ETV Bharat / state

ବୁଦୁରା ବାଲିଘାଟ ଓଡ଼ିଶାର ଅଂଶ, ମିଳିତ ସର୍ଭେରେ ଫେଲ ମାରିଲା ଆନ୍ଧ୍ର ପ୍ରଶାସନ - Andhra Odisha Border Dispute

author img

By ETV Bharat Odisha Team

Published : 18 hours ago

Andhra Odisha border dispute: ଓଡିଶା-ଆନ୍ଧ୍ର ସୀମା ବିବାଦରେ ଆନ୍ଧ୍ର ପ୍ରଶାସନକୁ ମାତ ଦେଲା ଗଜପତି ଜିଲ୍ଲା ପ୍ରଶାସନ । ବଂଶଧାରା ନଦୀକୂଳ ବୁଦୁରା ବାଲିଘାଟ ଏରିଆ ଓଡ଼ିଶାର ଅଂଶ । ମିଳିତ ସର୍ଭେରେ ବଳିଷ୍ଠ ପ୍ରମାଣ ରଖିଲା ଓଡ଼ିଶା । ଅଧିକ ପଢନ୍ତୁ

ବୁଦୁରା ବାଲିଘାଟ ଓଡିଶାର ଅଂଶ, ମିଳିତ ସର୍ଭେରେ ଫେଲ ମାରିଲା ଆନ୍ଧ୍ର ପ୍ରଶାସନ
ବୁଦୁରା ବାଲିଘାଟ ଓଡିଶାର ଅଂଶ, ମିଳିତ ସର୍ଭେରେ ଫେଲ ମାରିଲା ଆନ୍ଧ୍ର ପ୍ରଶାସନ (ETV Bharat Odisha)

ପାରଳାଖେମୁଣ୍ଡି(ଗଜପତି): ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ସୀମାନ୍ତ ଅଞ୍ଚଳକୁ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ନିଜର ବୋଲି ଦାବି କରୁଛି । ଦକ୍ଷିଣ ଓଡିଶାର ଏକାଧିକ ଜିଲ୍ଲାରେ ଏହି ଅନ୍ତଃରାଜ୍ୟ ସୀମା ବିବାଦ ଜାରି ରହିଛି । ଗଜପତି ଜିଲ୍ଲା ବଂଶଧାରା ନଦୀକୂଳରେ ଥିବା ବୁଦୁରା ବାଲିଘାଟ ରାଜସ୍ବ ଅବସ୍ଥିତି ନେଇ ଉପୁଜିଥିବା ବିବାଦରେ ଆନ୍ଧ୍ର ସରକାର ଫେଲ୍ ମାରିଛି । ଗତକାଲି ଏଠାରେ ଉଭୟ ରାଜ୍ୟର ଦୁଇ ସୀମାନ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଟିମ୍‌ ମିଳିତ ସର୍ଭେ କରିଥିଲେ । ଏହି ଅଞ୍ଚଳଟି ଓଡିଶାର ରାଜସ୍ବ କ୍ଷେତ୍ର ମଧ୍ୟରେ ଆସୁଥିବାର ବଳିଷ୍ଠ ପ୍ରମାଣ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ରଖାଯାଇଛି ।

  • ଆନ୍ଧ୍ରର ଦାବି ପରେ ଉପୁଜିଥିଲା ବିବାଦ:-

ବଂଶଧାରା ନଦୀର ବୁଦୁରା ବାଲିଘାଟକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦ ଗତ ତିନି ମାସ ହେଲା ଜାରି ରହିଛି । ଗତକାଲି ଦୁଇ ରାଜ୍ୟର ସ୍ଥାନୀୟ ପ୍ରଶାସନ ଉପସ୍ଥିତିରେ ମିଳିତ ସର୍ଭେ କରାଯାଇଛି । ବଂଶଧାରା ନଦୀର ଦୁଇ ପାର୍ଶ୍ବରେ ଓଡ଼ିଶା ଓ ଆନ୍ଧ୍ର ରାଜ୍ୟର ସୀମା ଆରମ୍ଭ ହେଉଥିବା ବେଳେ କାଶୀନଗର ଅଞ୍ଚଳ ନଦୀତଟରେ ରହିଛି । ଓଡିଶା ସରକାର ତରଫରୁ ସେଥିପାଇଁ କାଶୀନଗର ତହସିଲ ଅନ୍ତର୍ଗତ ନଦୀର କେତେକ ସ୍ଥାନରେ ବାଲିଘାଟ ପାଇଁ ଟେଣ୍ଡର ଡକାଯାଇଥାଏ । ପୂର୍ବରୁ ଏହି ବାଲିଘାଟ ତହସିଲ ଅଧିନରେ ଯାଉଥିବା ବେଳେ ବର୍ତ୍ତମାନ କିନ୍ତୁ ବର୍ଷେ ହେଲା ଖଣି ବିଭାଗ ଅଧିନରେ ସମସ୍ତ ବାଲି ଘାଟ ଚାଲିଛି । ଏବେ କାଶୀନଗର ବ୍ଲକର ଇଦୁଡି ଓ ବୁଦୁରା ଗାଁ ନିକଟରେ ଦୁଇଟି ବାଲିଘାଟ ଚାଲୁ ରହିଛି । ଆନ୍ଧ୍ର ସୀମାନ୍ତରେ ରହିଥିବା ବୁଦୁରା ଗ୍ରାମ ନିକଟ ବାଲିଘାଟକୁ ଆନ୍ଧ୍ର ନିଜର ବୋଲି ଦାବି କରିବା ପରେ ବିବାଦ ଉପୁଜିଥିଲା ।

