ETV Bharat / state

ଭାଲୁକାହୁଡିକୁ କିଡନୀ ରୋଗ ଟେନସନ: ଗଲାଣି ୨୦ ଜୀବନ, ତତ୍ପର ପ୍ରଶାସନ - KIDNEY DISEASE

ଭାଲୁକାହୁଡ଼ି ଆଦିବାସୀ ସାହିରେ ଚିନ୍ତା ବଢାଇଛି କିଡନୀ ରୋଗ । ରକ୍ତ ନମୁନା ସଂଗ୍ରହ ସହ କାରଣ ଅନୁଧ୍ୟାନ ଆରମ୍ଭ କରୁଛି ପ୍ରଶାସନ ।

KIDNEY DISEASE TENSION
KIDNEY DISEASE TENSION (ETV Bharat Odisha)
author img

By ETV Bharat Odisha Team

Published : Dec 8, 2024, 10:35 PM IST

ଯାଜପୁର: କିଡନୀ ରୋଗ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ଯାଜପୁର କୋରେଇ ବ୍ଲକ ସ୍ଥିତ ଭାଲୁକାହୁଡ଼ି ଆଦିବାସୀ ସାହିରେ ଏଭଳି ସ୍ଥିିତି ଉପୁଜିଛି । ଗତ କିଛିବର୍ଷ ମଧ୍ୟରେ ଏହି ଆଦିବାସୀ ସାହିରେ କିଡନୀ ରୋଗ ଅନେକଙ୍କ ଜୀବନ ନେଇଛି । ଏବେବି ଆକ୍ରାନ୍ତ ୫୦ ରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଦୂଷିତ ଜଳ ପାଇଁ ଏଭଳି ହେଉଥିବା ସନ୍ଦେହ କରାଯାଉଥିବାବେଳେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ l ସେପଟେ ରକ୍ତ ନମୁନା ସଂଗ୍ରହ ସହ କାରଣ ଅନୁଧ୍ୟାନ ଆରମ୍ଭ କରୁଛି ପ୍ରଶାସନ ।

80 ପରିବାର ପାଇଁ ପାଣି ଟେନସନ:

KIDNEY DISEASE TENSION (ETV Bharat Odisha)

ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟରଙ୍ଗା ଗ୍ରାମ ପଞ୍ଚାୟତରେ ଭାଲୁକାହୁଡୀ ଆଦିବାସୀ ସାହି । ଏହି ସାହିରେ ୮୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି l ତେବେ ଏହି ସାହିରେ ଅନେକ ଦିନ ହେବ ପାଣି ସମସ୍ୟା ଦେଖିବାକୁ ମିଳୁଛି । ବିଶେଷ ଭାବରେ ଜଳସ୍ତର କମିଯିବା କାରଣରୁ ଲୋକେ ଏହି ପାଣି ପିଇବା ଯୋଗୁ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଏହି ଆଦିବାସୀ ସାହିରେ ଗତ କିଛିବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାବେଳେ ଏବେବି ୫୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ବ୍ୟକ୍ତି ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି । "ନଳକୂପ ପାଣିରେ ଆଇରନ ମାତ୍ରା ଅଧିକ ରହିଥିବାରୁ ଏପରି କିଡନୀ ରୋଗ ବ୍ୟାପୁଛି" ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏହାସହ ଗ୍ରାମର ଜଣେ ମହିଳା ସୀତା ମୁର୍ମୁ କହିଛନ୍ତି, "ଚିକିତ୍ସା ପାଇଁ ସହାୟତା କରନ୍ତୁ । ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ।"

ଏହା ବି ପଢନ୍ତୁ...ଜଳ କଷ୍ଟ: ପାଣି ପାଇଁ ହାଣ୍ଡି, ମାଠିଆ ଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ - Khordha Drinking Water problem

ଏହା ବି ପଢନ୍ତୁ...ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ଜାଣିବେ କିଡନୀ ଫେଲ୍

20ରୁ 8 ଜଣ କିଡନୀ ରୋଗୀ:

ସାହି ନିକଟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରହିଥିବାରୁ ଭୂତଳ ଜଳ ପ୍ରଦୂଷିତ ହୋଇ ଏଭଳି କିଡନୀ ରୋଗ ବ୍ୟାପୁଥିବା ସନ୍ଦେହ କରୁଛନ୍ତି ଲୋକେ । ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦ ଜଣରୁ ୮ ଜଣଙ୍କଠାରେ କିଡନୀ ରୋଗ ଥିବା ଜଣାପଡିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୮୯ ଜଣଙ୍କ ମଧ୍ୟରୁ ୨୦ ଜଣ ଅଧିକ ମାତ୍ରାରେ ଏବଂ ୩୦ ଜଣଙ୍କର ସାମାନ୍ୟ କିଡନୀ ଜନିତ ରୋଗ ଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।

KIDNEY DISEASE TENSION
KIDNEY DISEASE TENSION (ETV Bharat Odisha)

ପଦକ୍ଷେପ ନେବେ କହିଲେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ:

ତେବେ ଗ୍ରାମବାସୀ ବ୍ୟବହାର କରୁଥିବା ପାନୀୟ ଜଳ ପାଇଁ ଏହି ରୋଗ ବ୍ୟାପୁଥିବା ଜିଲ୍ଲା ଚିକିତ୍ସା ବିଭାଗ ଅନୁମାନ କରିଛି l ସେପଟେ ଏହି ସାହିରେ ଏତେ ପରିମାଣର କିଡ଼ନୀ ଜନିତ ରୋଗୀ ଥିବା ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପାନୀୟ ଜଳ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ ଏକ ଡାକ୍ତରୀ ଟିମ ଏହି ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ରକ୍ତ ନମୁନା ନେବା ସହିତ ପାଣି ଓ ଖାଦ୍ୟ ପରୀକ୍ଷା କରିଥିବା ସୂଚନା ମିଳିଛି l ସେପଟେ "ସମସ୍ତ ରିପୋର୍ଟ ଆସିବା ପରେ ଏହି ଗାଁରୁ କିଡ଼ନୀ ରୋଗୀଙ୍କ ସଂଖ୍ୟା କମେଇବା ପାଇଁ ଉଦ୍ୟମ ଆରମ୍ଭ ହେବ" ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରମେଶ ଚନ୍ଦ୍ର ମଲ୍ଲିକ କହିଛନ୍ତି l

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝାଙ୍କ ରିପୋର୍ଟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.