ETV Bharat / state

ସୀମା ଟପୁଛନ୍ତି ଅପରାଧି: ରାଜଧାନୀରେ ସାମ୍ବାଦିକଙ୍କୁ ହାଣିଲେ, ସରକାରଙ୍କୁ ଘେରିଲେ ବିରୋଧୀ - BJP on Journalist attack case

Journalist brutally attacked in Bhubaneswar: ରାଜଧାନୀରେ ସୀମା ଟପୁଛନ୍ତି ଅପରାଧୀ । କଥା କଥାକେ ବୁଲୁଛି ଖଣ୍ଡା । ଶନିବାର ରାତିରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ ପରେ ପୋଲିସର ତଦନ୍ତ ଜାରି । ରାଜ୍ୟ ସରକାରଙ୍କୁ ଘେରିବା ସହ କାର୍ଯ୍ୟାନୁଷ୍ଠାନ ଦାବିକଲେ ବିରୋଧୀ । ଅଧିକ ପଢ଼ନ୍ତୁ

ସାମ୍ବାଦିକଙ୍କୁ ଆକ୍ରମଣ
ସାମ୍ବାଦିକଙ୍କୁ ଆକ୍ରମଣ
author img

By ETV Bharat Odisha Team

Published : Feb 11, 2024, 7:13 PM IST

ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ କଥା କଥାକେ ଖଣ୍ଡା ବୁଲୁଛି । ସବୁ ସୀମା ଟପୁଛନ୍ତି ଅପରାଧି । ଶନିବାର ବିଳମ୍ବିତ ରାତିରେ ଜଣେ ସାମ୍ବାଦିକଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି । ଯାହାକୁ ନେଇ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ରାଜଧାନୀରେ ଯଦି ସାମ୍ବାଦିକ ସୁରକ୍ଷିତ ନୁହଁନ୍ତି, ସେଠାରେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି । ଏନେଇ ମଞ୍ଚେଶ୍ବର ଥାନାରେ ରୁଜୁ ହୋଇଛି ମାମଲା । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ସାମ୍ବାଦିକଙ୍କୁ ଗୋଡ଼ାଇ ହାଣିଲେ: ମିଳିଥିବା ସୂଚନା ମୁତାବକ ଏକ ଘରୋଇ ଚ୍ୟାନେଲର ପ୍ରତିନିଧି ଘରକୁ ଫେରୁଥିବା ବେଳେ ମଞ୍ଚେଶ୍ବର ଥାନା ଅଞ୍ଚଳର ଡମ୍ପିୟାର୍ଡ ନିକଟରେ କିଛି ଦୁର୍ବୃତ୍ତଙ୍କ ହାବୁଡରେ ପଡିଥିଲେ । ସେମାନେ ସାମ୍ବାଦିକଙ୍କୁ ଦୁଇଟି ବାଇକରେ କିଛି ବାଟ ପିଛା କରି ସୈନିକ ସ୍କୁଲ ପାଖ ଡମ୍ପିୟାର୍ଡ ନିକଟରେ ଅଟକାଇଥିଲେ । ପରେ ସାମ୍ବାଦିକଙ୍କ ସହ କିଛି ସମୟ କଥା କଟାକଟି ପରେ ହଠାତ୍‌ ଜଣେ ଏକ ଧାରୁଆ ଖଣ୍ଡାରେ ଗୋଟେ ଚୋଟ ପକାଇଥିଲା । ହେଲେ ସାମ୍ବାଦିକ ଜଣଙ୍କ ସାହସର ସହ ସେମାନଙ୍କର କଣ ଅସୁବିଧା ହୋଇଛି ବୁଝିବା କହିବା ପରେ ସେମାନେ ଆଉ ଏକ ଚୋଟ ପକାଇଥିଲେ । ଖଣ୍ଡା ଚୋଟ ସାମ୍ବାଦିକଙ୍କର ମୁଣ୍ଡ, ହାତ ଓ ଅଣ୍ଟାରେ ଲାଗିଥିଲା । ଗୁରୁତର ଭାବେ ଛଟପଟ ହେଉଥିବା ବେଳେ ସେମାନେ ସେଠାରୁ ଖସି ପଳାଇଥିବା କହିଛନ୍ତି ଅଭିଯୋଗକାରୀ ସାମ୍ବାଦିକ ।

