ETV Bharat / state

ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦରେ ମୟୂରଭଞ୍ଜ ବନ୍ଦ

author img

By ETV Bharat Odisha Team

Published : Feb 2, 2024, 12:55 PM IST

Mayurbhanj Bandh: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼ାକରା ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଜିଲ୍ଲାରେ ବନ୍ଦର ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । ଆଗକୁ ପଢନ୍ତୁ

Mayurbhanj Bandh
ମୟୂରଭଞ୍ଜ ବନ୍ଦ ଡାକରା
ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦରେ ମୟୂରଭଞ୍ଜରେ ବନ୍ଦ ପାଳନ

ରାଇରଙ୍ଗପୁର: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦରେ ଆଜି (ଶୁକ୍ରବାର) ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ତେବେ ଜିଲ୍ଲାରେ ବନ୍ଦର ପ୍ରଭାବ ଶୂନ୍ୟ ଥିବାବେଳେ ରାଇରଙ୍ଗପୁରରେ ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଭଲ ଭାବେ ତଦନ୍ତ ନ କରି ହେମନ୍ତ ସୋରେନଙ୍କୁ ତରବରିଆ ଭାବେ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ ।

ହେମନ୍ତଙ୍କୁ ଗିରଫ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା JMM: ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ନେଇ ଓଡିଶାରେ ବିରୋଧ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି । ହେମନ୍ତ ସୋରେନଙ୍କ ଗିରଫଦାରୀକୁ ନେଇ ଜେଏମଏମ ଦଳ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ ଉକ୍ତ ଘଟଣାକୁ ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ତୀବ୍ର ବିରୋଧ କରିଛି । ଏହାରି ପ୍ରତିବାଦରେ ଆଜି (ଶୁକ୍ରବାର) ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।

ଏହାମଧ୍ୟ ପଢନ୍ତୁ..ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ବନ୍ଦ ପାଳନ ପ୍ରଭାବ ଶୂନ୍ୟ: ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବନ୍ଦର ପ୍ରଭାବ ଶୂନ୍ୟ ରହିଥିବା ଦେଖିବାକୁ ମିଳିଛି । ରାଇରଙ୍ଗପୁର ସହରର ଗୋଲେଇ ଛକ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ଆଜି ସକାଳୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡ଼ିଶା ପ୍ରଦେଶର ମହାସଚିବ ଦୁବରାଜ ନାଗଙ୍କ ନେତୃତ୍ବରେ କିଛି କର୍ମୀ ଗୋଲେଇ ଛକ ନିକଟରେ ଆସୁଥିବା ଗାଡିମୋଟରକୁ ଅଟକାଇ ଥିଲେ । କିଛି ସମୟ ପାଇଁ ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା ।

ବୁଝାସୁଝା ପରେ ହଟିଲା ଅବରୋଧ: ଅନ୍ୟପଟେ ପ୍ରଶାସନକୁ କୌଣସି ଲିଖିତ ସୂଚନା ନ ଦେଇ ବନ୍ଦ ଘୋଷଣା କରାଯାଇଥିବାରୁ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେଏମଏମ କର୍ମୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ । ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ରାଇରଙ୍ଗପୁରରେ ଜେଏମଏମ ଆନ୍ଦୋଳନକାରୀ ମାନେ ରାଜରାସ୍ତାରୁ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଥିଲେ । ଅଳ୍ପ ସମୟ ପାଇଁ ଗାଡ଼ି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା କିନ୍ତୁ ପରେ ପରେ ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ହେବା ସହିତ ଦୋକାନ ବଜାର ମଧ୍ୟ ଖୋଲାଥିଲା । ତେବେ ଆଦିବାସୀଙ୍କ ପ୍ରତି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଜାରି ରହିବ ବୋଲି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଓଡିଶା ରାଜ୍ୟ ମହାସଚିବ ଦୁବରାଜ ନାଗ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.