ETV Bharat / state

ଝାରପଡ଼ା ଜେଲରେ ଅପରାଧିଙ୍କ ଆତଙ୍କ, ଜେଲରଙ୍କୁ ପିଟି ହାତ କାଟି ଦେଲେ

ଜେଲ ଭିତରେ ଆତଙ୍କରାଜ । ଜେଲ ବାହାରେ ଭୟର ମାହୋଲ । ଦୀର୍ଘ ସମୟ ଧରି ବାଜିଲା ଏମରଜେନ୍ସି ସାଇରନ । ଭିତରେ ଚାଲିଥିଲା ଜେଲ କର୍ତ୍ତୃପକ୍ଷ ଓ ଅପରାଧି ମଧ୍ୟରେ ଖଣ୍ଡଯୁଦ୍ଧ ।

Jharpada Jailer and Warders  injured
Jharpada Jailer and Warders injured (ETV BHARAT ODISHA)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ଝାରପଡା ଜେଲ ଭିତରେ ଅପରାଧୀଙ୍କ ଆତଙ୍କରାଜ । ଦୀର୍ଘ ସମୟ ଧରି ବାଜିଲା ଏମରଜେନ୍ସି ସାଇରନ । ଜେଲରଙ୍କୁ ମାଡ ମାରିବା ସହ ବ୍ଲେଡରେ ଆକ୍ରମଣ କରି ହାତ କାଟି ଦେଲେ ଅପରାଧୀ । ହାଇସେନସଟିଭ ସେଲ୍ ଭିତରେ ଜେଲରକୁ ପିଟିଲେ । ସାଇରନ ବେଲ ଶୁଣି ଦୁଇ ଓ୍ବାର୍ଡର ଆସିବା ପରେ ତାଙ୍କୁ ମାଡ ମାଡି ଲହୁ ଲୁହାଣ କରିଛନ୍ତି ୫ଜଣ କୁଖ୍ୟାତ ଅପରାଧି । ଏନେଇ ଖବର ପାଇ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

ହାଇସିକ୍ୟୁରିଟି ସେଲ ଭିତରେ ରଖିବାରୁ ତାତି ଗଲେ କଏଦୀ:

JHARPADA JAIL (ETV BHARAT ODISHA)

ଏନେଇ ସୂଚନା ଦେଇ ଜେଲ ସୁପରିଟେଣ୍ଡ ଏମ ଆର ପ୍ରତିହାରି କହିଛନ୍ତି, ''ଗତ ୨୨ତାରିଖରେ ଜେଲ ଭିତରର ଏକ ଭିଡିଓ ଭାଇରାଲ ହୋଇଥିଲା । ଜଣେ ଅନ୍ତେବାସୀ ଛୁରୀ ‌ଧରି ସେହି ଭିଡ଼ିଓରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ପରେ ପୋଲିସ ରେଡ କରି ଜେଲରୁ ଛୁରୀ ଓ ମୋବାଇଲ ଜବତ କରିଥିଲୁ । ଯେଉଁ ମାନେ ଏଥିରେ ଜଡିତ ଥିଲେ ସେମାନଙ୍କୁ ଏକ ହାଇସିକ୍ୟୁରିଟି ସେଲ ଭିତରେ ରଖାଯାଇଥିଲା । ସେଠାରେ କୌଣସି ସୁବିଧା ମିଳୁନଥିବାରୁ ସେମାନେ ରହିବାକୁ ମନା କରୁଥିଲେ, ଏହାକୁ ନେଇ ଷ୍ଟାପ ମାନଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲେ । ଗତକାଲି ଡ୍ୟୁଟିରେ ଥିବା ଷ୍ଟାପଙ୍କୁ ଆକ୍ରମଣ କରିଥିଲେ କଏଦୀ । ପରେ ଜେଲର ପ୍ରସନ୍ନ ସାହୁ ପହଞ୍ଚିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଆଲାରାମ ବାଜିବାରୁ ସମସ୍ତ ଷ୍ଟାପ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଅଜୟ ନାୟକ ନନ୍ଦୁ, ନାରଣ ମହାନ୍ତି, ସନ୍ତୋଷ ତାଓ୍ବା, ଲିଙ୍ଗରାଜ ବାରିକ, ସଞ୍ଜୟ ମଲ୍ଲିକ ମିଶିକି ଓ୍ବାର୍ଡର ଓ ଜେଲରଙ୍କୁ ମାରପିଟ୍ କରିଥିଲେ।