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ; ସାମ୍ବାଦିକଙ୍କ କାର୍ ଭଙ୍ଗାରୁଜା କଲେ ବିଜେପି କର୍ମୀ

ମାମଲା ରୁଜୁ କଲା ପୋଲିସ: ତେବେ ସାମ୍ବାଦିକଙ୍କୁ ଗୋଡ଼େଇ ହାଣିବା ଘଟଣାକୁ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ମରଣାନ୍ତକ ଆକ୍ରମଣ ନେଇ ୩୦୭ରେ ମାମଲା ରୁଜୁ ସହ ଆର୍ମସ୍‌ ଆକ୍ଟରେ କେସ କରି ପୋଲିସ ତଦନ୍ତ କରୁଛି । ପୂର୍ବଶତୃତା ନା ଆଉ କିଛି କାରଣ, ସେନେଇ ବିଭିନ୍ନ ଦିଗରେ ତଦନ୍ତ କରୁଛି ପୋଲିସ । ସେପଟେ ଆକ୍ରମଣରେ ସାମ୍ବାଦିକ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏକାଧିକ ଷ୍ଟିଚ ପଡିଛି । ରାଜଧାନୀରେ ରକ୍ତାକ୍ତ ପରିସ୍ଥିତି ମଧ୍ୟରେ ଏବେ ସହରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଗୋଟିଏ ପଟେ 'ସେଫ୍‌ ସିଟି ଡ୍ରାଇଭ'ରେ ପୋଲିସ ବସ୍ତିଠୁ ଆରମ୍ଭ କରି ସହରର ଗଳି କନ୍ଦି ବୁଲୁଛି । ମଦୁଆଙ୍କଠୁ ଆରମ୍ଭ କରି ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ସହ ଫାଇନ କାଟୁଛି । ହେଲେ ନିର୍ବାଚନ ଆସୁଥିବାବେଳେ ଏପରି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ପୋଲିସର ଚିନ୍ତା ବଢ଼ାଇଛି ।

ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ: ସେପଟେ ରାଜଧାନୀରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଟ୍ବିଟ୍‌ କରି କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିବା ସହ ମୋଦି ଏବଂ ନବୀନ ମିଳିତ ସରକାରରେ କେହି ସୁରକ୍ଷିତ ନୁହଁନ୍ତି ବୋଲି ଲେଖିଛି । ସେପଟେ ପ୍ରେସମିଟ୍‌ କରି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, "ଓଡ଼ିଶାର ଗଣମାଧ୍ୟମ ଉପରେ ଯେଉଁଭଳି ଆକ୍ରମଣ କରାଯାଉଛି, ଅତ୍ୟନ୍ତ ଦୁଃଖଦାୟକ । ସରକାରଙ୍କ ବିରୋଧରେ ଯିଏ ସ୍ଵର ଉଠାଉଛି, ତାକୁ ମାରିବାକୁ ଚେଷ୍ଟା ହେଉଛି ।

ଗତକାଲି VSS ନଗର ଅଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ନିନ୍ଦନୀୟ । ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ରାଜ୍ୟରେ ଆକ୍ରମଣ କରାଯାଉଛି । ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ରାଜ୍ୟ ସରକାର ସାମ୍ବାଦିକ ମାରଣ ନୀତି ଆପଣାଇଛନ୍ତି । ବିଜେପି ପୀଡ଼ିତ ସାମ୍ବାଦିକ ସହ ଅଛି ଓ ଆଗକୁ ରହିବ । ବିଜେଡି ଅଭ୍ୟାସଗତ ଭାବେ ଗଣମାଧ୍ୟମ ଓ ସାମ୍ବାଦିକ ବିରୋଧୀ ସାଜିଛି । ସରକାରୀ ପ୍ରାୟୋଜିତ ଆକ୍ରମଣରୁ ସରକାର କ୍ଷାନ୍ତ ରୁହନ୍ତ । ବିଜେପିର ଦାବି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ ହେଉ ।" କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.