାଜ୍ୟ ସରକାର ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିରାଶ କରିଛନ୍ତି । ସେନେଇ ଓଡ଼ିଶା ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ପୁଣିଥରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି । ଅଧିକ ପଢ଼ନ୍ତୁ,

କଳାବ୍ୟାଚ ପିନ୍ଧି ସାମ୍ବାଦିକଙ୍କ ପ୍ରତିବାଦ
କଳାବ୍ୟାଚ ପିନ୍ଧି ସାମ୍ବାଦିକଙ୍କ ପ୍ରତିବାଦ
କଳାବ୍ୟାଚ ପିନ୍ଧି ସାମ୍ବାଦିକଙ୍କ ପ୍ରତିବାଦ

ଭବାନୀପାଟଣା: ଦାବି ପୂରଣ ପାଇଁ ସାମ୍ବାଦିକ ପିନ୍ଧିଲେ କଳାବ୍ୟାଚ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ କିଛିନା କିଛି ସୁବିଧା ସୁଯୋଗ ଘୋଷଣା କରିଛନ୍ତି । ହେଲେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିରାଶ କରିଛନ୍ତି । ସେନେଇ ଓଡ଼ିଶା ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ପୁଣିଥରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ତେବେ ଆଜି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ କଳାବ୍ୟାଚ ପିନ୍ଧି ଏହି ଆନ୍ଦୋଳନ ଡାକରାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ପ୍ରତ୍ୟେକ ଜିଲ୍ଲା ଓ ବ୍ଲକସ୍ତରରେ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ କରିବା ସହିତ ନିଜର ଦାୟିତ୍ବ ନିର୍ବାହ କରିବାକୁ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଓଡ଼ିଶା ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ପକ୍ଷରୁ ସାମ୍ବାଦିକଙ୍କ ପାଇଁ ମାସିକ ପେନସନ ବ୍ୟବସ୍ଥା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି କରାଯାଇ ଆସୁଛି। ତେବେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ସାମ୍ବାଦିକମାନଙ୍କ ଏହି ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନନେଲେ ଓୟୁଜେ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରକାଶ କରିଛନ୍ତି। ସାମ୍ବାଦିକ ସୁରକ୍ଷା ଆଇନ, ମାସିକ ବେତନ, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ, ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ , ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ସାମିଲ କରିବା ସହ ବୀମାରାଶି ବୃଦ୍ଧି ଆଦି ବିଭିନ୍ନ ଦାବି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.... ସାମ୍ବାଦିକଙ୍କ ଦାବିକୁ ସରକାରଙ୍କ ଅଣଦେଖା, ନବୀନ ନିବାସ ଯାଏଁ ପଦଯାତ୍ରାରେ ଗୋପର ସାମ୍ବାଦିକ ସଂଘ

ବିନା ବେତନରେ ବିଭିନ୍ନ ସମୟରେ ଲୋକ ଲୋଚନରେ ଦେଶ ବିଦେଶରୁ ଆରମ୍ଭ କରି ଆଞ୍ଚଳିକ ସ୍ତରର ଟିକନିକ ଖବର ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସାମ୍ବାଦିକ । ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଓୟୁଜେ ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ସଂଘ ସଭାପତି କମ୍ଭୂପାଣି ମିଶ୍ରଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଧର୍ମଗଡ ଉପଖଣ୍ଡ ଓ ସମସ୍ତ ୧୩ଟି ବ୍ଲକ୍ ସ୍ତରରେ ଜିଲ୍ଲାବ୍ୟାପୀ କ୍ରାନ୍ତି ଦିବସ ଅବସରରେ କଳାବ୍ୟାଚ ଧାରଣ କରି ପ୍ରତୀକାତ୍ମକ ଦାବି ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସଂଘର ପୂର୍ବ ନିର୍ଦ୍ଧାରିତ ସାମ୍ବାଦିକମାନଙ୍କୁ ପେନସନ ଓ ପ୍ରୋଟେକ୍ସନ୍ ଦାବି କରାଯାଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ସ୍ଵାଧୀନ ପାତ୍ର, ମନମୋହନ ପ୍ରଧାନ, ରାଜକୁମାର ସିଂହଦେଓ, ସନ୍ତୋଷ ସିଂହଦେଓ, ଲକ୍ଷ୍ମୀ ବାଗ, ବିକାଶ ଷଡ଼ଙ୍ଗୀ, ଶିବାନନ୍ଦ ନାଏକ, ଆଲିଶା ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.