ଜେଲରଙ୍କୁ ବ୍ଲେଡରେ ଆକ୍ରମଣ:

JHARPADA JAIL
JHARPADA JAIL (ETV BHARAT ODISHA)

ଜେଲର ପ୍ରସନ୍ନ ସାହୁ କହିଛନ୍ତି, '' କଏଦୀ ମାନେ ଧକ୍କା ମାରିବାରୁ ମୋ ମୁଣ୍ଡ ପଛପଟୁ ମାଡ ହୋଇଥିଲା । ଏକ ବ୍ଲେଡ ଧରି ମୋତେ ରାମ୍ପି ଦେଇଥିଲେ । ଷ୍ଟାପଙ୍କୁ ସେମାନେ ଗାଳିଗୁଲଜ କରନ୍ତି । ପ୍ରତିଦିନ ଏମିତି କରିବାରୁ କାଲି ସକାଳେ ସମୟରେ ଜେଲ ଭିତରେ ହାଇସିକ୍ୟୁରିଟି ସେଲରେ ରହୁଥିବା କଏଦୀଙ୍କ ପାଖକୁ ଯାଇଥିଲି । ସେହି ସମୟରେ ସେମାନେ ମୋତେ ଆକ୍ରମଣ କରିଥିଲେ । ''

ଏହା ମଧ୍ୟ ପଢନ୍ତୁ-ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଥିଲା ଭିଜିଲାନ୍ସ - Prasanna sent to judicial Custody

ଏହା ମଧ୍ୟ ପଢନ୍ତୁ-କଏଦୀଙ୍କ ଟଙ୍କାରେ କଳାଟଙ୍କାର ସମ୍ପତ୍ତି, ଜେଲ ଗଲେ ଜେଲ ସୁପରିଟେଣ୍ଡଣ୍ଟ - Jail Superintended Sent To Jail

ଏହା ମଧ୍ୟ ପଢନ୍ତୁ-କାରାଗାରରୁ କଏଦୀ ଫେରାର ଘଟଣା, ଧର୍ମଗଡରୁ ଜଣେ ଗିରଫ - Prisoners Escape From jail

ଜେଲର ଏବଂ ଜେଲ୍ ଓ୍ବାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ:

ସୂଚନା ଅନୁଯାୟୀ, ଗତକାଲି ଝାରପଡ଼ା ଜେଲରେ ହାଇ ସେକ୍ୟୁରିଟି ସେଲ ଭିତରେ ହଙ୍ଗାମା କରିଥିଲେ କଏଦୀ । କଏଦୀଙ୍କୁ ଆଇସୋଲେଟ କରି ରଖିବାରୁ ଜେଲର ଏବଂ ଜେଲ୍ ଓ୍ବାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରାଣ ବିକଳରେ ଜେଲର ସିକ୍ୟୁରିଟି ଆଲାରମ ବଜାଇଲେ ୱାଡନ୍ ମାନଙ୍କୁ ଡକାଇଥିଲେ । ଦୁଇ ୱାର୍ଡର ସମେତ ଜେଲର ଆହତ ହୋଇଥିବା ବେଳେ ଜେଲ୍ ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି ।

କଏଦୀଙ୍କ ବନ୍ଧୁକ ଧରା ଭିଡିଓ ଭାଇରାଲ:

ଗତ ୨୨ତାରିଖରେ ଜେଲ ଭିତରର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ଅଭିଯୁକ୍ତ ନନ୍ଦୁ ଛୁରୀ ଧରି ଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଜେଲ ସୁରକ୍ଷା ନେଇ ପ୍ରଶ୍ନ‌ ଉଠିଥିଲା । ପରେ ଏନେଇ ଜେଲ ଡ଼ିଜିଙ୍କ ନିର୍ଦ୍ଦେଶ କ୍ରମେ ଏମାନଙ୍କୁ ସ୍ବତନ୍ତ୍ର ସେଲରେ ‌ରଖିବା ପାଇଁ ନିର୍ଦେଶ ରହିଥିଲା । ତେବେ ଜେଲରେ କର୍ମଚାରୀ ଅଭାବରୁ ମାତ୍ରାଧିକ ସଂଖ୍ୟକ କଏଦୀ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.