  • ମିଳିତ ସର୍ଭେରେ ଫେଲ ମାରିଲା ଆନ୍ଧ୍ର:-

ପ୍ରକୃତ ସୀମା ନିର୍ଣ୍ଣୟ କରିବା ପାଇଁ ଆନ୍ଧ୍ର ଓଡ଼ିଶା ପ୍ରଶାସନର ମିଳିତ ସର୍ଭେ କରାଯାଇଥିଲା । ଗଜପତିର ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନେତୃତ୍ବରେ ଓଡିଶାର ରାଜସ୍ବ ଓ ଖଣି ବିଭାଗ ଅଧିକାରୀମାନେ ଏବେ ସର୍ଭେରେ ଅଂଶଗ୍ରହଣ କରିଥିଲେ । ପ୍ରତିପକ୍ଷ ଆନ୍ଧ୍ରର ସୀମାବର୍ତ୍ତୀ ଜିଲ୍ଲା ପାଲକୋଣ୍ଡା ଉପଜିଲାପାଳ ଯଶୋବନ୍ତ କୁମାର ରେଡ୍ଡୀଙ୍କ ନେତୃତ୍ବରେ ଆନ୍ଧ୍ରର ରାଜସ୍ବ ଓ ଖଣି ବିଭାଗ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । କାଶୀନଗର ତହସିଲ ଓ ଆନ୍ଧ୍ର ତହସିଲ ତରଫରୁ ଉକ୍ତ ମୌଜାର ମ୍ୟାପ ଅନୁଧ୍ୟାନ କରି ଆଲୋଚନା କରାଯାଇଥିଲା । ଅନୁଧ୍ୟାନ ପରେ ଉକ୍ତ ବାଲିଘାଟଟି ଓଡ଼ିଶା ସୀମାନ୍ତ ରହିଥିବା ନେଇ ଜଣାପଡିଥିଲା । ଏହି ସର୍ଭେକୁ ରିପୋର୍ଟ ଦୁଇ ରାଜ୍ୟର ଦୁଇ ସୀମାନ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ପରେ ପାରସ୍ପରିକ ବୁଝାମଣା ମାଧ୍ୟମରେ ବାଲିଘାଟ ଚାଲୁ ହେବ ବୋଲି ଗଜପତି ଜିଲାର ଅତିରିକ୍ତ ଜିଲାପାଳ ଓ ଆନ୍ଧ୍ରର ଉପ ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ତୁଟୁନି ଆନ୍ଧ୍ର ମୋହ, ଉଭୟ ଆନ୍ଧ୍ର-ଓଡିଶାରେ ଭୋଟ ଦେଲେ କୋଟିଆବାସୀ - KOTIA VOTERS CAST VOTES

ଏହା ମଧ୍ୟ ପଢନ୍ତୁ :- ଆଜି ଆସୁଛନ୍ତି ନଡ୍ଡା: ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର - JP Nadda to visit Odisha

  • ବାଲିଘାଟ ଉପରେ ଆନ୍ଧ୍ରର ନଜର:-

ବାରମ୍ବାର ଉକ୍ତ ବାଲିଘାଟ ଉପରେ ଆନ୍ଧ୍ର ବିବାଦ କରି ଆସୁଥିବା ଯୋଗୁଁ ବାଲିଘାଟରେ କାମ ଅଟକି ରହିବା ଦ୍ବାରା ଲିଜଧାରୀ ଲକ୍ଷାଧିକ ଟଙ୍କା କ୍ଷତି ହେବା ସହ ଓଡ଼ିଶା ସରକାର ରାଜସ୍ବ ହରାଉଛନ୍ତି । ବର୍ତ୍ତମାନ ଦୁଇ ରାଜ୍ୟର ମିଳିତ ସର୍ଭେରେ ଆନ୍ଧ୍ର ଫେଲ ମାରିଥିବା ବେଳେ ଓଡିଶା ଅଧିକାରୀଙ୍କ ବୁଦ୍ଧିମାନ କାର୍ଯ୍ୟକୁ କାଶୀନଗର ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ତେବେ ଏହାକୁ ନେଇ ବୁଦ୍ଧିଜୀବୀଙ୍କ କହିବା କଥା, କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଏଭଳି ବିଭିନ୍ନ ସୀମାନ୍ତ ଅଞ୍ଚଳକୁ ନିଜର ବୋଲି ଆନ୍ଧ୍ର ଦାବି କରୁଛି । ଯାହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହୁଛି । ତେଣୁ ଏହାର ସ୍ଥାୟୀ ସମାଧାନ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.