ETV Bharat / state

ଯାତ୍ରାରେ ଅଶ୍ଳୀଳତା, ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦାବିପତ୍ର ଦେଲା ଯାତ୍ରା କମିଟି ମହାସଂଘ

ଯାତ୍ରାରେ ଅଶ୍ଳୀଳତା ରୋକିବା ପାଇଁ ଆଇନ ମନ୍ତ୍ରୀଙ୍କୁ ଭେଟିଲା ଯାତ୍ରା କମିଟି ମହାସଂଘ । ରାତ୍ର ପିଛା ମୂଲ୍ୟ ଓ ଟିକେଟ ମୂଲ୍ୟ ବୃଦ୍ଧି ଅଶ୍ଳୀଳତାର କାରଣ କହିଲା ସଂଘ ।

VULGARITY IN JATRA
VULGARITY IN JATRA (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ଦିନକୁ ଦିନ ଯାତ୍ରାରେ ବଢୁଛି ନଗ୍ନତା । ଯାତ୍ରା ପରିବେଶଣ ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ କରାଯାଉଛି । ନୃତ୍ୟରେ ଅଶ୍ଳୀଳତା ପଦର୍ଶନ ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏଥିପାଇଁ ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି । ଯାତ୍ରାରେ ଅଶ୍ଳୀଳତା ଓ ଅଙ୍ଗ ପ୍ରଦର୍ଶନ ପାଇଁ ଦାୟୀ କିଏ ? ଯାତ୍ରା ମାଲିକ ନା କମିଟି ? ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଚାଲିଛି ଦୋଷ ଠେଲା ଠେଲି । ଏହାରି ଭିତରେ ଅଶ୍ଳୀଳତାକୁ ବିରୋଧ କରି ଆଇନମନ୍ତ୍ରୀଙ୍କୁ ଭେଟିଛନ୍ତି ଯାତ୍ରା କମିଟି ମହାସଂଘ ।

ଆଇନ ମନ୍ତ୍ରୀ ଭେଟିଲା ଯାତ୍ରା କମିଟି ମହାସଂଘ:

ଯାତ୍ରା ମଞ୍ଚରେ ଅଶ୍ଲୀଳତା ରୋକିବାକୁ ପଦକ୍ଷେପ ନେବେ କି ରାଜ୍ୟ ସରକାର ? ଯାତ୍ରା ମଞ୍ଚରେ ବଢ଼ି ଚାଲିଥିବା ଅଙ୍ଗ ପ୍ରଦର୍ଶନ ରୋକିବାକୁ ଆସିବ କି ଆଇନ୍ ? ଏହି ତର୍ଜମା ଭିତରେ ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି ଯାତ୍ରା କମିଟି ମହାସଂଘ । ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀ କରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବା ସହ ଯାତ୍ରାରେ ଅଶ୍ଳୀଳତା, ଦ୍ବିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ପାଇଁ ଦାବିପତ୍ର ପ୍ରଦାନ କରିଛି ସଂଘ ।

ଯାତ୍ରା ମାଲିକଙ୍କୁ ଦାୟୀ କଲେ ଯାତ୍ରା କମିଟି ମହାସଂଘ:

VULGARITY IN JATRA (ETV Bharat Odisha)

ସେପେଟ ଯାତ୍ରାରେ ବଢ଼ୁଥିବା ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ନଗ୍ନ ନୃତ୍ୟକୁ ପ୍ରଶୟ ଦେଉଥିବା ସାଧାରଣରେ ଅଭିଯୋଗ ହେବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି । ଏନେଇ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀ କରିଛି ଯାତ୍ରା କମିଟି ମହାସଂଘ । ରାଜ୍ୟ ଯାତ୍ରା ମହସଂଘ କହିଛି ଯେ, ଯାତ୍ରାର ରାତି ପିଛା ମୂଲ୍ୟ ସହିତ ଟିକେଟ ଦର ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି । ପ୍ରତ୍ୟକ୍ଷରେ ଯାତ୍ରାରେ ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳତା ଦେଖିବାକୁ ମାଲିକମାନେ ଚାପ ପକାଉଛନ୍ତି । ଯାହାକୁ ନେଇ ଅଶ୍ଳୀଳତା ବୃଦ୍ଧି ପାଉଛି । ତେଣୁ ଯାତ୍ରା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବାର ଆବଶ୍ୟକତା ରହିଛି । ଏହାକୁ ଯାତ୍ରା କମିଟି, ଯାତ୍ରା ମାଲିକଙ୍କ ସହ କଳାକାର ଓ ଆଇଟମ ଡ୍ୟାନ୍ସରମାନେ ବି ମାନିବେ ଓ ନଗ୍ନତାର ସୀମା ଭିତରେ ରହିବେ ।

ଏହା ମଧ୍ୟ ପଢ଼ନ୍ତୁ...ବାର୍ ପରେ ଯାତ୍ରା: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନା, ଖୁବ ଶୀଘ୍ର ଆସୁଛି ଗାଇଡଲାଇନ୍

ଏହା ମଧ୍ୟ ପଢ଼ନ୍ତୁ...ଏଥର ତଳ ପଡ଼ିଆରେ ବାଲିଯାତ୍ରା, ଉପରେ ପଡିଆରେ ପାର୍କିଂ ! ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଓଡ଼ିଶାର ସଂସ୍କୃତିକୁ ବିକୃତ କରାନଯାଉ:

VULGARITY IN JATRA
VULGARITY IN JATRA (ETV Bharat Odisha)

ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଯାତ୍ରା ଚାଲିବା ନେଇ ନିର୍ଦ୍ଦେଶାବଳି ଆଣିବା ସଂସ୍କୃତି ବିଭାଗରେ କାମ । ଯାତ୍ରା ପରିବେଷଣ ପାଇଁ ଜାରି ହେବାକୁ ଥିବା ନିର୍ଦ୍ଦେଶାବଳୀ ବାବଦରେ ସଂସ୍କୃତି ବିଭାଗ ନିଷ୍ପତ୍ତି ନେବ । ୩ ଦିନ ତଳେ ଯାତ୍ରାପାର୍ଟିର ମାଲିକମାନଙ୍କୁ ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବାକୁ ଯତ୍ନବାନ ହେବା ପାଇଁ ମୁଁ ଅନୁରୋଧ କରିଥିଲି । ଓଡ଼ିଆ ସଂସ୍କୃତିର ସୁରକ୍ଷା ଆମମାନଙ୍କ ନୈତିକ ଦାୟିତ୍ବ । ବାସ୍ତବ ଚିତ୍ର ହେଉଛି, ବ୍ୟକ୍ତିଗତ ଭାବରେ କିମ୍ବା ସରକାରଙ୍କ ତରଫରୁ ଅନୁରୋଧ ଯେ, ଅନ୍ତତଃ ଓଡ଼ିଶାର ସଂସ୍କୃତିକୁ କୌଣସି ଯାଗାରେ ବିକୃତ କରାନଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.